ନବ ଦାସ ଯେମିତି ଲୁ-ଟୁଥିଲା ତା ଝିଅ ଏବେ ସେମିତି ଲୁ-ଟିବ

ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ମୃ-ତ୍ୟୁ କୁ ନେଇ ସାରା ରାଜ୍ୟ ସ୍ତବ୍ଧ ହୋଇଯାଇଥିବା ବେଳେ ଏବେ ଏକ ଆଶ୍ଚର୍ଯ୍ୟ କର ଖବର ସାମ୍ନାକୁ ଆସିଛି। ଜଣେ ବୃଦ୍ଧା ନବ ଦାସଙ୍କ ମୃ-ତ୍ୟୁ ଖବର କୁ ନେଇ 4 ଦିନ ପୂର୍ବରୁ ଘରେ ଭୋଜିର ଆୟୋଜନ କରିଥିଲେ। ଆଉ ASI ଗୋପାଳ ଦାସ ଭଗବାନଙ୍କ ରୂପରେ ଆସି ମନ୍ତ୍ରୀ ନବଦାସଙ୍କୁ ମା-ରିଛନ୍ତି ବୋଲି ସେ କହିଥିଲେ।

ସ୍ବାସ୍ଥ୍ୟମନ୍ତ୍ରୀ ନବଦାସଙ୍କ ମୃ-ତ୍ୟୁକୁ ନେଇ ଏପରି ମନ୍ତବ୍ୟ ଦେବାପରେ ଚର୍ଚ୍ଚାରେ ଥିଲେ କଟକବାସୀ ବୃଦ୍ଧ ମହିଳା ମିନତୀ ବହିଦାର। ମନ୍ତ୍ରୀ ନବଦାସଙ୍କୁ କାହିଁକି ଗୁ-ଳିମା-ଡ଼ ହେଲା ସେ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଏପଟେ ଏଭଳି ମନ୍ତବ୍ୟ ଦେଇଥିଲେ କଟକର ବୃଦ୍ଧା ମିନତୀ।

ସେ ମନ୍ତ୍ରୀଙ୍କ ମୃ-ତ୍ୟୁକୁ ନେଇ ବେଶ ଖୁସି ପ୍ରକଟ କରିବା ସହ ମୃ-ତ୍ୟୁ ଖବର ପାଇ ମିଠା ବାଣ୍ଟି ଖୁସି ମନାଇଥିବା କହିଥିଲେ।ଏ ନେଇ ବୃଦ୍ଧା ଜଣକ କହିଥିଲେ ଯେ , “ସେ ମୋ ଭାଇର ହ-ତ୍ୟାକା-ରୀ। ମୋ ଭାଇ ବିଧାନ ବହିଦାରକୁ ସେ ମା-ରିଥିଲେ। ବୋମା ମା-ଡ଼ କରି ମୋ ଭାଇକୁ ହ-ତ୍ୟା କରିଥିଲେ।

ଭୋଟ ପାଇଁ ମୋ ଭାଇର ହ-ତ୍ୟା କରିଥିଲେ ନବ ଦାସ। ଶେଷରେ ସେ ଆଜି ଗୁ-ଳିରେ ମୃ-ତ୍ୟୁବ-ରଣ କରିଛି। ମନ୍ତ୍ରୀଙ୍କୁ ହ-ତ୍ୟା କରିଥିବା ଗୋପାଳଙ୍କୁ ମୁଁ ସମର୍ଥନ କରୁଛି। ଗୋପାଳ ଦାସ ଭଗବାନ ଶ୍ରୀକୃଷ୍ଣଙ୍କ ରୂପରେ ଆସି ନବ ଦାସଙ୍କୁ ମା-ରିଛନ୍ତି। ନବ ଦାସ ମୁଖ୍ୟମନ୍ତ୍ରୀ ହେବାକୁ ଇଚ୍ଛା ରଖିଥିଲେ।

ସେ ଦରକାର ପଡ଼ିଲେ ମୁଖ୍ୟମନ୍ତ୍ରୀଙ୍କୁ ମା-ରି ଦେଇଥାନ୍ତା। କିନ୍ତୁ ଆଜି ଭଗବାନ, ଗୋପାଳ ରୂପରେ ଆସି ନବ ଦାସକୁ ମା-ରିଛନ୍ତି ।” ସେ ଆହୁରି ମଧ୍ୟ କହିଛନ୍ତି ଯେ,” ଏବେ ନବ ଦାସ କିଛି ଲୋକଙ୍କ ଆଖିରେ ଖରାପ ହୋଇଥିଲେ ମଧ୍ୟ କେବେ ହେଲେ ବି ନିଜ ପରିବାର ପାଇଁ ଖରାପ ହୋଇପାରିବ ନାହିଁ। ବାପା ହିସାବରେ ତାଙ୍କୁ ତାଙ୍କର ପିଲାମାନେ ଖରାପ କହିବେ ନାହିଁ।

କୋଟି କୋଟି ସମ୍ପତି ନବ ଦାସ ନିଜ ପିଲାମାନଙ୍କ ପାଇଁ ଥୋଇ ଦେଇ ଯାଇଛି। ବସି ଖାଇଲେ ମଧ୍ୟ ସରିବ ନାହିଁ। ଏତେ ଟଙ୍କା କଣ ହେବ। ଓଡ଼ିଶାର ଉନ୍ନତି ପାଇଁ ସାହାଯ୍ୟ କରିବା ଉଚିତ। ବାପା ଯାହା ତ କଲା ଯଦି ପିଲାମାନେ ବି ସେୟା କରିବେ ଆଉ ଓଡିଶା ଚଳିବ ନାହିଁ।

ସେଥିପାଇଁ ଲୋକଙ୍କ ଦୁଃ-ଖକୁ ଦେଖ। ତାଙ୍କର ମୁହଁରୁ ଆହାର ଛଡାଇ କିଛି ମିଳିବ ନାହିଁ। ନିଜକୁ ଶ୍ରେଷ୍ଠ ପ୍ରକାଶ କର। ନଚେତ ଅନ୍ୟ ପକ୍ଷେ ଦେଖିବାକୁ ଗଲେ ନବ ଦାସ ଯେମିତି ଲୁ-ଟିଥିଲା ତା ଝିଅ ମଧ୍ୟ ସେମିତି ଲୁ-ଟିବ।”

Leave a Reply

Your email address will not be published. Required fields are marked *