ନବଙ୍କ ଗୁ-ଣ୍ଡା ଏଇଠି ଅଛନ୍ତି, ସେମାନଙ୍କୁ ମୁଁ ଜାଣିଛି, ପାଖରେ ପାଇଲେ ମା-ରିଦେବେ, ମତେ ଚୌଦ୍ଵାର ନେଇ ଯାଅ

ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ହ-ତ୍ୟା ମାମ-ଲାର ମୁଖ୍ୟ ଅଭି-ଯୁକ୍ତ ଏଏସ୍‌ଆଇ ଗୋପାଳ କୃଷ୍ଣ ଦାସଙ୍କ 5 ଦିନିଆ ରି-ମାଣ୍ଡ ଅବଧି ରବିବାର ଶେଷ ହୋଇଛି। 3ଟି ପର୍ଯ୍ୟାୟରେ କ୍ରାଇମବ୍ରାଞ୍ଚ ଗୋପାଳଙ୍କୁ ରିମା-ଣ୍ଡରେ ଆଣି ଜେ-ରା କରିବା ସହ ସତ ବାହାର କରିବା ପାଇଁ ପଲିଗ୍ରାଫ ଟେଷ୍ଟ ଓ ନାର୍କୋ ଟେଷ୍ଟ କରିସାରିଛି।

ଏଥିପାଇଁ କ୍ରାଇମବ୍ରାଞ୍ଚ ଟିମ୍‌ ଗୋପାଳଙ୍କୁ ସାଙ୍ଗରେ ନେଇ ଗୁଜରାଟର ଗାନ୍ଧୀନଗରଠାରେ ଡେରା ପକାଇଥିଲା। ତେବେ ଗୋପାଳଙ୍କ ରି-ମାଣ୍ଡ ଅବଧି ଶେଷ ହେବା ସହ କ୍ରାଇମବ୍ରାଞ୍ଚର ତ-ଦନ୍ତ ପ୍ରକ୍ରିୟା ମଧ୍ୟ ଇତିମଧ୍ୟରେ ଅନେକ ବାଟ ଆଗେଇଛି। ନିର୍ଦ୍ଧାରିତ ଟେଷ୍ଟଗୁଡ଼ିକ ଶେଷ କରି କ୍ରାଇମବ୍ରାଞ୍ଚ ଟିମ୍‌ ଗୋପାଳଙ୍କୁ ସାଙ୍ଗରେ ନେଇ ରବିବାର ରାତିରେ ଓଡ଼ିଶାରେ ପହଞ୍ଚବା ଜଣାପଡିଛି।

ସୋମବାର ଅର୍ଥାତ ଆଜି ଗୋପାଳଙ୍କୁ ଝାରୁସୁଗୁଡା ଜେଏମ୍‌ଏଫ୍‌ସିରେ ହାଜର କରାଯାଇଥିଲା। ତେବେ ଆଇନ ବ୍ୟବସ୍ଥା ଅନୁଯାୟୀ ଅଭି-ଯୁକ୍ତଙ୍କୁ ଆଉ ରିମା-ଣ୍ଡରେ ଅଣାଯାଇପାରିବ ନାହିଁ ବୋଲି କ୍ରାଇମବ୍ରାଞ୍ଚ କହିଛି।ନବ ଦାସଙ୍କ ହ-ତ୍ୟା ରହସ୍ୟ ଉନ୍ମୋଚନ କରିବା ପାଇଁ କ୍ରାଇମବ୍ରାଞ୍ଚ ବିଭିନ୍ନ ଉପାୟ ଅବଲମ୍ବନ କରିଛି।

ନୂଆଦିଲ୍ଲୀର ଫୋରେନ୍‌ସିକ ବିଶେଷଜ୍ଞଙ୍କ ଦ୍ୱାରା ଝାରସୁଗୁଡ଼ାଠାରେ ଗୋପାଳଙ୍କ ଫୋରେନ୍‌ସିକ ସାଇକୋଲୋଜିକାଲ ଆସେସ୍‌ମେଣ୍ଟ ଏବଂ ଏଲଭିଏ ଟେଷ୍ଟ କରାଯାଇଛି। ସେହିପରି ଅଦା-ଲତଙ୍କ ଅନୁମତିକ୍ରମେ ଗୁଜରାଟର ଗାନ୍ଧୀନଗରସ୍ଥିତ ଡାଇରେକ୍ଟୋରେଟ ଅଫ୍‌ ଫୋରେନ୍‌ସିକ ସାଇନ୍ସ ସର୍ଭିସେସ୍‌ ଲାବୋରେଟୋରିରେ ପଲିଗ୍ରାଫ ଟେଷ୍ଟ ଏବଂ ନାର୍କୋ ଟେଷ୍ଟ କରାଯାଇଛି।

ତେବେ ଗୋପାଳକୁ ନେଇ ସବୁକାର୍ଯ୍ୟ ଏବେ ଶେଷ ହୋଇଯାଇଛି। ଫଳାଫଳକୁ ଅପେକ୍ଷା କରିଛି କ୍ରାଇମବ୍ରାଞ୍ଚ। ଏବେ ଜେ-ଲକୁ ମଧ୍ୟ ଆସିସାରିଛି ଗୋପାଳ। କିନ୍ତୁ ଏହାରି ଭିତରେ ଶୁଣିବାକୁ ମିଳିଛି ଯେ ଗୋପାଳ କ୍ରାଇମବ୍ରାଞ୍ଚକୁ କହିଛି,” ମତେ ଚୌଦ୍ୱାର ଜେ-ଲରୁ ନେଇଯାଅ। ମତେ ଏଠାରେ ରଖ ନାହିଁ।

ଏଠାରେ ନବଦାସଙ୍କ ସମର୍ଥକ ଅଛନ୍ତି। ଯେତବେଳେ ସେମାନେ ଜାଣିବେ ଯେ ମୁଁ ହିଁ ସେହି ଗୋପାଳ ଯିଏ ନବଦାସଙ୍କୁ ମା-ରିଛି, ସେତେବେଳେ ସେମାନେ ମତେ ଛାଡିବେ ନାହିଁ। ମତେ ମା-ରି ସ୍ୱର୍ଗଦ୍ୱାର ପଠେଇଦେବେ। ଦୟାକରି ମତେ ଏଠାରୁ ନେଇଯାଅ। ନହେଲେ ମୋର ଏଠାରେ ସ-ନ୍ଦେହ ଜନକ ଭାବରେ ମୃ-ତ୍ୟୁ ଘଟିବ।”

Leave a Reply

Your email address will not be published. Required fields are marked *