କେବଳ ପବ୍ଲିସିଟୀ ପାଇଁ ପିଣ୍ଟୁ ଭାଇଙ୍କୁ ସାହାଯ୍ୟ କରିବା ପାଇଁ ପଇସା ଦେଉଛନ୍ତି………..

ପାଠକ ବନ୍ଧୁଗଣ ଆପଣମାନେ ତ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣାଶୁଣା କଳାକାର ପିଣ୍ଟୁ ନନ୍ଦଙ୍କୁ ଜାଣିଥିବେ ନିଶ୍ଚୟ ଏବଂ ତାଙ୍କର ଦେହ ଖରାପ ହୋଇଛି ସେହି କଥା ମଧ୍ୟ ଜାଣିଥିବେ।ତେବେ ସେ ବର୍ତ୍ତମାନ ଦିଲ୍ଲୀରେ ଏକ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।ତାଙ୍କ ଦେହ ଖରାପ ଅଛି ଏବଂ ସେ ଚିକିତ୍ସିତ ହେବେ ଏହି କଥା ଯେତେବେଳେ ପ୍ରଘଟ ହେଲା ସେତେବେଳେ ବହୁତ ଲୋକ ତାଙ୍କୁ ଦେଖା କରିବା ପାଇଁ ଯାଇଥିଲେ ।

ତାଙ୍କୁ କିଛି ଟଙ୍କା ମଧ୍ୟ ଦେଇଥିଲେ ସାହାଯ୍ୟ ପାଇଁ।ବନ୍ଧୁଗଣ ଆପଣମାନେ ଏହି ଖବରଟି ମଧ୍ୟ ଶୁଣିଥିବେ ଯେ ଜଣେ ପ୍ରୋଜଯୋକ ପିଣ୍ଟୁ ନନ୍ଦଙ୍କୁ ୫୦,୦୦୦ର ଏକ ଚେକ୍ ଦେଇଥିଲେ ସାହାଯ୍ୟ ପାଇଁ।କିନ୍ତୁ ସେହି ଚେକଟି ବାଉନ୍ସ ହୋଇଯାଇଥିଲା।ଏହି ଖବର ବିଷୟରେ କିଛି କହିଛନ୍ତି ଜଣେ କଳାକାର।ଆସନ୍ତୁ ଜାଣିବା ଏହି ବିଷୟରେ।ସେହି କଳାକାରଙ୍କ କହିବା କଥା ହେଉଛି ଯେତେବେଳେ ଏହି ଘଟ-ଣାଟି ଘଟିଥିଲା ସେତେବେଳେ ସେ ସେହି ଜାଗାରେ ଉପସ୍ଥିତ ଥିଲେ।

ପିଣ୍ଟୁ ନନ୍ଦ ଯେଉଁଦିନ ଦିଲ୍ଲୀ ଯିବାର ଥିଲା ତାର ପୂର୍ବଦିନ ବହୁତ ଲୋକ ତାଙ୍କୁ ଦେଖା କରିବା ପାଇଁ ଯାଇଥିଲେ ଏବଂ ସେହି କଳାକାର ଜଣଙ୍କ ମଧ୍ୟ ଯାଇଥିଲେ। ସେଠି ସେହି ପ୍ରୋଜଯୋକ ସୁତାଂଶୁ ମହାନ୍ତି ମଧ୍ୟ ଯାଇଥିଲେ।ତାଙ୍କ ସହ ସେହି କଳାକାର ଜଣଙ୍କ କଥା ହେବା ବେଳେ ସେ କହିଥିଲେ କି ସେ ୧୦,୦୦୦ ଟଙ୍କା ଦେବେ ସାହାଯ୍ୟ କରିବା ପାଇଁ।ହେଲେ ବବି ଭାଇଙ୍କ ସହ କଥା ହେବାପରେ ସେ ୫୦,୦୦୦ ଦେବେ ବୋଲି କହିଲେ ଏବଂ ସେ ସେଠି ସଙ୍ଗେ ସଙ୍ଗେ ୫୦,୦୦୦ର ଏକ ଚେକ୍ ମଧ୍ୟ ଦେଲେ।କିନ୍ତୁ ତା’ପରଦିନ ସେହି ଚେକରୁ ପଇସା ଉଠାଇବା ବେଳକୁ ତାହା ବାଉନ୍ସ ହୋଇଗଲା।

ଏହି ବିଷୟରେ ସେହି କଳାକାର ଜଣଙ୍କ ସେହି ପ୍ରୋଜଯୋକଙ୍କୁ ପଚାରିବାରୁ ସେ କହିଲେ କି ଆଉ ଯେଉଁମାନେ ୫,୦୦୦ କି ୧୦,୦୦୦ ଦେଉଛନ୍ତି ଏହି ମିଡ଼ିଆ ବାଲା ତାଙ୍କୁ ପୁରା ହାଇଲାଇଟ କରୁଛନ୍ତି ହେଲେ ମୁଁ ୫୦,୦୦୦ଦେଲି କେହି ସେହି ବିଷୟରେ କିଛି ନ୍ୟୁଜ୍ ବାହାର କରୁନାହାନ୍ତି ସେଥି ପାଇଁ ମୁଁ ବାଉନ୍ସ କରିଦେଲି।ସେହି କଳାକାର ଜଣଙ୍କ କହିଲେ ଯେ ଏଠି କିଛି ଲୋକ ଅଛନ୍ତି ଖାଲି ପବ୍ଲିସିଟୀ ପାଇଁ ସାହାଯ୍ୟ କରୁଛନ୍ତି।ପବ୍ଲିସିଟୀ ପାଇଁ ଭିକ ମାଗୁଛନ୍ତି।କିନ୍ତୁ ପିଣ୍ଟୁ ଭାଇ ଏହି ସବୁ ପାଇଁ ମନା କରୁଛନ୍ତି ।ସେ କହିଛନ୍ତି ଯେ ଏହି ଏସବୁ କାମକୁ ବନ୍ଦ କରିବା ପାଇଁ।

Leave a Reply

Your email address will not be published. Required fields are marked *