ମୁଁ ଅସୁନ୍ଦର ବୋଲି ମୋ ସ୍ୱାମୀ ମୋତେ ଛାଡ଼ି ଆଉ ଜଣେ ମହିଳାଙ୍କୁ ବାହା ହୋଇଛନ୍ତି

ଆଜ୍ଞା ହଁ ଦର୍ଶକବନ୍ଧୁ ରସି-କିଆ ସ୍କୁଲ ମାଷ୍ଟର । ପ୍ରଥମ ସ୍ତ୍ରୀ ଅସୁନ୍ଦର ବୋଲି କାଳୀ ଟେ ବୋଲି ତାକୁ ଛାଡ଼ି ଦ୍ଵିତୀୟ ବିବାହ କଲେ ଶିକ୍ଷକ । ମନ୍ଦିର କି ଘରେ ନୁହେଁ, ସ୍କୁଲରେ କରିଛନ୍ତି ବିବାହ । ଏମିତି ଏକ ଘ-ଟଣା ଦେଖିବାକୁ ମିଳିଛି ଫୁଲବାଣୀ ଜିଲ୍ଲାରେ । ଶିକ୍ଷକଙ୍କ ପ୍ରଥମ ସ୍ତ୍ରୀ ଏନେଇ ଆଣିଛନ୍ତି ଅଭି-ଯୋଗ । ଆହୁରି ମଧ୍ୟ ସ୍ତ୍ରୀଙ୍କ ଅଭି-ଯୋଗ କ୍ରମେ ସ୍କୁଲର ଗୋଦାମ ଘରେ ଗଲା କିଛିଦିନ ହେବ ଉଭୟ ସାଙ୍ଗ ହେଇ ରହୁଥିଲେ । ସେଥିପାଇଁ ଶିକ୍ଷକ ଜଣକ କୁଆଡ଼େ ଆଉ ଘରକୁ ମଧ୍ୟ ଯାଉ ନଥିଲେ ।

ପ୍ରଥମ ସ୍ତ୍ରୀ ନିରୁପମା ଡାକୁଆ ରସି-କିଆ ଶିକ୍ଷକ ସ୍ବାମୀ ନାମରେ ବାଲିଗୁଡା ଥା-ନାରେ ଅଭି-ଯୋଗ କରିଛନ୍ତି । ରସି-କିଆ ଶିକ୍ଷକ ଜଣକ ହେଉଛନ୍ତି ଦାରିଙ୍ଗବାଡି ବ୍ଲକ୍ ଅନ୍ତର୍ଗତ ସୁଜାମାଜୁ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଶ୍ରୀପତି ନାୟକ । ଶ୍ରୀପତି ନାୟକ ୨୦୦୩ ମସିହାରେ ନିରୁପମା ଡାକୁଆଙ୍କୁ ବିବାହ କରିଥିଲେ । ତିନି ବର୍ଷ ପରେ ଏକ ଝିଅ ଜନ୍ମ ହୋଇଥିଲା । ଝିଅ ଜନ୍ମ ହେବା ପରେ ସ୍ତ୍ରୀ ଉପରେ ଆରମ୍ଭ ହୋଇଥିଲା ଶାରୀ-ରିକ ସହ ମାନ-ସିକ ନିର୍ଯ୍ୟା-ତନା କାରଣ ଝିଅ ଜନ୍ମକୁ ନେଇ ଖୁସି ନଥିଲେ ଶିକ୍ଷକ।

ଏହାକୁ ନେଇ ପ୍ରଥମେ ଫୁଲବାଣୀ ପରିବାର କୋର୍ଟରେ ଆରମ୍ଭ ହୋଇଥିଲା ମାମଲା । ଏହା ପରେ ବାଲିଗୁଡା କୋର୍ଟରେ ସ୍ବାମୀ ଶ୍ରୀପତି ନାୟକ ଛାଡ଼ପତ୍ର ପାଇଁ ଆବେଦନ ପତ୍ର ଦେଇଥିଲେ । ହେଲେ କୋର୍ଟରେ କେ-ସ ଚାଲିଥିବା ବେଳେ ଶିକ୍ଷକ ସ୍ବାମୀ ଗତ ୬ ତାରିଖ ଦିନ ଝୁମି ପ୍ରଧାନ ନାମକ ଯୁବତୀଙ୍କୁ ବିବାହ କରିଥିଲେ । ନିଜେ କାର୍ଯ୍ୟରତ ଥିବା ସୁଜାମାଜୁ ସ୍କୁଲ ପରିସର ମଧ୍ୟରେ ଫୁଲମାଳ ପିନ୍ଧି କେକ କା-ଟିଥିଲେ । ପିଲାଙ୍କ ପାଠପଢା ବଦଳରେ ଶିକ୍ଷକଙ୍କ ପାର୍ଟିରେ ମସଗୁଲ ଥିଲେ ଶିକ୍ଷକମାନେ ।

ଏହି ସମୟର ଫୋଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଆଗକୁ ପିଲାଙ୍କ ପରୀକ୍ଷା ଥିବା ବେଳେ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ରସିକିଆ ଶିକ୍ଷକଙ୍କ ପାର୍ଟିରେ ସାମିଲ ଥିଲେ । ପାଠପଢା ସମୟର ସ୍କୁଲରେ ଏଭଳି କାର୍ଯ୍ୟକ୍ରମ ନାପସନ୍ଦ କରିବା ସହ ଉକ୍ତ ଶିକ୍ଷକ ମାନଙ୍କ ଉପରେ ଦୃଢ଼ କା-ର୍ଯ୍ୟାନୁ-ଷ୍ଠନ ଦାବୀ କରିଛନ୍ତି ଅଞ୍ଚଳବାସୀ ସମେତ ବୁଦ୍ଧିଜିବୀ ।

Leave a Reply

Your email address will not be published. Required fields are marked *