“ସାହାଯ୍ୟ ନାଁରେ ଲ-ଜ୍ୟା ,ପିଣ୍ଟୁ ନନ୍ଦଙ୍କୁ ଠ-କିଲେ ଓଡ଼ିଆ ପ୍ରଯୋଜକ ..50,000 ଚେକ ବାଉଁସ” ବବି ମିଶ୍ର

ନିଜ ଜୀବନ ଆଉ ମରଣ ମଧ୍ୟରେ ସଂ-ଘର୍ଷ କରୁଥିବା ଜଣେ ମଣିଷ ପାଲଟି ଯାଇଛନ୍ତି ଓଲିଉଡ ଜଗତର ଜଣେ ପ୍ରସିଦ୍ଧ କଳାକାର ପିଣ୍ଟୁ ନନ୍ଦ । କିଛିଦିନ ଆଗରୁ ଜଣା ପଡ଼ିଥିଲା କି, ଲିଭର ସିରୋସିସ ରୋଗରେ ପୀ-ଡିତ ଅଛନ୍ତି ପିଣ୍ଟୁ । ଆଉ ଚିକିତ୍ସା କରାଇବା ପାଇଁ ତାଙ୍କୁ ଦିଲ୍ଲୀ ନେବାକୁ ପଡିବ । ତେବେ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ଆଉ ଲିଭର ଟ୍ରାନପ୍ଲାଣ୍ଟସନ୍ କରିବା ପାଇଁ ଅନେକ ଟଙ୍କା ଦରକାର ବୋଲି ଗଣମାଧ୍ୟମରେ ଚର୍ଚା ହୋଇଥିଲା । ଯେଉଁଥିପାଇଁ ତାଙ୍କ ପାଖରେ ଟଙ୍କା ନାହିଁ ବୋଲି ସମସ୍ତେ କହିଥିଲେ ତାଙ୍କୁ ସାହାଯ୍ୟ କରିବା ପାଇଁ ମଧ୍ୟ ଅନୁରୋଧ କରାଯାଇଥିଲା ।

ଯାହାପରେ ଲୋକେ ତାଙ୍କୁ ସାହାଯ୍ୟ କରିବା ପାଇଁ ମଧ୍ୟ ଆଗକୁ ଆଗେଇ ଆସିଥିଲେ । ଜଣେ କଳାକାର ଭଲ ହୋଇଯାଆନ୍ତୁ ବୋଲି ସମସ୍ତେ ମନରେ ଆଜି ଆଶା ରଖିଛନ୍ତି । ପୁଣି ସେ ଭଲ ହୋଇ ଯାଆନ୍ତୁ ଆଉ ପରଦାକୁ ଫେରି ଆସନ୍ତୁ ବୋଲି ସମସ୍ତେ କହିବାରେ ଲାଗିଛନ୍ତି । ଆଉ ସେଥିପାଇଁ ଟଙ୍କା ମଧ୍ୟ ଦେଉଛନ୍ତି । ତେବେ ବର୍ତ୍ତମାନ ସମୟରେ ଏହି ଟଙ୍କା ଆଉ ପିଣ୍ଟୁ ନନ୍ଦଙ୍କୁ ନେଇ ମୁଁହ ଖୋଲିଛନ୍ତି ଓଡିଆ ଚଳଚିତ୍ର ଜଗତର ଜଣେ ପରିଚିତ ଚେହେରା ବବି ମିଶ୍ର ।

ତେବେ ବବି ମିଶ୍ର ନିକଟରେ ଏକ ସାକ୍ଷାତକାର ଦେଇ କହିଥିଲେ ଯେ ପିଣ୍ଟୁ ନନ୍ଦଙ୍କୁ ସାହାଯ୍ୟ କରିବା ନାଁରେ ଠ-କିଲେ ଲୋକ । କାରଣ ଜଣେ ଓଡିଆ ପ୍ରଯୋଜକ କୁଆଡ଼େ ୫୦,୦୦୦ ଟଙ୍କା ମି-ଛ ଚେକ ଦାନ କରିଛନ୍ତି । ତେବେ ସେ ଆହୁରି କହିଛନ୍ତି ଯେ, “ଆମ ଓଡିଆ ସିନେମା ଇଣ୍ଡଷ୍ଟ୍ରିରେ ମଧ୍ଯ କିଛି ଲୋକ ଅଛନ୍ତି, ସେମାନେ ୟେ ଅବସ୍ଥାରେ ମଧ୍ଯ ଲୋକ ମାନଙ୍କ ସହିତ ଚିଟିଂ କରୁଛନ୍ତି ।

ନିକଟରେ ଜଣେ ଓଡିଆ ପ୍ରଯୋଜକ ସିଏ ଆସିଲେ ମୋତେ ଧରିକି ଗୋଟେ ଚେକ୍ ଦେଇକି ପିଣ୍ଟୁର ହାତକୁ ନିଜେ ଦେଇ ପୁରା ଇମୋସ୍ନାଲ ହେଇ ଆପଣ ଦାଦା ମୁଁ ପୁତୁରା କହି ୫୦ ହଜାର ଟଙ୍କା ଚେକ୍ ଦେଲା ।କିନ୍ତୁ ତା ପରଦିନ ଚେକ୍ ବାଉନ୍ସ । ଲୋକମାନଙ୍କର ସହଯୋଗ ଆଉ ଭଲ ପାଇବା । ଲୋକ ମାନଙ୍କର ଅନୁଦାନ ପ୍ରାର୍ଥନା ପିଣ୍ଟୁକୁ ଆଜି ଧୀରେ ଧୀରେ ଠିକ୍ କରିବାକୁ ଯାଉଛି । ବର୍ତମାନ ପିଣ୍ଟୁ ନନ୍ଦଙ୍କ ଅବସ୍ଥା ଆଜି ଟିକେ ଉନ୍ନତି ଘ-ଟିଛି । କାରଣ ତାଙ୍କର କାଲି ଅଢେଇ ଲିଟର ପାଣି କଢ଼ା ହେଇ ଯାଇଛି ଏବଂ ଆଜି ପିଣ୍ଟୁ ବହୁତ ଆକ୍ଟିଭ ଅଛି ଯାହାକି ବହୁତ ଭଲ ଖବର” ।

Leave a Reply

Your email address will not be published. Required fields are marked *