ଲୋନ ପରେ ଲୋନ ଆଣିଲେ.. ବଢ଼ି ଚାଲିଲା ସୁଧ.. ସୁଝି ନପାରି ବାଧ୍ୟ ହୋଇ ଦେହ ବ୍ୟବସାୟ କଲେ..

ଲୋନ ପରେ ଲୋନ କଲେ ପାରିଲେନାହିଁ ପଇସା ସୁଝି। ଉପାୟ ଶୁନ୍ୟ ହୋଇ ବିକିଲେ ଦେହ। ଏପରି ଏକ ଖବର ମାଲକାନଗିରିରୁ ଶୁଣିବାକୁ ମିଳିଛି। ଫାଇନାନ୍ସ କମ୍ପାନୀରୁ ଲୋନ ଆଣିବା ପରେ ସୁଝି ନପାରିବାରୁ ଦେହ ବିକିବାକୁ ବାଧ୍ୟ ହେଲେ ମହିଳା।କଥାଟି ଅଜବ ଲାଗୁଥିଲେ ମଧ୍ୟ ଏହା ସତ। ଏବେ ଏହି ଅଭିଯୋଗ ନେଇ ଶତାଧିକ ମହିଳା ମାଲକାନଗିରିର ଜିଲ୍ଲାପାଳ କାର୍ଯ୍ୟାଳୟରେ ପହଁଞ୍ଚିଛନ୍ତି।

ସୂଚନା ଅନୁସାରେ ମାଲକାନଗିରି ଜିଲ୍ଲା କାଲିମିଳା ବ୍ଲକ ଅନ୍ତର୍ଗତ ଏନଭି 96 ଗ୍ରାମର ୱାର୍ଡ ମେମ୍ବର ନିରୂପମା ନାମକ ଜଣେ ମହିଳା ଅନ୍ୟ କିଛି ମହିଳାଙ୍କୁ ନେଇ ଗାଁରେ ଏକ ବୈଠକ ବସାଇଥିଲେ। ଏହି ବୈଠକରେ ସେହି ମହିଳା ଜଣକ ଅନେକ ଫାଇନାନ୍ସ କମ୍ପାନୀର ଲୋନ ବିଷୟରେ ସୂଚନା ଦେଇଥିଲେ।

ଏହାସହ ଲୋନ ଆଣି ଇନ୍ଦିରା ଆବାସ ତଥା ଛେଳି ବ୍ୟବସାୟ ଏବଂ ଅନ୍ୟ କେତେକ ବ୍ୟବସାୟ କରିବାକୁ ଆଶା ଦେଖାଇଥିଲେ। ଯାହାପରେ ମହିଳାମାନେ ନିଜର ଆଧାରକାର୍ଡ ଏବଂ ଅନ୍ୟ କେତେକେ ଡକ୍ୟୁମେଣ୍ଟଙ୍କୁ ସେହି ମହିଳାଙ୍କୁ ଦେଇଥିଲେ।

ମହିଳା ଜଣକ ଲୋନ ଆଣି ଦେବା ପରେ ସବୁକିଛି ଠିକଠାକ ଚାଲିଥିଲା। କିଛିମାସ ପର୍ଯ୍ୟନ୍ତ ମହିଳା ଜଣକ ଅନ୍ୟ ମହିଳାମାନଙ୍କଠାରୁ ଟଙ୍କା ଆଣି ଫାଇନାନ୍ସ କମ୍ପାନୀକୁ ସୁଝୁଥିଲେ। ଏହିପରି କିଛି ମାସ ଯିବା ପରେ ଉକ୍ତ ମହିଳା ଜଣକ ଟଙ୍କା କଲେକ୍ସନ କରି ଆଉ ଆଉ ପଇସାଦେଲେ ନାହିଁ।

ଯାହାପରେ ଫାଇନାନ୍ସ କମ୍ପାନୀର ଲୋକମାନେ ଆସି ମହିଳାମାନଙ୍କ ଘରେ ଘରେ ଟଙ୍କା ମାଗିଲେ। ଏହାପରେ ବାଧ୍ୟ ହୋଇ ମହିଳାମାନେ ଲୁଚି ଲୁଚି ଦେହ ବେପାର କରି ଟଙ୍କା ସୁଝିବାକୁ ଲାଗିଲେ। ତେବେ ସତ ବାହାରକୁ ଆସିବା ପରେ ଏହାକୁ ନେଇ ଥାନାରେ ଅଭିଯୋଗ ହେଲା। ଅଭିଯୋଗ ଯଦି ସତ ହୋଇଥାଏ ତେବେ ଉକ୍ତ ମହିଳା ଏବଂ ସେହି ଫାଇନାନ୍ସ କମ୍ପାନୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Leave a Reply

Your email address will not be published. Required fields are marked *