ବବିଭାଇ ମୋତେ ଫୋନ କରି କହିଲା ସେ ଟୋକା ଯେଉଁ ଟଙ୍କା ଦେଇଥିଲା ସେଟା ବାଉନସ ହେଇଚି ..ତାକୁ ମୁଁ ମା-ରିବି

ଓଲିଉଡ଼ର ନାମୀଦାମୀ କଳାକାର ପିଣ୍ଟୁ ନନ୍ଦ ବର୍ତ୍ତମାନ ଲିଭର ସିରୋସିସ ରୋଗରେ ଆ-କ୍ରାନ୍ତ ଅଛନ୍ତି। ପିଣ୍ଟୁଙ୍କ ଅପରେସନ ପାଇଁ 50 ଲକ୍ଷ ଟଙ୍କା ଆବଶ୍ଯକ ଥିବା ନେଇ ଡାକ୍ତର ସୂଚନା ଦେଇଛନ୍ତି। ଅଭିନେତା ଏନେଇ ନିଜେ ଆର୍ଥିକ ସହାୟତା ମାଗିବା ସହ ତାଙ୍କ ପାଇଁ ସାଥୀ କଳାକାରମାନେ ମଧ୍ଯ ଅର୍ଥ ଯୋଗାଡ଼ରେ ଲାଗିପଡିଛନ୍ତି।

ନିଜର ସାଧ୍ଯ ମତେ ଲୋକମାନେ ଏବଂ କଳାକାର ମାନେ ପିଣ୍ଟୁଙ୍କୁ ସାହାଯ୍ଯ କରୁଛନ୍ତି। ଏହି କ୍ରମରେ ଜଣେ ପ୍ରଯୋଜକ ପିଣ୍ଟୁ ନନ୍ଦଙ୍କୁ ସାହାଯ୍ଯ କରି ନାମ ନେବାକୁ ଚାହୁଁଛନ୍ତି ବୋଲି ଅଭି-ଯୋଗ ଆଣିଛନ୍ତି ବବି ମିଶ୍ର। ଜଣେ ବ୍ୟକ୍ତି ମିଡିଆ ଆଗରେ କହିଛନ୍ତି ଯେ ମୁଁ ବବି ଭାଇଙ୍କ ପାଖରେ ଥିଲି।

ସେତେବେଳେ ବବିଭାଇ କହିଥିଲେ ଯେ,” ପିଣ୍ଟୁଙ୍କ ଏଭଳି ଅବସ୍ଥାରେ ବି କିଛି ଲୋକ ଡ୍ରାମା କରୁଛନ୍ତି।ପଇସା ଦେବା ନାମରେ ପ୍ରୋହସନ କରୁଛନ୍ତି। କେବଳ ମିଡିଆରେ କିପରି ନାମ ଆସିବ, ସେଥିପାଇଁ ନିଜେ ପିଣ୍ଟୁଙ୍କ ହାତକୁ 50 ହଜାର ଟଙ୍କାର ଏକ ଚେକ ବଢାଇଥିଲେ ଜଣେ ପ୍ରୋଯୋଜକ।

ଇମୋସୋନାଲ ହୋଇ ତମେ ମୋ ଦାଦା-ପୁତୁରା ବି କହିଥିଲେ। ପ୍ରଥମେ 10 ହଜାର ଦେବାକୁ ଆସିଥିଲେ, କିନ୍ତୁ ପରେ ପିଣ୍ଟୁଙ୍କୁ ଦେଖି 50 ହଜାର ଦେବେ ବୋଲି କହିଲେ। କିନ୍ତୁ ତାପର ଦିନ ଚେକ ବାଉନ୍ସ ବାହାରିଲା। ଫୋନ କରିବାରୁ ଏପଟ ସେପଟ କଥାବାର୍ତ୍ତା କରୁଛନ୍ତି। ଏଭଳି ଘ-ଟଣା ନିହାତି ହାସ୍ଯାସ୍ପଦ। ଭଗବାନ ତାଙ୍କ କଥା ନିଶ୍ଚିତ ବୁଝିବେ।

ପିଣ୍ଟୁ ନନ୍ଦଙ୍କ ସ୍ୱାସ୍ଥ୍ଯବସ୍ଥା ବାବଦରେ ସୂଚନା ଜଣାଇ ବବି ମିଶ୍ର କହିଛନ୍ତି, ଧିରେ ଧିରେ ପିଣ୍ଟୁଙ୍କ ସ୍ୱାସ୍ଥ୍ଯ ଧିରେ ଧିରେ ଠିକ ହେଉଛି।ଧିରେ ଧିରେ ପିଣ୍ଟୁ ନନ୍ଦଙ୍କ ପାଇଁ ପଇସା କଲେକ୍ସନ ହେଉଛି। ସେ ଖୁବ ଶୀଘ୍ର ଭଲ ହୋଇ ଫେରିଆସନ୍ତୁ। ପୁଣି ଥରେ ରଙ୍ଗ ବୋଳି ଲୋକଙ୍କ ମନୋରଞ୍ଜନ କରନ୍ତୁ।”

Leave a Reply

Your email address will not be published. Required fields are marked *