ଷ୍ଟେଜରେ ଟେକା ମା-ଡ ଖାଇଲା ପରେ ମୁଁହ ଖୋଲିଲେ କମେଡିଆନ୍ ପପୁ ପମପମ୍,ଜାଣନ୍ତୁ କଣ କହିଲେ

ଓଲିଉଡର କମେଡି କିଙ୍ଗ ଯିଏ ଲୋକଙ୍କୁ ହସାଇ ହସାଇ ବେଦମ୍ କରନ୍ତି ସେ ହେଉଛନ୍ତି ପପୁ ପମପମ।ତାଙ୍କ ଅଭିନୟରେ ସେ ଏମିତି ଲୋକଙ୍କ ମନ ମୋହିନିଅନ୍ତି ଯେ ଦୁଃ-ଖୀ ଥିବା ଲୋକ ମଧ୍ୟ ଟିକେ ହସି ପକାଏ।ଖାଲି ସେ ପରଦାରେ ଅଭିନୟ କରନ୍ତି ନାହିଁ।ସେ ମଧ୍ୟ ବିଭିନ୍ନ ଷ୍ଟେଜ ପ୍ରୋଗ୍ରାମ କରିଥାନ୍ତି ଆଉ ଲୋକଙ୍କୁ ହସାଇଥାନ୍ତି।ଖାଲି ପପୁ କମେଡି ନୁହଁ ସେ ଗୀତ ମଧ୍ୟ ଗାଇଥନ୍ତି ଆଉ ତାଙ୍କ ଗୀତରେ ସେ ଆଉ ଦର୍ଶକ ଉଭୟଙ୍କୁ ନଚେଇଥାନ୍ତି।ପୁରା ଦର୍ଶକ ତାଙ୍କ ତାଳରେ ତାଳ ଦେଇ ଝୁମି ଥାଆନ୍ତି।

ସାରା ଓଡ଼ିଶାରେ ପପୁ ଭାଇଙ୍କ କ୍ରେଜ୍ ଥିବା ପାଇଁ ତାଙ୍କୁ ଓଡ଼ିଶାର କୋଣ ଅନୁକୋଣରୁ ଡାକରା ଆସେ ଷ୍ଟେଜ ସୋ କରିବା ପାଇଁ। ହେଲେ ଏଥର ତାଙ୍କୁ ଟିକେ ମ-ହଙ୍ଗା ପଡ଼ିଛି ତାଙ୍କ ଷ୍ଟେଜ ସୋ।ଷ୍ଟେଜରେ ତାଙ୍କ ଉପରକୁ ଟେକା ମା-ଡ଼ ହୋଇଛି।ପପୁ କହିଛନ୍ତି ତୁମେ ଆମକୁ ଦେଖିଲେ ଖୁସି ହୁଅ ।ସେଥିପାଇଁ ତୁମେ ଯେଉଁଠି ଯେତେବେଳେ ଡାକ ଆମେ ଯାଉ।ତୁମେ ନାଚ ସେଥିପାଇଁ ଆମେ ତମକୁ ନଚାଉ।ଆଉ ତୁମମାନଙ୍କୁ ହସିବାକୁ ଭଲ ଲାଗେ ସେଥିପାଇଁ ଆମେ ତୁମକୁ ହସାଉ।

ତାର ଉପଯୁକ୍ତ ପାଉଣା ତୁମେ ଆମକୁ ଦେଉଛ।ମୁଁ କି ଦୋ-ଷ କରିଛି ତୁମର,ଏଡେ ସୁନ୍ଦର ପ୍ରୋଗ୍ରାମ କରିଛ ତାକୁ ଟେକା ପଥର ମାରି କଣ ପାଇଁ ନ-ଷ୍ଟ କରୁଛ।ସେ କହିଛନ୍ତି ଆପଣଙ୍କ ବ୍ୟବହାର ଆପଣଙ୍କ ପରିଚୟ।ଆମେ ବାହାରୁ ଆସିଛୁ ଏହା ଆମ ମନରେ କଷ୍ଟ ଦେଲା।ଗଞ୍ଜାମ ଜିଲ୍ଲାର ସୁଡ଼ିଲୋ ଗାଁରେ ଘଟିଛି ଏହି ଘ-ଟଣା।ଯେଉଁଠି ଜାଗର ଯାତ୍ରା ପାଇଁ ଚାଲିଥିଲା ପ୍ରୋଗ୍ରାମ ସେଠାକୁ ପପୁ ଗେଷ୍ଟ ହୋଇ ଯାଇଥିଲେ।

ସେଠାରେ ତାଙ୍କ ଉପରେ ହେଇଥିଲା ଆଖିବୁଜା ପଥର ମା-ଡ଼।ପ୍ରଥମ ଟେକାରେ ଦେଢ଼ ଲକ୍ଷ ଟଙ୍କାର ଡିସପ୍ଲେ ଉଡିଯାଇଥିଲା। ଦ୍ଵିତୀୟ ଟେକାଟି ଜଣକ ହାତରେ ବାଜିଥିଲା।ଆଉ ତୃତୀୟ ଟେକାଟି ପାପୁଙ୍କ କାନ ପାଖ ଦେଇ ଚାଲିଯାଇଥିଲା।ଆଉ ଏହା ପରେ ପପୁ ତାଙ୍କ ମୁଁହ ଖୋଲି କହିଥିଲେ। ଆଉ ତାପରେ ପପୁ ଷ୍ଟେଜରୁ ପଳେଇ ଯାଇଥିଲେ।

Leave a Reply

Your email address will not be published. Required fields are marked *