“ମୁଁ ଟିକେ ମନେଇ ଝିଅ.. ଇଏ କିନ୍ତୁ ଜମା ପ୍ରେମାଳୁ ନୁହଁ..”

ଆପଣମାନେ ତ ଜାଣିଥିବେ ୟୁଟ୍ୟୁବର କମେଡିଆନ ମି ପୁଚ ପୁଚଙ୍କର ବିବାହ ଏବେ ଶେଷ ହୋଇସାରିଛି। କେବଳ ବିବାହ ନୁହେଁ ବରଂ ରିସେପ୍ସନ କାର୍ଯ୍ୟକ୍ରମ ମଧ୍ୟ ଶେଷ ହୋଇଯାଇଛି।

ତେବେ ରିସେପସନରେ ଏହି ନୂଆ ଦମ୍ପତିଙ୍କୁ ଶୁଭେଚ୍ଛା ଜଣାଇବା ପାଇଁ ଅନେକ ବଡ ବଡ ଲୋକ ସାମିଲ ହୋଇଥିଲେ। ଏପରିକି ଅଭିନେତା ଶ୍ରୀତମ ସାର ମଧ୍ୟ ଏହି ରିସେପସନରେ ଯୋଗ ଦେଇଥିଲେ ଏବଂ ଉଭୟଙ୍କୁ ଉପହାର ଦେଇ ଶୁଭେଚ୍ଛା ଜଣାଇଥିଲେ।

ଦେଖିବାକୁ ମିଳିଥିଲା ଯେ ଏହି ରିସେପସନରେ କମେଡିଆନ ରାଜୁ ଦାସ, ଯାତ୍ରା ହିରୋଇନ ରାଣୀ ପଣ୍ଡା ଏବଂ ଅପରାଜିତା ମହାନ୍ତି ପରି ଆହୁରି ଅନେକ ପ୍ରସିଦ୍ଧ ଲୋକ ଆସିଥିଲେ।ମି ପୁଚ ପୁଚଙ୍କୁ ସମସ୍ତେ ଉପହାର ଦେଇ ଫଟୋ ଉଠାଇ ଶୁଭେଚ୍ଛା ଜଣାଇବା ସହ ଖାଇପିଇ ଖୁସିରେ ଫେରିଥିଲେ।

ଏବେ ଦେଖିବାକୁ ମିଳିଛି ଯେ ମିଡିଆ ଆଗରେ ନିଜ ଭାଲେଣ୍ଟାଇନ ଡେ କୁ ନେଇ ସେ କିଛି ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ,” ଶାଶୂ ଘରେ ମୁଁ ଝିଅ ପରି ରହୁଛି। କୌଣସି ପ୍ରକାରର ଅସୁବିଧା ନାହିଁ। ଶଶୁର ମତେ ଝିଅ ପରି ଗେଲ୍ହା କରି ରଖିଛନ୍ତି। ନିଜ ସ୍ୱାମୀଙ୍କୁ ନେଇ ମୁଁ ବହୁତ ଖୁସି ଅଛି।

ଭାଲେଣ୍ଟାଇନ ଡେ ରେ ମୁଁ କେବେ ଆଶା କରିନଥିଲି ଯେ ମୋ ସ୍ୱାମୀ ମତେ ସରପ୍ରାଇଜ ଦେବେ ବୋଲି। ମୁଁ କଲେଜ ଯାଇଥିଲି ତେବେ କଲେଜରୁ ଯେତେବେଳେ ଘରକୁ ଫେରିଲି ମୁଁ ଘରେ ସାଜସଜା ଦେଖି ଆଶ୍ଚର୍ଯ୍ୟ ହୋଇଗଲି।
ବହୁତ ଗୁଡିଏ ବେଲୁନ ଲାଗିବା ସହ ଏକ ଲାଲ ରଙ୍ଗର କେକଟିଏ ଥୁଆ ହୋଇଥିଲା।

ଏହାପରେ ମୁଁ ବହୁତ ଖୁସି ହୋଇଯାଇଥିଲି। ତାପରେ ଆମେ ସମ୍ପୁର୍ଣ୍ଣ ପରିବାର ମିଶି କେକ କାଟି ଭାଲେଣ୍ଟାଇନ ଡେ ସହ ପ୍ୟାରେଣ୍ଟ ଡେ ମଧ୍ୟ ପାଳନ କଲୁ। ଦେଖିବାକୁ ଗଲେ ମୁଁ ଟିକେ ମନେଇ ଝିଅ। କିନ୍ତୁ ମୋ ସ୍ୱାମୀ ଜମା ପ୍ରେମାଳୁ ନୁହନ୍ତି। ତାଙ୍କର ଏପରି ସରପ୍ରାଇଜ ଦେଖି ମୁଁ ପୁରା ଆଶ୍ଚର୍ଯ୍ୟ ହୋଇଗଲି।

Leave a Reply

Your email address will not be published. Required fields are marked *