୧୧ଟି ଛୁଆ ଜନ୍ମ ପରେ ବି ଅପରେସନ୍ ହେବାକୁ ସ୍ୱାମୀର ବି-ରୋଧ.. ମାରା ହେଲୁ କହି ଘରେ ପଶିବାକୁ ଦେଉନି ସ୍ୱାମୀ

ଆଜିର ଯୁଗରେ ମଧ୍ୟ କିଛି ଲୋକ ଅଛନ୍ତି ଯେଉଁମାନେ ପୁରୁଣା ଯୁଗ ରେ ବଞ୍ଚୁଛନ୍ତି।ସେମାନଙ୍କୁ ଯେତେ ବୁଝାଇଲେ ମଧ୍ୟ ସେମାନେ ବୁଝନ୍ତି ନାହିଁ,ସେମାନଙ୍କ ଧାରଣା ଯାହା ରହିଯାଇଛି ମନରେ ସେମାନେ ସେହି କଥାକୁ ହି ସତ ମାନିଥାନ୍ତି, ଆଉ ବୁଝନ୍ତି ନାହିଁ।ଏହି ପ୍ରକାର ଲୋକ ବିଶେଷ କରି ଗ୍ରାମାଞ୍ଚଳର ଅଶିକ୍ଷିତ ଲୋକମାନେ ହୋଇଥାନ୍ତି।ସେମାନେ ଶିକ୍ଷାଦାନରୁ ବଞ୍ଚିତ ହୋଇଥାନ୍ତି ସେଥିପାଇଁ ସେମାନେ ଯୁଗ ସହିତ ତାଳ ଦେଇ ପାରନ୍ତି ନାହିଁ।ଏମିତି ଏକ ଘ-ଟଣା ଘଟିଛି କେଉଁଝର ଜିଲ୍ଲାର ତେଲକୋଇ ବ୍ଲକ୍ ରେ ଯେଉଁଠି ଏକ ସ୍ତ୍ରୀ ଲୋକ ୧୧ ବର୍ଷରେ ୧୧ଟି ଛୁଆ ଜନ୍ମ କରିବା ପରେ ଦୁର୍ବଳ ହୋଇପଡ଼ିଥିବା କାରଣରୁ ନିଜର ଅପରେସନ କରାଇଥିଲେ।

କିନ୍ତୁ ସ୍ବାମୀ ଏ କଥା ଜାଣିବା ପରେ ସ୍ତ୍ରୀକୁ ଘରୁ ବାହାର କରିଦେଇଛି।ସେହି ସ୍ବାମୀ ସ୍ତ୍ରୀଙ୍କ ନାମ ହେଉଛି ରବି ଦେହୁରୀ ଏବଂ ଜାନକୀ ଦେହୁରୀ।ସେମାନେ ତେଲକୋଇ ବ୍ଲକର ସଲେଇକେନା ପଞ୍ଚାୟତର ଡିମିରିଆ ଗ୍ରାମରେ।୧୧ବର୍ଷରେ ୧୧ଟି ଛୁଆ ଜନ୍ମ କରିଛନ୍ତି ଜାନକୀ।ଜାନକୀ ଏବଂ ରବି ଙ୍କର ୧୧ ଟି ଛୁଆ,ସେଥିରୁ ଗୋଟେ ଛୁଆ ମ-ରିଯାଇଛି।

ତେବେ ୧୧ଟି ଛୁଆ ଜନ୍ମ କରିବା ପରେ ଜାନକୀ ଅସୁସ୍ଥ ହୋଇପଡ଼ିଥିଲେ।ସେଥିପାଇଁ ସାହି ଲୋକ ଏବଂ ଆଶା କର୍ମୀଙ୍କ ବହୁତ ବୁଝାଇବା ପରେ ଜାନକୀ ପରିବାର ନିୟୋଜନ ଅପରେସନ ପାଇଁ ରାଜି ହୋଇଯାଇଥିଲେ।ଗତ ୧୪ ତାରିଖରେ ତେଲକୋଇ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଏହି ଅପରେସନଟି ଅନୁଷ୍ଠିତ ହୋଇଥିଲା।ସେଥିରେ ଜାନକୀ ନିଜର ଅପରେସନ କରିଥିଲେ।କିନ୍ତୁ ଅପରେସନ ହୋଇ ଘରକୁ ଆସିବା ପରେ ସ୍ବାମୀ ରବି ଦେହୁରୀ ତାଙ୍କୁ ଆଉ ଘରକୁ ପଶିବାକୁ ଦେଉନାହାନ୍ତି,କହୁଛନ୍ତି ଅପରେସନ ହୋଇ ଆସିଛୁ ମାନେ ତୁ ମାରା ହେଇଗଲୁ ଆଉ ତୁ ଘରକୁ ପଶିପାରିବୁ ନାହିଁ କି ପୂର୍ବ ପୁରୁଷଙ୍କୁ ପିଣ୍ଡ ଦେଇପାରିବୁ ନାହିଁ।

ଏହିପରି କହି ଘରୁ ବାହାର କରିଦେଇଛନ୍ତି ସ୍ବାମୀ।ଆହୁରି ଘରକୁ ପଶିବେ ଯଦି ମାରିଦେବା ପାଇଁ ମଧ୍ୟ ଧ-ମକ ଦେଇଛନ୍ତି।ସେଥି ପାଇଁ ଜାନକୀ କିଛି ଉପାୟ ନପାଇ ଘର ଆଗରେ ଆମ୍ବ ଗଛ ମୂଳରେ ୧୦ ଟି ଛୁଆଙ୍କୁ ଧରି ଅସହାୟରେ ବସିଛନ୍ତି।ସାହି ଲୋକ ଯେତେ ବୁଝାଇଲେ ମଧ୍ୟ ବୁଝୁନାହିଁ ରବି।ଓଲୋଟି ଧ-ମକ ଦେଉଛି କହୁଛି ଧନୁତୀରରେ ମା-ରିଦେବ।ସେ କହିଛନ୍ତି ଯେ ମତେ ନପଚାରି ଅପରେସନ କେମିତି କରିଲେ ଜାନକୀ ସେଠୀ ପାଇଁ ତାଙ୍କୁ ଘରେ ପୁରାଉ ନାହାନ୍ତି ସେ।ତେବେ ଜାନକୀ ଏବଂ ତାଙ୍କ ଛୁଆର ରହିବା ଖାଇବାର ଚିନ୍ତା କରୁଛନ୍ତି ବୋଲି କହିଛନ୍ତି ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ।

Leave a Reply

Your email address will not be published. Required fields are marked *