ମୁଁ କାଶୀ କାଶୀ ମ-ରିଯିବି ପଛେ,କିନ୍ତୁ ମୋ ନାଆଁ ଧରି ଭିକ ମାଗନ୍ତୁ ନାହିଁ…..

ଓଡ଼ିଶାର ପ୍ରସିଦ୍ଧ ଅଭିନେତା ଯିଏ ଘରେ ଘରେ ପରିଚିତ ନିଜର ଅଭିନୟ ପାଇଁ ସେ ହେଉଛନ୍ତି ପିଣ୍ଟୁ ନନ୍ଦ।ଯେ ଦିନେ ନିଜ ଅଭିନୟର ଯାଦୁ ଦେଖାଇ ଲୋକଙ୍କ ମନ କିଣୁଥିଲେ ଆଜି ସେ ନିଜ ଜୀବନ ବଞ୍ଚାଇବା ପାଇଁ ସଙ୍ଘ-ର୍ଷ କରୁଛନ୍ତି।ପିଣ୍ଟୁ ନନ୍ଦ ଏବେ ମେଡ଼ିକାଲ ବେଡରେ ରହିଛନ୍ତି ଆଉ ଠିକ୍ ଏତିକିବେଳେ ଯେଉଁମାନେ ତାଙ୍କ ପାଇଁ ପଇସା ମାଗୁଛନ୍ତି ସେମାନଙ୍କୁ ନିଜେ ପିଣ୍ଟୁ କାଶି କାଶି କହିଛନ୍ତି ଏମିତି ଜୀବନ ବଞ୍ଚିବାର କିଛି ମାନେ ନାହିଁ।

ସେ କହିଛନ୍ତି ସେ ମ-ରିଯିବେ ପଛେ ତାଙ୍କ ନା ଧରି ଏମିତି ପଇସା ମାଗନ୍ତୁ ନାହିଁ।ସେ କହିଛନ୍ତି ସାଧାରଣ ଲୋକଙ୍କ ଠାରୁ ଟଙ୍କାଟିଏ ବି ଆଣିବାର ଆବଶ୍ୟକ ନାହିଁ।ସେମିତି ପଇସା ତାଙ୍କର ଦରକାର ନାହିଁ।ସେ କହିଛନ୍ତି ତାଙ୍କର ବ୍ୟବହାର କରି ପଇସା ମଗା ବନ୍ଦ କରନ୍ତୁ।ତାଙ୍କୁ ଅର୍ଥ ତାଙ୍କ କଳାକାର ବନ୍ଧୁମାନେ ଦେଉଛନ୍ତି,ତାଙ୍କ ସଂଘ ତାଙ୍କ କଥା ବୁଝୁଛି।

ସେ କହିଛନ୍ତି ମୋର ଦରକାର ନାହିଁ ସେ ଜୀବନ ଯେଉଁଥି ପାଇଁ ମତେ ବଦ-ନାମ ହେବାକୁ ପଡୁଛି।ସେ ଜୀବନ ମୋର ଦରକାର ନାହିଁ ମୋ ପାଇଁ ତମେ ଥାଳି ଧରି, ଡବା ଧରି, କାନି ପତାଇ ଭିକ ମାଗିବା।ସେ ପଇସା ମୋର ଜମା ଦରକାର ନାହିଁ।ତାଙ୍କ ପାଇଁ କେହି ଭିକ ମାଗ ନାହିଁ ବୋଲି ସେ ଅନୁରୋଧ କରିଛନ୍ତି।ସେ କହିଛନ୍ତି ମୋ ପାଇଁ ମୋ ସଂଘ ଅଛି।ମୋ ଜାତି ଭାଇ ଅଛନ୍ତି, ମୋ ପରିବାର ରହିଛି।

ଯେଁଉମାନେ ମୋ ନା ଧରି ଏମିତି କରୁଛ ମୋତେ ବାରମ୍ବାର କ-ଷ୍ଟ ଦେଉଛ।ଏପଟେ ରୋଗ ମୋ ଶରୀରକୁ କ-ଷ୍ଟ ଦେଉଥିବା ବେଳେ ଏମିତି ଖବର ମୋ ଆତ୍ମ କୁ କ-ଷ୍ଟ ଦେଉଛି।ଆପଣମାନଙ୍କ ଟଙ୍କା ମୋର ଦରକାର ନାହିଁ। ଆପଣମାନେ ଭଗବାନଙ୍କ ପାଖରେ ପ୍ରାଥନା କରନ୍ତୁ ମୁଁ ଭଲ ହେଇଯିବି। ମୁଁ ହାତ ଯୋଡ଼ି ନେହୁରା ହୋଇ କହୁଛି ମୋ ପାଇଁ କେହି ଥାଳି ଧରି କାନି ପତାଇ ଭିକ ମାଗ ନାହିଁ।

Leave a Reply

Your email address will not be published. Required fields are marked *