ମନ୍ତ୍ରୀଙ୍କୁ ମୁଁ ଏମିତି ମା-ରିବି କୌଣସି ଡାକ୍ତର ବି ବଞ୍ଚେଇ ପାରିବନି ..ଏମିତି ଅଭ୍ୟାସ କରିଥିଲା ଗୋପାଳ

ସାମ୍ନାକୁ ଆସିଲା ସବୁ ସତ । ହ-ତ୍ୟାକା-ରୀ ଗୋପାଳ କହିଦେଲା ସବୁ ସତ । କାହିଁକି ମା-ରିଲା ମନ୍ତ୍ରୀ ନବ ଦାସଙ୍କୁ । ହ-ତ୍ୟା ପଛର କାରଣ କହିଲା ଗୋପାଳ । ନାର୍କୋ ଟେଷ୍ଟରେ ସତ ଉଗାଳିଛି ଅଭି-ଯୁକ୍ତ ଗୋପାଳ ଦାସ। ନାର୍କୋ ଟେଷ୍ଟରେ ଗୋପାଳ ହ-ତ୍ୟା ପଛର ସବୁ କାରଣ କହିଥିବା କ୍ରାଇମବ୍ରାଞ୍ଚର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି । କ୍ରାଇମବ୍ରାଞ୍ଚର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ମୁତାବକ, ନାର୍କୋ ଟେଷ୍ଟରେ କେମିତି ଓ କାହିଁକି ନବ ଦାସଙ୍କୁ ଗୋପାଳ ହ-ତ୍ୟା କରିଥିଲା ସବୁ କହିଛି । ସେ ସମୟରେ ଗୋପାଳର ମାନସିକ ସ୍ଥିତି କ’ଣ ଥିଲା ତାହା ମଧ୍ୟ ଜଣାପଡ଼ିଛି।

ଏଇ ସପ୍ତାହରେ ଗୋପାଳର ନାର୍କୋ ଟେଷ୍ଟ ରି-ପୋର୍ଟ ଆସିବ ବୋଲି କ୍ରାଇମବ୍ରାଞ୍ଚ କହିଛି । ଉଲ୍ଲେଖଥାଉ କି, ଫେବ୍ରୁଆରୀ ୮ ତାରିଖରେ ଗୋପାଳକୁ ନର୍କୋ ଟେଷ୍ଟ ପାଇଁ ଗୁଜରାଟ ଗାନ୍ଧୀନଗରକୁ ନିଆ ଯାଇଥିଲା । ସେଠାରେ ପ୍ରଥମେ ଗୋପାଳର ପଲିଗ୍ରାଫ ଟେଷ୍ଟ କରା ଯାଇଥିଲା । ପଲିଗ୍ରାଫ ଟେଷ୍ଟ ପରେ ଗୋପାଳର ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରା ଯାଇଥିଲା। ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ ପରେ ତାର ନାର୍କୋ ଟେଷ୍ଟ କରା ଯାଇଥିଲା । ଗତକାଲି ରାତିରେ ଗୋପାଳକୁ ଗାନ୍ଧୀନଗରରୁ ଝାରସୁଗୁଡ଼ା ଅଣା ଯାଇଥିଲା । ଗୋପାଳକୁ ତାଳପଟିଆ ସ୍ଥିତ ଏଆରପୋର୍ଟ ଥା-ନାରେ ରଖା ଯାଇଥିଲା ।

ମନ୍ତ୍ରୀ ନବ ଦାସଙ୍କ ହ-ତ୍ୟା ଅଭି-ଯୁକ୍ତ ଗୋପାଳ ଦାସଙ୍କର ହେଲା ବ-ୟାନ ରେ-କର୍ଡ଼ । ସବେଜେଲରୁ ଆଣି ଝାରସୁଗୁଡ଼ା ଜେଏମଏଫସି କୋର୍ଟରେ ଧାରା ୧୬୪ରେ ଅଭି-ଯୁକ୍ତ ଗୋପାଳର ବ-ୟାନ ରେ-କର୍ଡ଼ କରାଯାଇଛି । ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ବ-ୟାନ ରେକ-ର୍ଡ଼ର ଭିଡ଼ିଓଗ୍ରାଫି ହୋଇଥିବା ଜଣାପଡ଼ିଛି । ପୂର୍ବରୁ ଝାରସୁଗୁଡ଼ା ଜେଏମଏଫସି କୋର୍ଟରେ ହା-ଜର ହେବା ପରେ ତାଙ୍କୁ ଜେ-ଲ ପଠାଯାଇଥିଲା । କଡାସୁ-ରକ୍ଷା ବଳୟ ଭିତରେ ଗୁଜରାଟରୁ ଆସିବାପରେ ଗୋପାଳଙ୍କୁ ହାଜର କୋର୍ଟରେ ହାଜର କରାଯାଇଥିଲା । ଏହା ପୂର୍ବରୁ ୫ ଦିନିଆ ରିମା-ଣ୍ଡରେ ନେଇଥିଲା କ୍ରାଇମବ୍ରାଞ୍ଚ ।

ଆଜି ଗୋପାଳର ତୃତୀୟ ପାର୍ଯ୍ୟାୟ ରି-ମାଣ୍ଡ ଅବଧିର ଶେଷ ଦିନ ଥିଲା । ମନ୍ତ୍ରୀ ନବ ଦାସଙ୍କ ହ-ତ୍ୟାକା-ଣ୍ଡର ଅଭି-ଯୁକ୍ତ ଗୋପାଳ ବାବ-ଦରେ କ୍ରାଇମବ୍ରାଞ୍ଚ ଦିନକୁ ଦିନ ନୂଆ ନୂଆ ତଥ୍ୟର ସାମ୍ନା କରୁଛି । ଗୋପାଳ ସାର୍ପ ସୁଟର ଥିବା କ୍ରାଇମବ୍ରାଞ୍ଚ ଜାଣିବାକୁ ପାଇଛି । ତେଣୁ ମନ୍ତ୍ରୀଙ୍କୁ ସଠିକ୍ ଗୁ-ଳିମା-ଡ଼ କରି ଜୀବନ ନେଇଯାଇଥିଲା ଗୋପାଳ । ପୂର୍ବରୁ ପୁ-ଲିସ ବିଭାଗରେ ଅନୁଷ୍ଟିତ ହୋଇଥିବା ବ-ନ୍ଧୁକ ଚାଳନାରେ ସେ ଉତ୍ତମ ପ୍ରଦର୍ଶନ କରିଥିଲେ । ଗତବର୍ଷ ଡିସେମ୍ବର ମାସରେ ଜିଲ୍ଲା ପୁ-ଲିସ ପକ୍ଷରୁ ତାଙ୍କୁ ଏନେଇ ପୁରସ୍କୃତ ମଧ୍ୟ କରାଯାଇଥିଲା । କ୍ରାଇମବ୍ରାଞ୍ଚ ଏସବୁ ଜାଣିବା ପରେ ଜିଲ୍ଲା ପୋ-ଲିସକୁ ଏସବୁ ରେ-କର୍ଡ଼ ପ୍ରଦାନ କରିବାକୁ କହିଛି ।

Leave a Reply

Your email address will not be published. Required fields are marked *