ପିଣ୍ଟୁଙ୍କ ଲିଭର ଖରାପ୍ ହେବା ପଛରେ ବଡ଼ କାରଣ , ଏମିତି ଖରାପ୍ ହୋଇଥିଲା ଲିଭର !

ଗତ କିଛିଦିନ ହେବ ଲିଭର ସୋରାସିସ ରୋଗରେ ପୀ-ଡିତ ଥିବାରୁ ପିଣ୍ଟୁ ନନ୍ଦଙ୍କ ସ୍ୱାସ୍ଥ୍ୟବସ୍ଥା ସଙ୍କ-ଟାପନ୍ନ ରହିଛି । ଭୁବନେଶ୍ୱରରେ ତାଙ୍କର ଚିକିତ୍ସା ଚାଲିଥିବା ବେଳେ ବର୍ତ୍ତମାନ ତାଙ୍କର ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଥିବାରୁ ତାଙ୍କୁ ଦିଲ୍ଲୀ ନିଆଯାଇଛି । ଯେଉଁଠିକି ତାଙ୍କର ଅପେରସନ ହେବ।

କାରଣ ଆସନ୍ତା 6 ମାସ ମଧ୍ୟରେ ତାଙ୍କର ଲିଭର ଟ୍ରାନ୍ସପ୍ଲାଣ୍ଟ କରାଇବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି । ଯଦି ଲିଭର ଟ୍ରାନ୍ସପ୍ଲାଣ୍ଟ ନହୁଏ ତାହେଲେ ପିଣ୍ଟୁଙ୍କ ଅବସ୍ଥା ଆହୁରି ସଙ୍କ-ଟାପନ୍ନ ହୋଇପାରେ ବୋଲି ଡାକ୍ତର କହିଛନ୍ତି। ଏଥିପାଇଁ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଟିକିଏ ସ୍ଥିର ହେବାରୁ ତାଙ୍କୁ ଆଜି ଅଧିକ ଚିକିତ୍ସା ପାଇଁ ଦିଲ୍ଲୀ ନିଆଯାଇଛି।

ତେବେ ପ୍ରଶ୍ନ ଉଠୁଛି ଯେ କିପରି ଖରାପ ହେଲା ପିଣ୍ଟୁଙ୍କ ଲିଭର। ଏତେ ଖରାପ ହେବା ପୂର୍ବରୁ କଣ ସେ ଜାଣିପାରୁନଥିଲେ ନା ଜାଣିକି ମଧ୍ୟ ଚୁପ ରହୁଥିଲେ? ଯଦି ସେ ପୂର୍ବରୁ ଜାଣିଥିଲେ ତାହାଲେ କିଛି ପଦକ୍ଷେପ ନେଇନଥିଲେ କାହିଁକି? ଲିଭର କଣ ଏହିପରି ଅଚାନକ ଖରାପ ହୋଇଯାଏ। ଏହା ପଛରେ କଣ ରହିଛି କାରଣ।

ତେବେ ଶୁଣିବାକୁ ମିଳିଛି ଯେ ପିଣ୍ଟୁ ଅଧିକ ମ-ଦ୍ୟପା-ନ କରୁଥିଲେ। ଲିଭର ଖରାପ ଥିବା ଜାଣି ମଧ୍ୟ ଆହୁରି ମ-ଦ ପିଉଥିଲେ। ଆଉ ସେଥିପାଇଁ ତାଙ୍କର ଆଜି ଏପରି ଅବସ୍ଥା ଦେଖିବାକୁ ମିଳିଛି। ତେବେ ଏକ ସର୍ଭେ ଅନୁସାରେ ପ୍ରତିବର୍ଷ ଦୁନିଆରେ 2 ମିଲିୟନରୁ ଅଧିକ ଲୋକଙ୍କ ମୃ-ତ୍ୟୁ ଲିଭର ଜନିତ ସମସ୍ୟାରୁ ହୋଇଥାଏ।

ଏଥିରୁ ଅଧିକାଂଶ ଲୋକଙ୍କର ମୃ-ତ୍ୟୁ କେବଳ ଲିଭର ସିରୋସିସି କାରଣରୁ ହୋଇଥାଏ। ଏହି ରୋଗ ଦ୍ୱାରା ଆ-କ୍ରାନ୍ତ ହେବା ଦ୍ୱାରା ଲିଭରରେ ଥିବା ସ୍ନାୟୁ ଗୁଡିକ ମ-ରିବା ଆରମ୍ଭ କରିଥାନ୍ତି। ଫଳରେ ବୃକକ୍ ଧୀରେ ଧୀରେ ଏହାର କାମ କରିବା ବନ୍ଦ କରିଦେଇଥାଏ।ଲିଭରର କାମ ଶରୀରରେ ଥିବା ବି-ଷାକ୍ତ ପଦାର୍ଥକୁ ଫିଲ୍ଟର୍ କରିବା ହୋଇଥିବା ବେଳେ ସିରୋସିସ୍ ରୋଗ ହେଲେ ଏହା ସମ୍ଭବ ହୋଇ ପାରିନଥାଏ।

ପ୍ରାରମ୍ଭିକ ପର୍ଯ୍ୟାୟରେ ଏହି ରୋଗର କୌଣସି ଲକ୍ଷଣ ଦେଖା ଦେଉନଥିବା ବେଳେ ଲି-ଭର୍ କ୍ଷ-ତିଗ୍ରସ୍ତ ହେବାପରେ ହିଁ ଥକାପଣ, ଦେହ ହାତ କୁଣ୍ଡେଇ ହେବା ଏବଂ ଭୋକ ନ ଲାଗିବା ଭଳି ସମସ୍ୟା ଦେଖା ଦେଇଥାଏ।ହେପାଟାଇଟିସ୍ ବି ଏବଂ ସି ଭୂତାଣୁ ସଂକ୍ରମଣ, ନି-ଶାଦ୍ର-ବ୍ୟ ସେବନ, ମ-ଦ୍ୟପା-ନ, ଧୂ-ମ୍ରପା-ନ ଇତ୍ୟାଦି ଅଭ୍ୟାସ ଲିଭର୍ ସିରୋସିସର ପ୍ରମୁଖ କାରଣ ଅଟେ।

ଏହା ବ୍ୟତିତ ଅଧିକ ମାତ୍ରାରେ ଫାଷ୍ଟ ଫୁଡ଼ ଖାଇବା, ବାସି ଖାଦ୍ୟ ଏବଂ ଖାଦ୍ୟପେୟରେ ଅନିୟମିତତା ଏହି ରୋଗର ପ୍ରକୋ-ପକୁ ବଢ଼ାଇ ଦେଇଥାଏ। ଏହି ରୋଗରେ ପୀ-ଡିତ ହୋଇଥିଲେ ପ୍ରୋଟିନ, ଜିଙ୍କ ଏବଂ ଫାଇବର୍ ଯୁ-କ୍ତ ଖାଦ୍ୟ ଖାଇବା ଆବଶ୍ୟକ।

Leave a Reply

Your email address will not be published. Required fields are marked *