ସେ ନିଜକୁ ପ୍ରଡ୍ୟୁସର କହୁଛି ,ହେଲେ ନିଜର ଗାଡି ନାହିଁ ..ମୁକ୍ତିଲାଭ କରିଥିବା ଫିଲ୍ମର ସ୍କ୍ରିପ୍ଟ ଦେଉଛି…….

ପିଣ୍ଟୁ ନନ୍ଦଙ୍କୁ ଜଣେ ପ୍ରଯୋଜକ ସାହାଯ୍ୟ ନାମରେ 50 ହଜାର ଟଙ୍କାର ଚେକ ଦେବା ପରେ ତାହା ବାଉନ୍ସ ହେବାର ଖବର ତ ଆପଣ ନିଶ୍ଚୟ ଶୁଣିଥିବେ। ଯାହା ଏବେ ଚାରିଆଡେ ଚର୍ଚ୍ଚାର ବିଷୟ ପାଲଟିଛି। ଯାହାକୁ ନେଇ ଅଭିନେତା ବବି ମିଶ୍ର ମଧ୍ୟ ଗା-ଳି କରିବା ସହ ବ୍ୟକ୍ତିଟିକୁ ଠ-କ ବୋଲି କହିଥିଲେ।

ଲୋକମାନେ ମଧ୍ୟ ମିଡିଆ ଆଗରେ ସେହି ବ୍ୟକ୍ତିଙ୍କୁ ଗାଳି କରୁଛନ୍ତି ଏବଂ ଗୋଟେ ଚୋ-ର ବୋଲି କହୁଛନ୍ତି। ତେବେ ବିଶ୍ୱଜିତ ନାମକ ଜଣେ ଆସିଷ୍ଟାଣ୍ଟ ଡ଼ାଇରେକ୍ଟର ମିଡିଆ ଆଗରେ କହିଛନ୍ତି ଯେ , ” ବ୍ୟକ୍ତିଟିର ନାମ ଜ୍ୟୋତି ରଞ୍ଜନ ମହାନ୍ତି। ଲୋକଟି ସେହି ପ୍ରକାର ହୋଇଥିବାରୁ ଆଜି ତାଙ୍କୁ ସମସ୍ତେ ଆଙ୍ଗୁଠି ଉଠାଉଛନ୍ତି।

ଆରେ ନିଜକୁ ଲୋକଙ୍କ ଆଗରେ ପରିଚିତ କରାଇବା ପାଇଁ ଏପରି ବ୍ୟକ୍ତି ଏହି କାର୍ଯ୍ୟ କରୁଛନ୍ତି। ଶସ୍ତା ଚର୍ଚ୍ଚା ପାଇଁ କାହିଁକି ଏପରି କରନ୍ତି ଲୋକ ମୁଁ ବି ବୁଝିପାରୁନି। ପ୍ରଯୋଜକ ନାମ ବହୁତ ବଡ଼। ଏପରି ପ୍ରଯୋଜକ ନିଜକୁ କହି ଲୋକଙ୍କୁ ଠ-କନ୍ତୁ ନାହିଁ।

ଯେଉଁ ବ୍ୟକ୍ତି ନିଜକୁ ପ୍ରଯୋଜକ କହୁଛନ୍ତି ତାଙ୍କୁ ପଚାରନ୍ତୁ ସେ କେତେଟା ଫିଲ୍ମ କରି ପକାଇଛନ୍ତି। ଆରେ ଯେଉଁ ଲୋକ ମୁକ୍ତିଲାଭ ଫିଲ୍ମର ସ୍କ୍ରିପ୍ଟ ଆଣି ପୁଣିଥରେ ଫିଲ୍ମ କରିବାକୁ କହୁଛନ୍ତି ସିଏ କେଉଁ ପ୍ରକାର ପ୍ରଯୋଜକ। ବବି ଭାଇ ସେ ଲୋକକୁ କିଛି କହିଲେନି ବୋଲି ସେ ଲୋକଟା ଏବେ ବଂଚିକି ଅଛି। ନହେଲେ ବାଟରେ ଦେଖିବା ମାତ୍ରେ ମା-ଡ଼ ମା-ରିବାକୁ ଇଛା ହଉଛି।

ଗୋଟେ ଲୋକ ଅସୁସ୍ଥ ହୋଇ ପଡିରହିଛି। ତାର ଅବସ୍ଥା ସାଂଘା-ତିକ। ଆଉ ଏତିକି ବେଳେ ଏହାର ସୁଯୋଗ ନେଇ ତମେ ତାଙ୍କୁ ଟଙ୍କାର ଆଶା ଦେଖାଇ ଠ-କୁଛ। ଛି ଛି କାହିଁକି ଏପରି ଲୋକ ଦୁନିଆ ଅଛନ୍ତି କେଜାଣି। ନିଜକୁ ପ୍ରଯୋଜକ କହି ଘୁରି ବୁଲୁଥିବା ଏହି ବ୍ୟକ୍ତିଙ୍କୁ ପଚାର ତା’ର ନିଜର ଖଣ୍ଡେ ଗାଡି ଅଛି କି? ଲୋକଙ୍କ ଗାଡିକୁ ଭଡାରେ ମାଗି ଚଲାଉଥିବା ଏହି ବ୍ୟକ୍ତି ସ୍ୱତନ୍ତ୍ର ଗୋଟେ ଠ-କ। ଏପରି ଲୋକଙ୍କୁ ଆଖି ବନ୍ଦ କରି ବାଡେଇବା ଉଚିତ।”

Leave a Reply

Your email address will not be published. Required fields are marked *