ମୁଁ ନିର୍ଜଳା ଓପାସ କରେ, ଶିବଙ୍କୁ ପୁଜିଲେ ଶିବଙ୍କ ପରି ବର ପାଇବି,ସେଥିପାଇଁ ମୁଁ ଜାଗର କରେ

ଆଜି ହେଉଛି ମହା ଶିବରାତ୍ରୀ। ଚଳଚଞ୍ଚଳ ହୋଇ ଉଠିଛି ରାଜ୍ୟର ବିଭିନ୍ନ ଶୈବପୀଠ । ଏଥିପାଇଁ ରାଜ୍ୟର ସମସ୍ତ ଶୈବ ପୀଠ ଗୁଡିକରେ ପ୍ରସ୍ତୁତି ଆରମ୍ଭ ହୋଇ ଗଲାଣି। ଏପରିକି ପୁରୀରେ ମଧ୍ୟ ଜାଗର ପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି।

କିଛି ଲୋକ ମିଡିଆ ଆଗରେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ,” ଆମେ ଜାଗର ଏଥିପାଇଁ ପାଳୁ କାରଣ ଆଜିଭଳି ଦିନରେ ପ୍ରଭୁ ମହାଦେବ ବହୁତ ଖୁସି ଥାଆନ୍ତି। ଶ୍ରଦ୍ଧାରେ କଣ ମାଗିଲେ ସେ ଆଜି ନିଶ୍ଚିତ ଭାବରେ ଇଛା ପୂର୍ଣ୍ଣ କରନ୍ତି। ଆଜି ଆମେ କଟକରୁ ପୁରୀକୁ ଆସିଛୁ। ପ୍ରଭୁ ଶିବଙ୍କୁ ଦର୍ଶନ କରିବା ପାଇଁ।

କାରଣ ପୁରୀ ସେ ମହାଦେବଙ୍କ ସାଜସଜା ବହୁତ ଭଲ ହୋଇଥାଏ। ଦେଖିବାକୁ ବହୁତ ମନ ମୋହକ ହୋଇଥାଏ।” ଏହାସହ ଏବେ ଶୁଣିବାକୁ ମିଳିଛି ଯେ ମହାଶିବରାତ୍ରୀ ଅବ୍ୟବହିତ ପୂର୍ବରୁ ପବିତ୍ର ପଙ୍କୋଦ୍ଧାର ଏକାଦଶୀ ତିଥିରେ ପ୍ରଜ୍ୱ-ଳିତ ହୋଇଛି ବିଶାଳକାୟ ଜଗତ ମଙ୍ଗଳ ଜାଗର ଦୀପ।ପୁରୀ ଶ୍ରୀଲୋକନାଥ ପୀଠ ପାର୍ବତୀ ସାଗର ନିକଟରେ ଏହି ଦୀପକୁ ପ୍ରଜ୍ୱ-ଳନ କରାଯାଇଛି।

ଶ୍ରୀ ଲୋକନାଥଙ୍କ ଦୀପ ଆସି ଏହି ବୃହତକାୟ ଦୀପକୁ ପ୍ରଜ୍ୱ-ଳିତ କରାଯାଇଥିଲା। ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ, ବରିଷ୍ଠ ଦଇତାପତି ସେବାୟତ ରାମଚନ୍ଦ୍ର ଦାସ ମହାପାତ୍ର, ଉପଜିଲ୍ଲାପାଳ ଭବତରଣ ସାହୁ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

8 ଫୁଟ ଦୈର୍ଘ୍ୟ, 6 ଫୁଟ ଓସାର ଏବଂ 2 ଫୁଟ ଗଭୀର ବିଶିଷ୍ଟ ଏହି ଦୀପ ଦେଶର ସର୍ବବୃହତ ଦୀପ ବୋଲି କୁହାଯାଉଛି। ଶନିବାର ପର୍ଯ୍ୟନ୍ତ ଏହି ଦୀପ ଜ-ଳିବ। ତିନି ଦିନ ଧରି ଏହି ଦୀପରେ କୁଇଣ୍ଟାଲ କୁଇଣ୍ଟାଲ ଗୁଆ ଘିଅ ଜଳାଯିବ। ଏଥିରେ ପ୍ରାୟ 12 ଇଞ୍ଚ ଗୋଲେଇ ଆକାରର ଶହେ ଫୁଟ ବଳିତା ଜଳିବ।

ଶିବରାତ୍ରୀରେ ଶ୍ରୀଲୋକନାଥଙ୍କ ମହାଦୀପ ଉଠିବା ପରେ ଏହି ଦୀପକୁ ପାର୍ବତୀ ସାଗରରେ ବିସର୍ଜନ କରାଯିବ। ଜଗତ କଲ୍ୟାଣ ପାଇଁ ଏହି ବୃହତ ଜାଗର ଦୀପ ଶ୍ରୀଲୋକନାଥଙ୍କ ପୀଠରେ ପ୍ରଜ୍ୱ-ଳିତ କରାଯାଉଛି।

Leave a Reply

Your email address will not be published. Required fields are marked *