ଗଡିଚାଲିଛି ସମୟ ହେଲେ ଏପର୍ଯ୍ୟନ୍ତ ଫେରିନି ଗୋପାଳର ଚେତା ,ଚିନ୍ତାରେ ଡାକ୍ତର

ନବ ଦାସଙ୍କ ହ-ତ୍ୟାକା-ଣ୍ଡର ଗୁମର ଫିଟାଇବାକୁ ଏବେବି ତ-ଦନ୍ତ ଚଳାଇଛି କ୍ରାଇମବ୍ରାଞ୍ଚ। ହ-ତ୍ୟା ପଛର କାରଣ ଜାଣିବା ପାଇଁ ଅଭି-ଯୁକ୍ତ ଗୋପାଳ ଦାସର ନାର୍କୋ ଟେଷ୍ଟ କରାଯାଇଛି। ଗୁଜୁରାଟ ଗାନ୍ଧୀନଗରରେ ଗୋପାଳର ନାର୍କୋ ଟେଷ୍ଟ ହୋଇଛି।

ଗୋପାଳକୁ ଟେଷ୍ଟ ସେଣ୍ଟର ଭିତରକୁ ନେଇଥିଲେ ବିଶେଷଜ୍ଞ ଦଳ। ଗୋପାଳ ଶରୀରର ର-କ୍ତଚାପ , ମଧୁମେହ ଓ ଅନ୍ୟନ୍ୟ ପରୀକ୍ଷା କରାଯାଇଥିଲା। ଏହା ପରେ ଗୋପାଳଙ୍କ ନାର୍କୋ ଟେଷ୍ଟ କରାଯାଇଥିଲା। ତେବେ ନାର୍କୋ ଟେଷ୍ଟ ପରେ ଗୋପାଳ ଅଚେତ ଅବସ୍ଥାରେ ଥିବା ଜଣାପଡିଛି।

ଚେତା ଫେରିବା ପରେ ଗୋପାଳଙ୍କୁ କ୍ରାଇମବ୍ରାଞ୍ଚ ଟିମକୁ ହସ୍ତାନ୍ତର କରାଯିବ। ସୂଚନାଯୋଗ୍ୟ ଯେ ଏହା ପୂର୍ବରୁ ଗୁରୁବାର ଗୋପାଳଙ୍କ ପଲିଗ୍ରାଫ ଟେଷ୍ଟ କରାଯାଇଥିଲା । ଆସନ୍ତା 13 ତାରିଖରେ ଗୋପାଳର ତ଼ତୀୟ ପର୍ଯ୍ୟାୟ ରି-ମାଣ୍ଡ ଶେଷ ହେବ।

ଡାକ୍ତରମାନେ ଗୋପାଳର ସ୍ୱାସ୍ଥ୍ୟବସ୍ଥା ଉପରେ ନଜର ରଖିଛନ୍ତି। ହ-ତ୍ୟାକା-ଣ୍ଡର ରହସ୍ୟ ପଦାକୁ ଆଣିବା ପାଇଁ ତଦ-ନ୍ତକାରୀ ସଂସ୍ଥା ନାର୍କୋ ଟେଷ୍ଟରେ ଗୋପାଳଙ୍କୁ ବିଭିନ୍ନ ପ୍ରକାର ପ୍ରଶ୍ନ କରିଥିବା ଜଣାପଡିଛି। ତେବେ ଏପର୍ଯ୍ୟନ୍ତ କ୍ରାଇମବ୍ରାଞ୍ଚ ତରଫରୁ କୌଣସି ସଠିକ୍ ସୂଚନା ମିଳିପାରି ନାହିଁ। ତଦନ୍ତ ଜାରି ରହିଛି।

କୋର୍ଟଙ୍କ ଅନୁମତି ପରେ ଗୋପାଳକୁ ଓଡ଼ିଶାରୁ ଗୁଜୁରାଟକୁ ନିଆଯାଇଥିଲା। ସେଠାରେ ତାର ପଲିଗ୍ରାଫ ଏବଂ ନାର୍କୋ ଟେଷ୍ଟ କରିବା ପାଇଁ କୋର୍ଟ ଅନୁମତି ଦେଇଥିଲେ।ଏବେ ନାର୍କୋ ଟେଷ୍ଟ ସରିବା ପରେ ରବିବାର ସୁଦ୍ଧା ଗୋପାଳକୁ ଓଡ଼ିଶା ଅଣାଯିବ।

କ୍ରାଇମବ୍ରାଞ୍ଚର 8 ଜଣିଆ ଟିମ୍ ଗାନ୍ଧୀନଗରରେ ଗୋପାଳକୁ ଜେ-ରା କରିଛନ୍ତି। ପୂର୍ବରୁ ଗୋପାଳର ଏଲଭିଏ ଟେଷ୍ଟ କରାଯିବା ସହ ଘଟ-ଣାସ୍ଥ-ଳରେ କ୍ରାଇମସିନ୍ ରିକ୍ରିଏସନ୍ କରାଯାଇଥିଲା। ତେବେ 13 ତାରିଖ ମଧ୍ୟରେ ତଦ-ନ୍ତକାରୀ ସଂସ୍ଥା ଗୋପାଳଠାରୁ ସତ କିପରି ବାହାର କରିବେ ଦେଖିବାକୁ ବାକି ରହିଲା।

Leave a Reply

Your email address will not be published. Required fields are marked *