ପିଣ୍ଟୁ ନନ୍ଦଙ୍କ ସ୍ବାସ୍ଥ୍ୟ ହେଉଛି ଖରାପ୍, ଦିଲ୍ଲୀରେ ମିଳୁ ନାହାନ୍ତି ଲିଭର ଡୋନର

ବନ୍ଧୁଗଣ ଶରୀର ଅଛି ମାନେ ରୋଗ ମଧ୍ୟ ଅଛି । ଜୀବନରେ କେତେବେଳେ କ’ଣ ହୋଇଯିବ କିଛି ଠିକ୍ ନାହିଁ । ସେ ସାଧାରଣ ମଣିଷ ହେଉ କିମ୍ବା ସେଲିବ୍ରିଟି ହୁଅନ୍ତୁ । ତେବେ ପାଠକ ବନ୍ଧୁ ଆପଣମାନେ ଓଲିଉଡର ଜଣାଶୁଣା ଅଭିନେତା ପିଣ୍ଟୁ ନନ୍ଦଙ୍କ ଦେହ ଖରାପ ଥିବା ସମ୍ପର୍କରେ ଜାଣିଥିବେ ନିଶ୍ଚୟ । ସେ ବର୍ତ୍ତମାନ ଦିଲ୍ଲୀରେ ଏକ ବଡ଼ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ହେଲେ ଏପର୍ଯ୍ୟନ୍ତ ଅପରେସନ ହୋଇ ନଥିବା ସୂଚନା ମିଳିଛି ।

ଖାଲି କେହି ପିଣ୍ଟୁଙ୍କୁ ଲିଭର୍ ଡୋନେଟ୍ କରିବେ ତାହା ଖୋଜା ଚାଲିଛି । ତେବେ ପିଣ୍ଟୁ ନନ୍ଦଙ୍କୁ କିଏ ଲିଭର୍ ଡୋନେଟ୍ କରିବ ସେ ନେଇ ଚିନ୍ତା ସମସ୍ତଙ୍କୁ ଘାରି ରହିଛି କାରଣ ଲିଭର୍ ଟ୍ରାନ୍ସପ୍ଲାଣ୍ଟ୍ ନକରିଲେ ତାଙ୍କ ପାଇଁ ବଞ୍ଚିବା କଷ୍ଟ ହୋଇପଡ଼ିବ । ପ୍ରତି ମୁହୂର୍ତ୍ତରେ ଈଶ୍ୱର ନେଉଛନ୍ତି ପିଣ୍ଟୁ ନନ୍ଦଙ୍କ ପରୀକ୍ଷା । ବର୍ତମାନ ସମୟରେ ଦିଲ୍ଲୀରୁ ଯାହା ଖବର ରହିଛି ତାହା ହେଉଛି ଧୀରେ ଧୀରେ ବିଗିଡ଼ିବାରେ ଲାଗିଛି ପିଣ୍ଟୁଙ୍କ ସ୍ବାସ୍ଥ୍ୟ ଅବସ୍ଥା ।

ଡାକ୍ତର ମାନେ ଏବେ କେବଳ ଗୋଟିଏ ହିଁ କଥା କହୁଛନ୍ତି । ଯଥାଶୀଘ୍ର ଡୋନର୍ କୁ ଆଣ । ଗମ୍ଭୀର ହେବାରେ ଲାଗିଛି ପିଣ୍ଟୁ ନନ୍ଦଙ୍କ ସ୍ବାସ୍ଥ୍ୟ ଅବସ୍ଥା । ଆଉ ସବୁଠାରୁ ବଡ଼ ଖବର ହେଉଛି ଯେ ପିଣ୍ଟୁ ନନ୍ଦଙ୍କ ପାଇଁ ଏପର୍ଯ୍ୟନ୍ତ ମିଳି ପାରୁନାହାନ୍ତି ଲିଭର ଡୋନର । ତାଙ୍କ ପାଇଁ କିଏ ଲିଭର ଦାନ କରିବ ତାହା ଏପର୍ଯ୍ୟନ୍ତ ଠିକ୍ ହୋଇ ନାହିଁ । ତାଙ୍କ ସହିତ ପିଣ୍ଟୁଙ୍କ ବ୍ଲଡ଼ ଗ୍ରୁପ ମ୍ୟାଚ୍ କରିବାର ମଧ୍ଯ ଆବଶ୍ୟକତା ରହିଛି । ତେବେ ଏଭଳି ଘଡି ସନ୍ଧି ମୁହୂର୍ତ୍ତରେ ଦିନକୁ ଦିନ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଗୁରୁ-ତର ହେବାରେ ଲାଗିଛି ।

ପିଣ୍ଟୁ ନନ୍ଦଙ୍କ ଆଖି ହଳଦିଆ ପଡ଼ି ଯାଇଥିବା ବେଳେ ଯାହା ଶୁଣା ଯାଉଛି ତାଙ୍କୁ ଜଣ୍ଡିସ ମଧ୍ଯ ହୋଇ ଯାଇଛି । ତେବେ ଏଭଳି ସ୍ଥଳେ ପିଣ୍ଟୁଙ୍କ ସ୍ବାସ୍ଥ୍ୟ ଅବସ୍ଥା ଧୀରେ ଧୀରେ ଗୁରୁତର ହେଉଥିବା ବେଳେ ତାଙ୍କ ପାଇଁ ଆବଶ୍ୟକ ଲିଭର ଡୋନର । ଅନ୍ୟପଟେ ପିଣ୍ଟୁ ନନ୍ଦଙ୍କ ପାଇଁ ଚାଲିଛି କ୍ରାଉଡ ଫଣ୍ଡିଂ । ବହୁତ ଜଲ୍ଦୀ ଭଲ ହେଇ ଯାଆନ୍ତୁ ବୋଲି ସମସ୍ତେ ପ୍ରାର୍ଥନା କରୁଛନ୍ତି।

Leave a Reply

Your email address will not be published. Required fields are marked *