ଶଶୁର ଘରେ ଷଡ଼ଙ୍ଗୀ ବାବୁଙ୍କ ହେଲା ଜ୍ବାଇଁ ଚର୍ଚ୍ଚା

ଆପଣମାନେ ତ ଜାଣିଥିବେ ୟୁଟ୍ୟୁବର କମେଡିଆନ ମି ପୁଚ ପୁଚଙ୍କର ବିବାହ ଏବେ ଶେଷ ହୋଇସାରିଛି। କେବଳ ବିବାହ ନୁହେଁ ବରଂ ରିସେପ୍ସନ କାର୍ଯ୍ୟକ୍ରମ ମଧ୍ୟ ଶେଷ ହୋଇଯାଇଛି। ତେବେ ରିସେପସନରେ ଏହି ନୂଆ ଦମ୍ପତିଙ୍କୁ ଶୁଭେଚ୍ଛା ଜଣାଇବା ପାଇଁ ଅନେକ ବଡ ବଡ ଲୋକ ସାମିଲ ହୋଇଥିଲେ।

ଏପରିକି ଅଭିନେତା ଶ୍ରୀତମ ସାର ମଧ୍ୟ ଏହି ରିସେପସନରେ ଯୋଗ ଦେଇଥିଲେ ଏବଂ ଉଭୟଙ୍କୁ ଉପହାର ଦେଇ ଶୁଭେଚ୍ଛା ଜଣାଇଥିଲେ। ଦେଖିବାକୁ ମିଳିଥିଲା ଯେ ଏହି ରିସେପସନରେ କମେଡିଆନ ରାଜୁ ଦାସ, ଯାତ୍ରା ହିରୋଇନ ରାଣୀ ପଣ୍ଡା ଏବଂ ଅପରାଜିତା ମହାନ୍ତି ପରି ଆହୁରି ଅନେକ ପ୍ରସିଦ୍ଧ ଲୋକ ଆସିଥିଲେ।

ମି ପୁଚ ପୁଚଙ୍କୁ ସମସ୍ତେ ଉପହାର ଦେଇ ଫଟୋ ଉଠାଇ ଶୁଭେଚ୍ଛା ଜଣାଇବା ସହ ଖାଇପିଇ ଖୁସିରେ ଫେରିଥିଲେ। ଏବେ ଦେଖିବାକୁ ମିଳିଛି ଯେ ଜ୍ୱାଇଁ ଚର୍ଚ୍ଚା ପାଇଁ ଏବେ ଷଡ଼ଙ୍ଗୀ ବାବୁ ଆସିଛନ୍ତି ମି ପୁଚ ପୁଚଙ୍କ ଘରକୁ। ଘରକୁ ପ୍ରବେଶ କରୁଥିବାର ଏକ ଭିଡ଼ିଓ ମଧ୍ୟ ଭାଇରାଲ ହୋଇଛି।

ତେବେ ଜ୍ୱାଇଁ ଆସି ଘରେ ବସିବା ପରେ ଜ୍ୱାଇଁ ଚର୍ଚ୍ଚା ଆରମ୍ଭ ହୋଇସାରିଛି। ନା ନା ପ୍ରକାର ଖାଦ୍ୟ ପରସାଯାଇଛି। ବାପ ଘରକୁ ଆସି ମି ପୁଚ ପୁଚ ମଧ୍ୟ ଏବେ ବହୁତ ଖୁସି ଦେଖା ଯାଉଛନ୍ତି। ସେ କହିଛନ୍ତି ଯେ ଶାଶୂ ଘରେ ତାଙ୍କୁ ଝିଅ ପରି ରଖୁଛନ୍ତି। କୌଣସି ପ୍ରକାରର ଅସୁବିଧା ନାହିଁ। ଶଶୁର ତାଙ୍କୁ ଝିଅ ପରି ଗେଲ୍ହା କରି ରଖିଛନ୍ତି। ନିଜ ସ୍ୱାମୀଙ୍କୁ ନେଇ ସେ ବହୁତ ଖୁସି ଅଛନ୍ତି।

Leave a Reply

Your email address will not be published. Required fields are marked *