ପିଣ୍ଟୁ ଭାଇଙ୍କୁ ଅନେକ ଥର ବୁଝେଇଛି ଛାଡିଦେବା ପାଇଁ ,ସେ କହିଥିଲେ ଛାଡିଦେବେ ବୋଲି ,ହେଲେ

ଗୁରୁତର ଲିଭର ସିରୋସିସ୍ ରୋଗରେ ପୀ-ଡିତ ପିଣ୍ଟୁ ନନ୍ଦଙ୍କର ଏବେ ଦିଲ୍ଲୀ ସ୍ଥିତ ଘରୋଇ ହସ୍ପିଟାଲ ଇନଷ୍ଟିଚ୍ୟୁଟ ଅଫ୍ ଲିଭର ଆଣ୍ଡ ବିଲିଆରୀ ସାଇନସେସରେ ଚିକିତ୍ସା କରାଯାଉଛି। ଯକୃତ ପ୍ରତିରୋପଣ ପାଇଁ ଯୋଜନା କରାଯାଉଥିବାର ଖବର ମିଳିଛି।

ସୂଚନା ଅନୁସାରେ ପରିବାର ଲୋକଙ୍କ ଲିଭର ସହ ପିଣ୍ଟୁଙ୍କ ଲିଭର ମ୍ୟାଚ କରୁଛି।ତେଣୁ ତାଙ୍କ ପରିବାର ଲୋକ ହିଁ ପିଣ୍ଟୁଙ୍କୁ ଯକୃତ ଦାନ କରିବେ ବୋଲି ଜଣାପଡ଼ିଛି। ଆଉ ଏହି ଯକୃତକୁ ନେଇ ପିଣ୍ଟୁଙ୍କ ଠାରେ ପ୍ରତିରୋ-ପଣ କରାଯିବ।

ତେବେ ପିଣ୍ଟୁଙ୍କର ଅସୁସ୍ଥ ଖବର ପାଇବା ପରେ ଓଲିଉଡର ଅନେକ କଳାକାର ସହଯୋଗ କରିବା ପାଇଁ ଆଗକୁ ଆସିଛନ୍ତି । ହାସ୍ୟ ଅଭିନେତା ସୁମନ ମହାରଣା ପିଣ୍ଟୁଙ୍କୁ ନେଇ ମିଡିଆ ଆଗରେ ପ୍ରତି-କ୍ରିୟା ଦେଇ କିଛି କହିଛନ୍ତି। ସେ କହିଛନ୍ତି ଯେ,”ଆପଣମାନଙ୍କର ତଥା ଆମ ସମସ୍ତଙ୍କର ପ୍ରିୟ ଅଭିନେତା ପିଣ୍ଟୁ ନନ୍ଦଙ୍କୁ ଆପଣଙ୍କ ଆଶୀର୍ବାଦ ଆବଶ୍ୟକ।

ସେ ଦିଲ୍ଲୀ ଯାଇଛନ୍ତି ଚିକିତ୍ସା କରାଇବା ପାଇଁ। ଆପଣ ଭଗବାନଙ୍କୁ ପ୍ରାର୍ଥନା କରିବା ସହ ସକ୍ଷମ ଅନୁସାରେ ସହଯୋଗର ହାତ ବଢାନ୍ତୁ। ଆପଣଙ୍କର ଟଙ୍କେ ଟଙ୍କେ ମିଶି ଲକ୍ଷେ ହେଇଯିବ। ସକ୍ଷମ ଅନୁସାରେ ଦାନ କରନ୍ତୁ। ସେ ସୁସ୍ଥ ହୋଇ ଫେରି ଆସିଲେ ଆମେ ପୁଣି ତାଙ୍କର ଚମତ୍କାର ଅଭିନୟ ଦେଖିପାରିବା।

ସେ ଜଣେ ଭଲ ଲୋକ ଅଟନ୍ତି। ସେ ଅନେକ ଲୋକଙ୍କୁ ସାହାଯ୍ୟ କରିଛନ୍ତି। ସେ ମୋ ଭାଇ ପରି ଅଟନ୍ତି। ମୁଁ ତାଙ୍କ ଘରେ ଖାଇପିଇ ରହିକି ଆସିଛି। ସେ ମଧ୍ୟ ଆମ ଘରକୁ ଆସି ଖାଇ ମଜାମସ୍ତି କରି ଯାଆନ୍ତି। ଫିଲ୍ମ ସେଟରେ ଫିଲ୍ମ କଲାବେଳେ ବହୁତ ଥଟ୍ଟା ମଜା କରନ୍ତି।

ସେ ଯେତେବେଳେ ମ-ଦ ପିଅନ୍ତି, ମୁଁ ତାଙ୍କୁ ଅନେକ ଥର ମନା କରିଛି ବୁଝାଇଛି। ସେ ସେତେବେଳେ ହଁ ପିଇବିନି ବୋଲି କୁହନ୍ତି। କିନ୍ତୁ ପୁଣି ଲୁ-ଚି ଲୁ-ଚି ପିଇବାକୁ ଲାଗନ୍ତି। ଆଉ ଆଜି ଏପରି ଅବସ୍ଥା ଦେଖିବାକୁ ମିଳୁଛି। ମୁଁ ଆଶା କରୁଛି ସେ ବହୁତ ଶୀଘ୍ର ଫେରି ଆସନ୍ତୁ।”

Leave a Reply

Your email address will not be published. Required fields are marked *