ବର୍ଷାଙ୍କ ଉତ୍ତର….ନେଇଯାରେ ମେଘ ମତେ କିମ୍ବା ସୁନା ଚଢେଇ ମୋ ରୁପା ଚଢ଼େଇରୁ ଆରମ୍ଭ ହୋଇଥିଲା ପ୍ରେମ

ବିବାହ ବି-ଚ୍ଛେଦ ମାମ-ଲାରେ ପାରିବାରିକ ଅଦା-ଲତରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଏବଂ ଅଭିନେତା ଅନୁଭବ ମହାନ୍ତିଙ୍କ ଗତ ଗୁରୁବାର ଦିନ କୋର୍ଟରେ ହାଜର ହୋଇଥିଲେ। ଏହି ମାମଲାରେ ଗୁରୁବାର ଦିନ ଅଭିନେତ୍ରୀ ବର୍ଷାଙ୍କ ସାକ୍ଷ୍ୟ ଗ୍ରହଣ ହୋଇଥିଲା।

କିନ୍ତୁ ଏହି ସାକ୍ଷ୍ୟ ଗ୍ରହଣ ପ୍ରକ୍ରିୟା ଅସମ୍ପୂର୍ଣ୍ଣ ରହିଯିବାରୁ ପରବର୍ତ୍ତୀ ତାରିଖରେ ବର୍ଷାଙ୍କ ପୁନର୍ବାର ସାକ୍ଷ୍ୟ ଗ୍ରହଣ କରାଯିବ ବୋଲି କୋର୍ଟ କହିଛି। ପୂର୍ବରୁ କିନ୍ତୁ ଅନୁଭଵଙ୍କ ସାକ୍ଷ୍ୟ ଗ୍ରହଣ ପ୍ରକ୍ରିୟା ଶେଷ ହୋଇଯାଇଛି।

ଉଭୟଙ୍କ ପାରିବାରିକ ବି-ବାଦ ମାମ-ଲାର ଶୁଣାଣି ମଧ୍ୟ ହାଇକୋର୍ଟରେ ଜାରି ରହିଛି। ବିଶେଷକରି ସୋସିଆଲ ମିଡିଆରେ ପରସ୍ପର ବିରୋ-ଧରେ ଆକ୍ଷେପ ଘଟ-ଣାରେ, ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ପକ୍ଷରୁ ହାଇକୋର୍ଟରେ ମାମ-ଲା ଦାୟର କରାଯାଇଥିଲା।

ପୂର୍ବ ଘଟ-ଣାକୁ କହିବାକୁ ଗଲେ ଅନୁଭବ ମହାନ୍ତି ଦିଲ୍ଲୀର ପଟିଆଲା ହାଉସ ପରିବାର ଅଦା-ଲତରେ ଛା-ଡ଼ପ-ତ୍ର ପାଇଁ 2020 ଜୁଲାଇ 16 ତାରିଖରେ ପିଟି-ସନ୍ ଦା-ଖଲ କରିଥିଲେ। ଏହି ଛାଡ଼-ପତ୍ର ମାମ-ଲାକୁ କଟକ ପରିବାର ଅଦା-ଲତକୁ ସ୍ଥାନାନ୍ତର ପାଇଁ ଅଭିନେତ୍ରୀ ବର୍ଷା ସୁପ୍ରିମେକାର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।

2021 ମାର୍ଚ୍ଚ 5 ରେ ସୁପ୍ରିମକୋର୍ଟରେ ମାମ-ଲାର ଚୂଡାନ୍ତ ଶୁଣାଣି ହୋଇଥିଲା। ଅନୁଭବଙ୍କ ସହମତିକୁ ବିଚା-ରକୁ ନେଇ ସୁପ୍ରିମକୋର୍ଟ ବର୍ଷାଙ୍କ ଟ୍ରାନ୍ସଫର ପିଟି-ସନକୁ ଅନୁମତି ଦେଇଥିଲେ।

ସୁପ୍ରିମକୋର୍ଟଙ୍କ ମାର୍ଚ୍ଚ 5ର ନିର୍ଦ୍ଦେଶ ଅନୁସାରେ ଅନୁଭବ ପତ୍ନୀ ବର୍ଷାଙ୍କୁ ଛା-ଡପ-ତ୍ର ଦେବା ପାଇଁ ଦିଲ୍ଲୀର ପଟିଆଲା ହାଉସ କୋର୍ଟରେ କରିଥିବା ଆବେଦନ ଶୁଣାଣି ପାଇଁ କଟକ ପରିବାର ଅଦା-ଲତକୁ ସ୍ଥାନାନ୍ତର ହୋଇ ଆସିବା ପରେ 2021 ଏପ୍ରିଲ 5 ରେ ଉଭୟ ପରିବାର ଅଦା-ଲତରେ ହାଜର ହୋଇଥିଲେ।

ତେବେ ଦେଖିବାକୁ ଗଲେ ବର୍ଷା ଏବଂ ଅନୁଭବ ମିଶି ପୂର୍ବରୁ ବହୁତ ଫିଲ୍ମ କରିଛନ୍ତି। ଉଭୟଙ୍କ ଯୋଡି ମଧ୍ୟ ବହୁତ ଭଲ ଲାଗୁଥିଲା। ସମସ୍ତେ ଭାବୁଥିଲେ ଉଭୟ ପରସ୍ପରକୁ ବିବାହ କରିବେ, ଯାହା ସତ ମଧ୍ୟ ହୋଇଥିଲା। ହୁଏତ ନେଇଯାରେ ମେଘ ମତେ କିମ୍ବା ସୁନା ଚଢେଇ ମୋ ରୁପା ଚଢ଼େଇରୁ ଆରମ୍ଭ ହୋଇଥିଲା ପ୍ରେମ। କିନ୍ତୁ ଆଜି ଏହି ସୁନ୍ଦର ଯୋଡି ପରସ୍ପର ଠାରୁ ଅଲଗା ହେବାପାଇଁ କୋର୍ଟର ଚ-କ୍କର କା-ଟୁଛନ୍ତି।

Leave a Reply

Your email address will not be published. Required fields are marked *