ଗୋପାଳ ବାଟ ଯାକ ହସି ହସି ଯାଉଛି ,ଆଉ ଲୋକଙ୍କୁ ପଚାରୁଛି ନବ ଦାସ ମ-ରିଯାଇଛି

ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସଙ୍କ ମୃ-ତ୍ୟୁ ଏବେ 10 ଦିନ ବିତିଗଲାଣି। କିନ୍ତୁ କୌଣସି କିଛି ସୁରାଗ ମିଳିନାହିଁ। ଗୋପାଳକୁ ନେଇ ତ-ଦନ୍ତ ଚାଲିଥିବା ବେଳେ ବଡ଼ ବଡ଼ ନେତା ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ସେପଟେ ଗୋପାଳ ହସୁଥିବାର ଏକ ଭିଡ଼ିଓ ଭାଇରାଲ ହେବା ପରେ ଏବେ ପୋ-ଲିସ ଉପରେ ନେତାମାନେ ଆହୁରି ଚାପ ପକାଉଛନ୍ତି।

ତେବେ ଏହାକୁ ନେଇ ମିଡିଆ ଆଗରେ ପ୍ରତି-କ୍ରିୟା ଦେଇଛନ୍ତି ବିଧାୟକ ସୁର ରାଉତରାୟ। ସେ କହିଛନ୍ତି ଯେ,” କ୍ରାଇମବ୍ରାଞ୍ଚ କରୁଛି କଣ। 10 ଦିନ ବିତିଗଲାଣି ଗୋପାଳକୁ ଧରି ଘୁରି ବୁଲୁଛି। କିଛି ମିଳୁନାହିଁ କାହିଁକି। ଏବେ ନବଦାସଙ୍କ ପୁଅ ମତେ ଘରକୁ ଡାକିଛନ୍ତି। ସବୁ ବଡ ବଡ ନେତାଙ୍କୁ ମଧ୍ୟ ଡାକିଛନ୍ତି। ମୁଁ କିନ୍ତୁ ଯାଇପାରିବି ନାହିଁ।

ମୋ ସ୍ତ୍ରୀ ଡ଼ାକ୍ତରଖାନାରେ ପଡିଛି। ତାର ଆଣ୍ଠୁ ଅପରେସନ ହେବାରେ ଅଛି। କିନ୍ତୁ ଅନ୍ୟମାନେ ଯିବା ଉଚିତ।” ଏହାସହ ନିରଞ୍ଜନ ପଟ୍ଟନାୟକ ପିସିସି ସଭାପତି ପଦରୁ ଇସ୍ତଫା ଦେବା ପ୍ରସଙ୍ଗରେ ପ୍ରତି-କ୍ରିୟା ଦେଇ ସୁର ଭାଇ କହିଛନ୍ତି ଯେ,” ନିରଞ୍ଜନ ଯଦି ଇସ୍ତଫା ଦେଇଛନ୍ତି ତେବେ ସେ ସ୍ପଷ୍ଟ କରନ୍ତୁ ।ଲୁ-ଚକା-ଳି ଖେଳ ବନ୍ଦ କରନ୍ତୁ ନିରଞ୍ଜନ।

ଯଦି ରାହୁଲ ଓ ସୋନିଆ ଗାନ୍ଧୀ ନିରଞ୍ଜନଙ୍କୁ ସଭାପତି ପଦରେ ରଖିବା କଥା ରଖିବେ, ଯଦି କାଢିବା କଥା କାଢିବେ ।କ’ଣ ପଦକ୍ଷେପ ନେବେ ସେ ସ୍ପଷ୍ଟ କରନ୍ତୁ ।ଏମିତି ହେଲେ ଦଳର ଛବି ଖରାପ ହେଉଛି। ମିଡିଆରେ ତ ଚର୍ଚ୍ଚା ହେଉଛି ହେଲେ ଇସ୍ତଫା ଦେଇଛନ୍ତି କି ନାହିଁ, ସେ କଥା କେବଳ ନିରଞ୍ଜନ ହିଁ କହିପାରିବେ।

ଦେବେ କି ନଦେବେ ସ୍ପଷ୍ଟ କରିବା ଦରକାର।ଏ ନାଟକ ବନ୍ଦ କରନ୍ତୁ।ଲୁ-ଚଖେଳ ଖେଳିବା ଉଚିତ ନୁହେଁ, କାହିଁକି ନା ଏହାର ଏକ କୁପ୍ର-ଭାବ କର୍ମୀଙ୍କ ଉପରେ ପଡ଼ିବ। ଦଳର କ୍ଷ-ତି ହେବ।”

Leave a Reply

Your email address will not be published. Required fields are marked *