ଦିଲ୍ଲୀରୁ ଆସିଲା ପିଣ୍ଟୁ ନନ୍ଦଙ୍କ ଖବର, ମିଳିଛନ୍ତି ଡୋନର, ହେଲେ ହେଇନି ଅପରେସନ

ଶରୀର ଅଛି ମାନେ ରୋଗ ମଧ୍ୟ ଅଛି।ଜୀବନରେ କେତେବେଳେ କ’ଣ ହୋଇଯିବ କିଛି ଠିକ୍ ନାହିଁ।ସେ ସାଧାରଣ ମଣିଷ ହେଉ କିମ୍ବା ସେଲିବ୍ରିଟି ହୁଅନ୍ତୁ ଜୀବନ ଅଛି ମାନେ ଜୀବନରେ ଦୁଃ-ଖ ସୁଖ ରହିଛି।ଯେତେ ବଡ଼ ଲୋକ ହୋଇ ଯେତେ ପଇସା କମାଇଲେ ମଧ୍ୟ ଦେହ ରହିଛି ମାନେ ରୋଗ ମଧ୍ୟ ରହିଛି।ତେବେ ପାଠକ ବନ୍ଧୁ ଆପଣମାନେ ଓଲିଉଡର ଜଣାଶୁଣା ଅଭିନେତା ପିଣ୍ଟୁ ନନ୍ଦଙ୍କ ଦେହ ଖରାପ ଥିବା ସମ୍ପ-ର୍କରେ ଜାଣିଥିବେ ନିଶ୍ଚୟ।

ସେ ବର୍ତ୍ତମାନ ଦିଲ୍ଲୀରେ ଏକ ବଡ଼ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଅପରେସନର ସମସ୍ତ ପ୍ରସ୍ତୁତି ସରିଯାଇଥିବା ସୂଚନା ମିଳିଛି।ଖାଲି କେହି ପିଣ୍ଟୁଙ୍କୁ ଲିଭର୍ ଡୋନେଟ୍ କରିବେ ତାହା ଖୋଜାଚାଲିଛି। ତେବେ ପିଣ୍ଟୁ ନନ୍ଦଙ୍କୁ କିଏ ଲିଭର୍ ଡୋନେଟ୍ କରିବ ସେ ନେଇ ଚିନ୍ତା ସମସ୍ତଙ୍କୁ ଘାରି ରହିଥିଲା।କାରଣ ଲିଭର୍ ଟ୍ରାନ୍ସପ୍ଲାଣ୍ଟ୍ ନକରିଲେ ତାଙ୍କ ପାଇଁ ବଞ୍ଚିବା କଷ୍ଟ ହୋଇପଡ଼ିବ।

ବର୍ତ୍ତମାନ ଆମ୍ଭ ପାଖକୁ ଯେଉଁ ସୂଚନା ଆସିଛି ତାହା ହେଉଛି ପିଣ୍ଟୁକୁ ଲିଭର୍ ଡୋନୋର୍ ମିଳିଯାଇଛି।ଯାହା ତାଙ୍କ ପରିବାର ପକ୍ଷରୁ ସୂଚନା ମିଳିଛି ଯେ ପିଣ୍ଟୁଙ୍କୁ ଲିଭର୍ ଡୋନେଟ୍ କରିବେ ତାଙ୍କ ମାଉସୀ କିମ୍ବା ପିଉସୀ ଝିଅ।ଦୁଇ ଭଉଣୀଙ୍କ ମଧ୍ୟରୁ ଯାହାର ଟେଷ୍ଟରେ ପୋଜିଟିଭ୍ ଆସିବ ସେ ହିଁ ପିଣ୍ଟୁଙ୍କୁ ଲିଭର୍ ଦେଇପାରିବେ।ତେବେ ପିଣ୍ଟୁଙ୍କୁ ଲିଭର୍ ଦେବାକୁ ନେଇ ଦୁଇ ଭଉଣୀ ଖୁସି ଅଛନ୍ତି। ସେମାନେ ବର୍ତ୍ତମାନ ପିଣ୍ଟୁ ଙ୍କ ସହ ସେହି ହସ୍ପିଟାଲରେ ରହିଛନ୍ତି।

ତାଙ୍କ ମାଉସୀ କିମ୍ବା ପିଉସୀ ଝିଅଙ୍କ ଟେଷ୍ଟ୍ ହୋଇସାରିବା ପରେ ହିଁ ପିଣ୍ଟୁଙ୍କ ଅପରେସନ ଆରମ୍ଭ ହେବ।ଲିଭାର ଡୋନେଟ୍ କରିବା ପରେ ଯାଇ ତାହା ପିଣ୍ଟୁଙ୍କ ଶରୀରରେ ଟ୍ରାନ୍ସପ୍ଲାଣ୍ଟ୍ ହେବ। ଲିଭର୍ ଟ୍ରାନ୍ସପ୍ଲାଣ୍ଟ୍ ହେବାପରେ ଯାଇ ପିଣ୍ଟୁ ଏକ ନୂଆ ଜୀବନ ବଞ୍ଚିପାରିବେ। ତେବେ ପିଣ୍ଟୁ ନନ୍ଦଙ୍କ ଆରୋଗ୍ୟ କାମନା ପାଇଁ ଆମ୍ଭେ ମାନେ ମଧ୍ୟ ଭଗବାନଙ୍କ ନିକଟ ରେ ପ୍ରାର୍ଥନା କରୁଛୁ। ଅପରେସନ୍ ଭଲରେ ହୋଇଯାଉ ଏବଂ ସେ ସୁସ୍ଥ ହୋଇ ଓଡ଼ିଶା ଫେରିଆସନ୍ତୁ।

Leave a Reply

Your email address will not be published. Required fields are marked *