ରାସ୍ତା ଉପରେ ଠିଆ ହୋଇଥିଲା କନ୍ୟା ଯାତ୍ରୀ, ମାଡି ଆସିଲା ସ୍କର୍ପିଓ, ଅକାଳରେ ଚାଲିଗଲା 3 ଜୀବନ।:-

ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଉପକଣ୍ଠ ଗୋପାଳପୁର ଥା-ନା ଅନ୍ତର୍ଗତ ମାଣ୍ଡିଆପଲ୍ଲୀ ଗାଁରେ ଦେଖିବାକୁ ମିଳିଛି ଏକ ଭ-ୟାନକ ଦୁର୍ଘ-ଟଣା। ହସ ଖୁସିରେ ଚାଲୁଥିଲା ବିବାହ ଉତ୍ସବ। କାନ୍ୟଯାତ୍ରୀଙ୍କ ବରଣୀ ପାଇଁ ଘର ଦୁଆରମୁହଁରେ ଘର ଲୋକେ କରି ରହିଥିଲେ ଅପେକ୍ଷା।

ମାତ୍ର ବରଣୀ କରିବା ପୂର୍ବରୁ ଘଟି ଗଲା ଭ-ୟଙ୍କର ଦୁର୍ଘ-ଟଣା। ଆଖି ପିଛୁଳାକେ ଚାଲିଗଲା 3ଟା ଜୀବନ। ବାହାଘର ପାଇଁ ହସଖୁସିରେ ଫାଟି ପଡୁଥିବା ଘର ହଠାତ କାନ୍ଦ ବୋବାଳୀରେ କମ୍ପି ଉଠିଲା।

ତେବେ ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ବ୍ରହ୍ମପୁର ସହରର ଲାଞ୍ଜିପଲ୍ଲୀ ଅଞ୍ଚଳରୁ ଏକ କନ୍ୟା ଯାତ୍ରୀ ମାଣ୍ଡିଆପଲ୍ଲୀ ଗାଁକୁ ବିବାହ କରିବା ଲାଗି ଯାଇଥିଲେ। ଗାଁରେ ବରର ବିବାହ ପ୍ରୋସେସନ ସରିବା ପରେ ରାସ୍ତା କଡ଼ର ଉଭୟ ପକ୍ଷର ବାଟବରଣ କରିବା ଲାଗି ସଜବାଜ ହେଉଥିଲେ।

ଠିକ୍‌ ଏହି ସମୟରେ ଗୋପାଳପୁର ପଟୁ ଏକ ସ୍କର୍ପିଓ ଗାଡ଼ି ଦୃତ ଗତିରେ ଆସି ଲୋକଙ୍କ ଉପରେ ମାଡିଯାଇଥିଲା। ତେବେ ଦୁର୍ଘ-ଟଣା ଘଟାଇଥିବା ପରେ ସ୍କର୍ପିଓ ଘଟ-ଣାସ୍ଥଳରୁ ଖସି ଯିବାକୁ ଉଦ୍ୟମ କରି ଗାଁ ଭିତରକୁ ପଶି ଏକ ଘରର ବାରଣ୍ଡାରେ ଧ-କ୍କା ଦେଇଥିଲା।

ଏହାପରେ ଗାଡ଼ି ଡ୍ରାଇଭର ଘଟ-ଣାସ୍ଥଳରୁ ଫେ-ରାର ହୋଇଯାଇଥିବା ବେଳେ ଗାଡ଼ିରେ ବସିଥିବା ଅନ୍ୟ ଜଣେ ବ୍ୟକ୍ତିଙ୍କୁ ଗାଁ ଲୋକେ ଧରି ପକାଇ ପୋଲି-ସକୁ ହସ୍ତାନ୍ତର କରିଥିଲେ। ଏହି ଭ-ୟଙ୍କର ଦୁର୍ଘ-ଟଣାରେ 3 ଜଣ କନ୍ୟା ଘର ଲୋକଙ୍କ ମୃ-ତ୍ୟୁ ଘଟିବା ସହିତ 15 ଜଣ ଆ-ହତ ହୋଇଛନ୍ତି।

ମୃତ-କମାନେ ହେଉଛନ୍ତି ସ୍ୱପ୍ନା ରେଡ୍ଡୀ ଏବଂ ଭାରତୀ ରେଡ୍ଡୀ ଏବଂ ସଞ୍ଜୁରେଡ୍ଡୀ। ସେହିପରି ଗୁରୁ-ତର ଆ-ହତ ହୋଇଥିବା ଲୋକ ହେଉଛନ୍ତି ରବିନାରାୟଣ ଦାଶ ଏବଂ ରାଜେଶ ରେଡ୍ଡୀ। ଆହ-ତମାନଙ୍କୁ ବ୍ରହ୍ମପୁର ମେଡିକାଲକୁ ନେଇ ଏବେ ଚିକିତ୍ସା କରାଯାଉଛି।

Leave a Reply

Your email address will not be published. Required fields are marked *