ତୁମ ବିନା ମତେ ସବୁକିଛି ଖାଲି ଖାଲି ଲାଗୁଛି, ଏଠି ଏକୁଟିଆ ରହି ତୁମ କଥା ଭାରି ମନେ ପଡୁଛି

ନବ ଦାସ ହ-ତ୍ୟାକା-ରୀ ଗୋପାଳ ଏବେ ଚୌଦାର ଜେ-ଲରେ ରହିଛି। ଜେ-ଳକୁ ଆସିବା ପରଠାରୁ ସେ ଚୁପ ହୋଇ ବସିରହିଛି। ତାକୁ ଯେତିକି ପଚରାଯାଉଛି ସେ ସେତିକି ହିଁ କହୁଛି। ସବୁବେଳେ ଗୁମସୁମ ରହୁଛି। ଜେ-ଲରେ ଅନ୍ୟ କାହା ସହ କଥା ହେଉନାହିଁ ଗୋପାଳ।

ଚୌଦାର ଜେ-ଲରେ ଥିଲେ ମଧ୍ୟ ଏଯାଏଁ ତାକୁ କେହି ଦେଖା କରିବାକୁ ଆସିନାହାଁନ୍ତି। ଜେଲର ଯାହା ରୁଟିନ୍ ରହିଛି ସେଇ ଅନୁସାରେ ସେ ଖାଦ୍ୟ ଖାଉଛି।ସୁର-କ୍ଷା ଦୃଷ୍ଟିରୁ ଗୋପାଳକୁ ଝାରସୁଗୁଡା ଜେ-ଲରୁ ଚୌଦାର ଜେଲ ଅଣାଯାଇଛି । ଜେ-ଲରେ ସ୍ୱତନ୍ତ୍ର ସେଲରେ 24 ଘଣ୍ଟିଆ ସୁର-କ୍ଷା ବଳୟ ଏବଂ ସିସିଟିଭି ସର୍ଭେଲାନ୍ସରେ ତାକୁ ରଖାଯାଇଛି।

ଏହି ସମୟରେ ଗୋପାଳ ହୁଏତ ନିଜ ଘରଲୋକଙ୍କ କଥା ମନେ ପକାଇ କାନ୍ଦୁଥିବ। ଖାସ କରି ନିଜ ପତ୍ନୀ କଥା ଏବଂ ପିଲାମାନଙ୍କ କଥା ମନେ ପକାଉଥିବ। ଆଉ ଭାବୁଥିବ ଯେ,” ମୁଁ ଏଠି ଏକା ବସି ରହିଛି। ତୁମ କଥା ଭାରି ମନେ ପଡୁଛି। ମୋ ସ୍ତ୍ରୀ ହୋଇ ମଧ୍ୟ ତୁମେ ଥରେ ବି ମତେ ଏଠାକୁ ଦେଖା କରିବାକୁ ଆସୁନାହଁ।

ମୁଁ ମରିଛି କି ବଂଚିଛି ଥରେ ବି ଜାଣିବାକୁ ଚେଷ୍ଟା କରୁନ। ମୋର ତୁମ ସମସ୍ତଙ୍କ କଥା ବହୁତ ମନେ ପଡୁଛି। ମତେ ଏଠି ଭାରି ଏକା ଏକା ଲାଗୁଛି। ଭଗବାନ ଜାଣନ୍ତି ମୁଁ ଏଠାରେ ଆଉ କେତେ ଦିନ ରହିବି। ମୁଁ ଆଶା କରୁଛି ତୁମେ ସମସ୍ତେ ବହୁତ ଭଲରେ ଥିବ।”

ତେବେ ଆଉ ଏକ ଖବର ଏବେ ଶୁଣିବାକୁ ମିଳିଛି ଯେ ମନ୍ତ୍ରୀ ନବ ଦାସ ହ-ତ୍ୟାକା-ଣ୍ଡ ଘଟ-ଣାର ଅଭି-ଯୁକ୍ତ ଗୋପାଳ ଦାସ ପଢୁଛି ଭାଗବତ। ବୋଧହୁଏ ନିଜେ କରିଥିବା କର୍ମ ବାବ-ଦରେ ଏବେ ଅନୁତାପ କରି ନିଜ ଭିତରେ ଥିବା ଭଲ ମଣିଷ ପଣିଆକୁ ଉଜାଗର କରିବାକୁ ଚେଷ୍ଟା କରୁଛି ଗୋପାଳ ଦାସ।ଗୋପାଳ ଦାସ ଭାଗବତ ବ୍ୟତୀତ ସ୍ୱାମୀ ବିବେକାନନ୍ଦଙ୍କ ବହି ମଧ୍ୟ ପଢିବାକୁ ରୁଚି ରଖୁଥିବା ସୂଚନା ରହିଛି।

ତେଣୁ ବିବେକାନନ୍ଦଙ୍କ ବହି ଆଣି ଦେବାକୁ ନିବେଦନ କରୁଥିବା ସୂଚନା ରହିଛି।ଦିନକୁ 3ଟି ଓଡ଼ିଆ ଖବର କାଗଜ ବି ପଢୁଛି। କିନ୍ତୁ ଗୋପାଳ ରହୁଥିବା ସେଲରେ ଲାଗିଥିବା ଏଲଇଡି ଟିଭି ଚାଲୁ ନାହିଁ।ଏଭଳି ସ୍ଥିତିରେ ଗୋପାଳ ବିଭିନ୍ନ ଟିଭି ସିରିଏଲ୍ ଦେଖିବା ପାଇଁ ଜେ-ଲ୍ ଅଧିକାରୀଙ୍କୁ ଅନୁରୋଧ କରୁଥିବା ସୂଚନା ରହିଛି। ତେଣୁ ଟିଭି ମରାମତି ପାଇଁ ଜେ-ଲ୍ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଥିବା ଜଣାପଡିଛି।

ଜେଲର ପ୍ରତ୍ୟେକ ସେଲରେ ଫ୍ୟାନ୍ ଏବଂ ଟିଭି ରହିଥିବା ବେଳେ ଗୋପାଳ ଥିବା ସେଲର ଟିଭି ଖରାପ ହୋଇଯାଇଛି। ନିଜ ସଂପ-ର୍କରେ ପ୍ରକାଶ ପାଉଥିବା ଖବରକୁ ସେ ଗୋଟି ଗୋଟି କରି ପଢୁଛି। କିନ୍ତୁ ସେ କୌଣସି ପ୍ରକାର ବ୍ୟସ୍ତ ବିବ୍ରତର ଲକ୍ଷଣ ନଥିବା ଜେ-ଲ୍ କର୍ତ୍ତୃପକ୍ଷ ଅନୁଭବ କରୁଛନ୍ତି।

Leave a Reply

Your email address will not be published. Required fields are marked *