ସାହାଯ୍ୟ କାହିଁକି ମାଗୁଛନ୍ତି, ଇନ୍ସ୍ୟୁରାନ୍ସ କଲନି.. ମୁଁ କଳାକାର, ମ-ରିଗଲେ ବି କାହାକୁ ସାହାଯ୍ୟ ମାଗିବିନି

ନିଜ ଜୀବନ ଆଉ ମରଣ ମଧ୍ୟରେ ସଂ-ଘର୍ଷ କରୁଥିବା ଜଣେ ମଣିଷ ପାଲଟି ଯାଇଛନ୍ତି ଓଲିଉଡ ଜଗତର ଜଣେ ପ୍ରସିଦ୍ଧ କଳାକାର ପିଣ୍ଟୁ ନନ୍ଦ । କିଛିଦିନ ଆଗରୁ ଜଣା ପଡ଼ିଥିଲା କି, ଲିଭର ସିରୋସିସ ରୋଗରେ ପୀ-ଡିତ ଅଛନ୍ତି ପିଣ୍ଟୁ । ଆଉ ଚିକିତ୍ସା କରାଇବା ପାଇଁ ତାଙ୍କୁ ଦିଲ୍ଲୀ ନେବାକୁ ପଡିବ । ତେବେ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ଆଉ ଲିଭର ଟ୍ରାନପ୍ଲାଣ୍ଟସନ୍ କରିବା ପାଇଁ ଅନେକ ଟଙ୍କା ଦରକାର ବୋଲି ଗଣମାଧ୍ୟମରେ ଚର୍ଚା ହୋଇଥିଲା । ଯେଉଁଥିପାଇଁ ତାଙ୍କ ପାଖରେ ଟଙ୍କା ନାହିଁ ବୋଲି ସମସ୍ତେ କହିଥିଲେ ତାଙ୍କୁ ସାହାଯ୍ୟ କରିବା ପାଇଁ ମଧ୍ୟ ଅନୁରୋଧ କରାଯାଇଥିଲା । ଯାହାପରେ ଲୋକେ ତାଙ୍କୁ ସାହାଯ୍ୟ କରିବା ପାଇଁ ମଧ୍ୟ ଆଗକୁ ଆଗେଇ ଆସିଥିଲେ ।

ଜଣେ କଳାକାର ଭଲ ହୋଇଯାଆନ୍ତୁ ବୋଲି ସମସ୍ତେ ମନରେ ଆଜି ଆଶା ରଖିଛନ୍ତି । ପୁଣି ସେ ଭଲ ହୋଇ ଯାଆନ୍ତୁ ଆଉ ପରଦାକୁ ଫେରି ଆସନ୍ତୁ ବୋଲି ସମସ୍ତେ କହିବାରେ ଲାଗିଛନ୍ତି । ଆଉ ସେଥିପାଇଁ ଟଙ୍କା ମଧ୍ୟ ଦେଉଛନ୍ତି । ତେବେ ବର୍ତ୍ତମାନ ସମୟରେ ଏହି ଟଙ୍କା ଆଉ ପିଣ୍ଟୁ ନନ୍ଦଙ୍କୁ ନେଇ ମୁଁହ ଖୋଲିଛନ୍ତି ଚଳଚିତ୍ର ଜଗତର ଜଣେ ନିର୍ଦ୍ଦେଶକ ରୁଦ୍ର । ତାଙ୍କ କହିବା ଅନୁଯାୟୀ ଏତେ ବଡ କଳାକାର ହୋଇ ମଧ୍ୟ ଲୋକଙ୍କ ଆଗରେ ହାତ ଦେଖାଉଛନ୍ତି ସେ । କଣ ଏତେ ବର୍ଷ ଧରି ଅଭିନୟ କରିବା ପରେ ତାଙ୍କ ପାଖରେ ଟଙ୍କା ନାହିଁ । ଏହା ସତ କି ମିଛ ସେ କଥା ସେ ଜାଣି ପାରୁ ନାହାନ୍ତି।

ଅନ୍ୟ ପକ୍ଷରେ ସେ କହିଛନ୍ତି କି, ତାଙ୍କ ପରିବାର ପାଖରେ ଆଉ ବନ୍ଧୁବାନ୍ଧବ ପାଖରେ ତ ନିଶ୍ଚିତ ଏତିକି ଟଙ୍କା ଥିବ । ତାଙ୍କୁ କିଛି ବି ହାତ ଦେଖାଇବାର ଆବଶ୍ୟକତା ନାହିଁ । କାହିଁକି ସେ ସମସ୍ତଙ୍କ ଆଗରେ ହାତ ଦେଖାଉଛନ୍ତି । ସାହାଯ୍ୟ କାହିଁକି ମାଗୁଛନ୍ତି, ଇନ୍ସ୍ୟୁରାନ୍ସ କଲେନି । ମୁଁ ଜଣେ କଳାକାର ଆଉ ମୁଁ ମ-ରିଗଲେ ବି କାହାକୁ ସାହାଯ୍ୟ ମାଗିବିନି । କଣ ସତରେ ଏପରି ଅବସ୍ଥା ପିଣ୍ଟୁ ନନ୍ଦଙ୍କର ହୋଇଯାଇଅଛି । ଆଉ ସେ ଲୋକଙ୍କ ଆଗରେ ହାତ ପତାଉଛନ୍ତି । ଏହି ଫିଲ୍ମ ଇଣ୍ଡଷ୍ଟ୍ରିରେ ଯାହା ଦେଖାଯାଉଛି ତାହା ପ୍ରକୃତରେ ହୋଇନଥାଏ । ସବୁକିଛି ଓଲଟା ପାଲଟା ହୋଇଥାଏ ।

ତେଣୁ ଯାହା କିଛି ବି ହେଉଛି ଭଗବାନ ସବୁ ଦେଖିଛନ୍ତି ଆଉ ସବୁର ହିସାବ ସେ କରିବେ । ଆହୁରି ମଧ୍ୟ ସେ କହିଛନ୍ତି କି, ଯେଉଁ ଟଙ୍କା ପାଇଁ ଏତେ ଚର୍ଚ୍ଚା ସେହି ଟଙ୍କା ପ୍ରକୃତରେ ତାଙ୍କୁ ଦରକାର୍ ନା ନାହିଁ କି ତାଙ୍କର ଚିକିତ୍ସା ହେବା ପରେ ଆଉ ଯେଉଁ ଟଙ୍କା ରହିବ, ସେହି ଟଙ୍କା କିଏ ନେବ । କି ଟଙ୍କା ସହିତ କଣ ହେଉଛି ସେ କଥା ତ ସାଧାରଣ ଲୋକ ମାନେ ଜାଣିପାରିବେ ନାହିଁ । ତେଣୁ କାହିଁକି ଏପରି କରାଯାଉଛି ବୋଲି ସେ କହିଛନ୍ତି । ଜଣେ ଏତେ ବଡ କଳାକାର ପାଖରେ ଆଉ ଏତେ ବର୍ଷ ଧରି ଫିଲ୍ମ କରୁଥିବା ଲୋକ ପାଖରେ ଯଦି ଟଙ୍କା ନାହିଁ । ତେବେ ଏହାପରେ ସାଧାରଣ ଲୋକଙ୍କ କଥା ନ କହିବା ତ ଭଲ ବୋଲି ସେ ଶେଷରେ କହିଥିଲେ ।

Leave a Reply

Your email address will not be published. Required fields are marked *