ଦିଲ୍ଲୀରେ କଣ ଖାଉଛନ୍ତି ସାଂସଦ ପ୍ରମିଳା ବିଶୋୟୀ ?

ସ୍ୱାସ୍ଥ୍ୟ ହିଁ ସମ୍ପଦ।ଗୋଟିଏ ଅସୁସ୍ଥ ଶରୀର ଗୋଟିଏ ସୁସ୍ଥ ମନକୁ ମଧ୍ୟ ଅସୁସ୍ଥ କରିଦିଏ।ଆମ ଦେଶ ଭାରତ ସମୃଦ୍ଧି ର ଗୋଟେ ପାଦ ଆଗକୁ ବଢ଼ିବାରେ ଲାଗିଛି।ଆଉ ଆମ ସମାଜ ରେ ଏମିତି କିଛି ଲୋକ ରହୁଛନ୍ତି ।ଯେଉଁ ମାନଙ୍କ ପାଖରେ ସାଧାରଣ ମଣିଷ ଯାହା କରି ପାରନ୍ତି ନାହିଁ ସେଇଟା ସେମାନେ କରି ଦେଖେଇ ଦିଅନ୍ତି।ଯାହାକୁ ବିଶ୍ୱାସ କରିବା ବିଷ୍ମୟ ଜନକ ଅଟେ।ହଁ ଆଜ୍ଞା ଆମେ କହୁଛୁ ଆମ ସାଂସଦ ପ୍ରମିଳା ବିଶୋଇଙ୍କ କଥା।

ଆମ ସାଂସଦ ପ୍ରମିଳା ବିଶୋଇ ପଖାଳ ଭାତ, ଜାଉ ଭାତ, ସାଗ ଖଡରା,କାଞ୍ଜି,ଦହି ପଖାଳ ଖାଇବାକୁ ଭଲପାଆନ୍ତି ବୋଲି କହିଛନ୍ତି।ସେ ଯାହା ତାଙ୍କ ଓଡ଼ିଶାର ଖାଦ୍ୟ ଓଡ଼ିଆ ମାନଙ୍କ ପ୍ରିୟ ଖାଦ୍ୟ,ଘୋରୋଇ ଖାଦ୍ୟ ଖାଇବାକୁ ଭଲପାଆନ୍ତି,ବୋଲି ସାଂସଦ ପ୍ରମିଳା ବିଶୋଇ ଗଣମାଧ୍ୟମ ଆଗରେ କହିଛନ୍ତି।ସେ ଘରୁ କୁଆଡେ ବାହାରିଲେ ମଧ୍ୟ ଦହି ପଖାଳ ଖାଇବାକୁ ଭଲପାଆନ୍ତି ବୋଲି କହିଛନ୍ତି।

ଆଉ ଦିଲ୍ଲୀ ଗଲେ ସେ ଜଳଖିଆ ଖାଆନ୍ତି ନାହିଁ।ସେଠାରେ ରନ୍ଦୁଣି ପଖାଳ ଭାତ,ସାଗ ଖଡରା ବା ଦହି ପଖାଳ କଲେ ସେ ଖାଆନ୍ତି ବୋଲି କହିଛନ୍ତି।ସେଠାରେ ମଧ୍ୟ ଭଲ ଚାଉଳ ଆସେ ଏବଂ ରନ୍ଧା ହୁଏ ଓ ଭଲ ମଧ୍ୟ ଲଗେ ବୋଲି କହିଛନ୍ତି।ସେ କହିଛନ୍ତି ଦହି,ପନିପରିବା ମଧ୍ୟ ଅଣାଯାଏ ଏବଂ ରାନ୍ଧୁଣି ରାନ୍ଧେ।ସେଠାରେ ସବୁପ୍ରକାର ଓଡ଼ିଆ ଖାଦ୍ୟ ଖାଆନ୍ତି।ସେ କେବେ ଜଳଖିଆ ଏବଂ ଚା ଖାଆନ୍ତି ନାହିଁ ବୋଲି କହିଛନ୍ତି।

ସେ ଅରୁଆ,ଉଷୁନା ଚାଉଳ ସବୁପ୍ରକାର ଭାତ ଖାଆନ୍ତି। ସେ ସେଠାରେ ସମସ୍ତ ଓଡ଼ିଆ ପର୍ବ ପର୍ବାଣୀ ପାଳନ କରନ୍ତି।ସେ ଗୀତ ଗାଇ ଲୋକମାନଙ୍କୁ ସଚେତନ କରିବେ ବୋଲି କହିଛନ୍ତି।ସେ ବିଶେଷ କରି ଦିଲ୍ଲୀରେ ପଖାଳ ଭାତ, ଜାଉ ଭାତ,ସାଗ ଖଡରା,କାଞ୍ଜି,ଦହି ପଖାଳ ଖାଇବାକୁ ଭଲପାଆନ୍ତି ବୋଲି କହିଛନ୍ତି।ସେ ମାମନଙ୍କୁ ଗୀତ ଗାଇ ସଚେତନ କରିବି ବୋଲି କହିଛନ୍ତି।ସେମାନେ ପାଖକୁ ମଧ୍ୟ ଆସିବେ।

Leave a Reply

Your email address will not be published. Required fields are marked *