ଫେରିଲା ଗୋପାଳର ଚେତା , ଚେତା ଫେରିଲା ପରେ ପୁଣି ହସିଲା ଗୋପାଳ ..ଆଶ୍ଚର୍ଯ୍ୟ ହେଲେ ଡାକ୍ତର

ଆପଣମାନେ ଜାଣିଥିବେ ଯେ ନାର୍କୋ ଟେଷ୍ଟ କରିବା ପାଇଁ ଗୋପାଳଙ୍କୁ ଗୁଜୁରାଟ ନିଆ ଯାଇଥିଲା । ବର୍ତ୍ତମାନ ତାଙ୍କର ଟେଷ୍ଟ ସରିଯାଇଛି ଆଉ ସେମିତି ଦମ୍ଭରେ ବିନା ପଶ୍ଚାତାପରେ ଗୋପାଳ ଲ୍ୟାବରୁ ବାହାରିଛନ୍ତି । ଗୁଜୁରାଟର ଗାନ୍ଧୀ ନଗର ଲ୍ୟାବରେ ଗୋପାଳର ନାର୍କୋ ଟେଷ୍ଟ ସରିଥିବା ଏବେ ସୂଚନା ମିଳିଛି । ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ୍ ହ-ତ୍ୟା ମାମ-ଲାରେ କ୍ରାଇମ୍ ବ୍ରାଞ୍ଚ ଓଡ଼ିଶା ଠାରୁ ଗୁଜୁରାଟ ପର୍ଯ୍ୟନ୍ତ ଯାଇଥିଲେ । ଓଡ଼ିଶାରୁ ପୁରା ଟିମ୍ ବାହାରି ଥିଲେ ।

ସେହି ସମୟରେ କେମିତି ଗୋପାଳ ହସୁଥିଲେ ତାହା ଆପଣ ଭିଡିଓ ମାଧ୍ୟମରେ ନିଶ୍ଚୟ ଦେଖିଥିବେ ।ଯେତେବେଳେ ଓଡ଼ିଶାରୁ ଗୁଜୁରାଟକୁ ଗୋପାଳ ବାହାରି ଥିଲେ ସେତେବେଳେ ମଧ୍ଯ ତାର ମୁହଁରେ ହସ ଥିଲା । ମନ୍ତ୍ରୀଙ୍କୁ ଗୁ-ଳି ମା-ରିଥିବା ସମୟର ଶବ୍ଦକୁ ଲୋକମାନେ ଆଜି ମଧ୍ୟ ଭୁଲି ପାରୁ ନାହାଁନ୍ତି । ଗୋପାଳ ଯେମିତି ଚାହିଁଥିଲେ ଠିକ୍ ସେହିପରି ହିଁ ଘଟା-ଇଛନ୍ତି । ସେଥିପାଇଁ ଗୋପାଳଙ୍କ ମୁହଁରେ ହସ ଦେଖିବାକୁ ମିଳିଥିଲା । କିନ୍ତୁ ଗୋପାଳ ଯାହା ଲୁଚା-ଇବାକୁ ଚାହିଁ ଥିଲେ ମଧ୍ଯ ତାହା ଏବେ ଧ-ରା ପଡ଼ିଯାଇଛି । ଗୋପାଳଙ୍କ ପାଟିରୁ ସବୁ ସତ କଥା ବାହାରି ପଡ଼ିଛି । କିନ୍ତୁ ଏବେ ବି ଦେଖିବାକୁ ମିଳିନାହିଁ ସେମିତି କିଛି ପଶ୍ଚାତାପ।

ନାର୍କୋ ଟେଷ୍ଟ ରେ ଗୋପାଳ ପୁରା ବେହୋସ୍ ହୋଇ ଯାଇଥିଲେ । ଆଉ ଯେଉଁଠି ତାଙ୍କର ପାଟିରେ କେବଳ ସତ ହିଁ ବାହାରିବ । କାରଣ ଅତି ନିସ୍ତେଜ୍ ଅବସ୍ଥାକୁ ଚାଲିଗଲେ ମି-ଛ କଣ ଆଉ ସତ କଣ ଜାଣିବା ବହୁତ ମୁସ୍କିଲ ହୋଇଥାଏ । ସେହି ଇଞ୍ଜେକ୍ସନ ପ୍ରଭାବରେ ଗୋପାଳ କେବଳ ସତ ହିଁ କହିବେ । କାରଣ ଯାହା ସତରେ ଘଟିଥିବ ସେହି ଘଟ-ଣାକୁ ମଣିଷ ମନେ ରଖିଥାଏ । ନିସ୍ତେଜ୍ ଅବସ୍ଥାରେ ମଣିଷ ତାକୁ ହିଁ ମନେ ପକାଇ ପାରିବ । ନାର୍କୋ ଟେଷ୍ଟରେ କଳ୍ପନା କରିବା ଅସମ୍ଭବ । ଆଶା କରାଯାଇଛି ଗୋପାଳ ଏଭଳି କିଛି ସତ ନାର୍କୋ ଟେଷ୍ଟ ବେଳେ କହି ଦେଇଛନ୍ତି ।

ବର୍ତ୍ତମାନ ନବ ଦାସଙ୍କୁ କାହିଁକି ହ-ତ୍ୟା କରାଯାଇଛି ତାହା କ୍ରାଇମ୍ ବ୍ରାଞ୍ଚ ସମ୍ପୂର୍ଣ ଭାବରେ ସ୍ପଷ୍ଟ ହୋଇଯିବ । ତେବେ ନାର୍କୋ ଟେଷ୍ଟରେ ଗୋପାଳ କଣ କହିଲା, ଏ ନେଇ କ୍ରାଇମବ୍ରାଂଚ ପକ୍ଷରୁ ଆଧିକାରିକ ଭାବେ କିଛି କୁହାଯାଇ ନଥିବା ବେଳେ କିନ୍ତୁ ସୂତ୍ରରୁ ମିଳିଥିବା ତଥ୍ୟ ଅନୁସାରେ ପଚ-ରାଉ-ଚରା ସମୟରେ ଅଭି-ଯୁକ୍ତ ଗୋପାଳ ନାର୍କୋ ଟେଷ୍ଟରେ ସବୁ ସତକଥା କହିଛି ଗୋପାଳ । ମନ୍ତ୍ରୀଙ୍କୁ କେଉଁ କାରଣ ପାଇଁ ସେ ଗୁ-ଳି ମା-ରିଥିଲା ତାହା ଖୋଲି କରି କହିଛି । ମନ୍ତ୍ରୀଙ୍କ ସ୍ୱଭାବ ଭଲ ନଥିଲା ଏହା ସହିତ ଗୋପାଳର ମନ୍ତ୍ରୀଙ୍କ ଉପରେ ବ୍ୟକ୍ତିଗତ ରା-ଗ ଥିଲା ବୋଲି ସୂଚନା ଦେଇଥିବା ଶୁଣିବାକୁ ମିଳୁଛି ।

Leave a Reply

Your email address will not be published. Required fields are marked *