ଗୋପାଳ ପାଇଁ ଜେ-ଲକୁ ଦହି ପଖାଳ ,ଶୁଖୁଆ ଭଜା ,ମାଛ ଭଜା ନେଇକି ଯିବି

ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ମୃ-ତ୍ୟୁ କୁ ନେଇ ସାରା ରାଜ୍ୟ ସ୍ତବ୍ଧ ହୋଇଯାଇଥିବା ବେଳେ ମଝିରେ ଏକ ଆଶ୍ଚର୍ଯ୍ୟ କର ଖବର ସାମ୍ନାକୁ ଆସିଥିଲା। ଜଣେ ବୃଦ୍ଧା ନବ ଦାସଙ୍କ ମୃ-ତ୍ୟୁ ଖବର କୁ ନେଇ ମୃ-ତ୍ୟୁର 4 ଦିନ ପରେ ନିଜ ଘରେ ଭୋଜିର ଆୟୋଜନ କରିଥିଲେ।

ଆଉ ASI ଗୋପାଳ ଦାସ ଭଗବାନଙ୍କ ରୂପରେ ଆସି ମନ୍ତ୍ରୀ ନବଦାସଙ୍କୁ ମା-ରିଛନ୍ତି ବୋଲି ସେ କହିଥିଲେ। ସ୍ବାସ୍ଥ୍ୟମନ୍ତ୍ରୀ ନବଦାସଙ୍କ ମୃ-ତ୍ୟୁକୁ ନେଇ ଏପରି ମନ୍ତବ୍ୟ ଦେବାପରେ ଚର୍ଚ୍ଚାରେ ଥିଲେ କଟକବାସୀ ବୃଦ୍ଧ ମହିଳା ମିନତୀ ବହିଦାର।

ମନ୍ତ୍ରୀ ନବଦାସଙ୍କୁ କାହିଁକି ଗୁ-ଳିମା-ଡ଼ ହେଲା ସେ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଏପଟେ ଏଭଳି ମନ୍ତବ୍ୟ ଦେଇଥିଲେ କଟକର ବୃଦ୍ଧା ମିନତୀ। ସେ ମନ୍ତ୍ରୀଙ୍କ ମୃ-ତ୍ୟୁକୁ ନେଇ ବେଶ ଖୁସି ପ୍ରକଟ କରିବା ସହ ମୃ-ତ୍ୟୁ ଖବର ପାଇ ମିଠା ବାଣ୍ଟି ଖୁସି ମନାଇଥିବା କହିଥିଲେ।

ଏ ନେଇ ବୃଦ୍ଧା ଜଣକ କହିଥିଲେ ଯେ , “ସେ ମୋ ଭାଇର ହ-ତ୍ୟାକା-ରୀ। ମୋ ଭାଇ ବିଧାନ ବହିଦାରକୁ ସେ ମାରିଥିଲେ। ବୋମା ମା-ଡ଼ କରି ମୋ ଭାଇକୁ ହ-ତ୍ୟା କରିଥିଲେ। ଭୋଟ ପାଇଁ ମୋ ଭାଇର ହ-ତ୍ୟା କରିଥିଲେ ନବ ଦାସ। ଶେଷରେ ସେ ଆଜି ଗୁ-ଳିରେ ମୃ-ତ୍ୟୁବ-ରଣ କରିଛି। ମନ୍ତ୍ରୀଙ୍କୁ ହ-ତ୍ୟା କରିଥିବା ଗୋପାଳଙ୍କୁ ମୁଁ ସମର୍ଥନ କରୁଛି।

ଗୋପାଳ ଦାସ ଅଭି-ଯୁକ୍ତ ନୁହଁ ସେ ସ୍ୱୟଂ ନୀଳ ମାଧବ ଶ୍ରୀକୃଷ୍ଣ। ସେ ଭଗବାନଙ୍କ ରୂପରେ ଆସି ନବ ଦାସ ନାମକ କଂସକୁ ବଦ୍ଧ କରିଛନ୍ତି। 2005 ମେ 10 ତାରିଖ ରେ ନବ ଦାସ ହିଁ ମୋ ଭାଇକୁ ନି-ର୍ମମ ଭାବେ ଷ-ଡଯ-ନ୍ତ୍ର କରି ହ-ତ୍ୟା କରିଥିଲେ। ଆଜି ଭଗବାନ ତାର ସୁଧମୂଳ ହିସାବ କରିଛନ୍ତି।

ନବ ଦାସ ମୃ-ତ୍ୟୁ ଶୁଣିବା ପରେ ମୁଁ ମଟନ ,ଲୁ-ଚି,ମିଠା ଏବଂ କୋଲଡ୍ରିକ୍ସ ପିଇବାକୁ ଦେଇଥିଲି। ଏବେ ମୋ ଦେବତା ଗୋପାଳକୁ ଖାଇବାକୁ ଦେବା ପାଇଁ ମୁଁ ଜେ-ଲ ଯିବି। ଜେ-ଲକୁ ଦହି ପଖାଳ, ଶୁଖୁଆ ଭଜା, ମାଛ ଭଜା, ନେଇକି ଯିବି, ସେ ଯାହା ଖାଇବ ନେଇକି ଯିବି।

ଯଦି ଗୋପାଳ ଜେ-ଲରୁ ବାହାରେ ତାହାଲେ ତାକୁ ଦରକାର ପଡ଼ିଲେ ନିଜ ଘରକୁ ପାଛୋଟି ଆଣିବି। ସେ ଆଜି ଯଦି ନବଦାସକୁ ମ-ରିନଥାନ୍ତା ଓଡିଶାକୁ ସେ ଖାଇଦେଇଥାନ୍ତା। ନବଦାସ ଜଣେ ଏପରି ମନ୍ତ୍ରୀ ଥିଲା ଯିଏ ସ୍ୱୟଂ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ମାନୁନଥିଲା।ଏପରି ବ୍ୟକ୍ତିର ମୃ-ତ୍ୟୁ ହେବା ସୁନିଶ୍ଚିତ ଥିଲା।”

Leave a Reply

Your email address will not be published. Required fields are marked *