ଗୋପାଳର ହସ ପଛର ରହସ୍ୟ କହିଲେ ମନସ୍ତତ୍ତ୍ୱବିତ ପ୍ରତାପ ରଥ

ମନ୍ତ୍ରୀ ନବ ଦାସଙ୍କ ହ-ତ୍ୟାକୁ ବହୁତ ଦିନ ବିତି ସାରିଲାଣି। କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡ଼ିନାହିଁ ଯେ ଏଏସଆଇ ଗୋପାଳ ଦାସଙ୍କ ଗୁ-ଳି ଚଳାଇବାର ପଛର ରହସ୍ୟ।ଏହି ବିଷୟରେ କ୍ରାଇମବ୍ରାଞ୍ଚ୍ ତ-ଦନ୍ତ ଜାରି ରଖିଛି।ତେବେ ଗୋପାଳଙ୍କ ମାନସିକ ସ୍ଥିତି ଠିକ୍ ନଥିବାରୁ ସେ ଏପରି କରିଛନ୍ତି ବୋଲି କଥା ଉଠିଛି।ସେ ନବ ଦାସଙ୍କ ଉପରକୁ ଗୁ-ଳି ଚାଳନା କରିବା ପରେ ସେଠି ଠିଆ ହୋଇ ହସିଥିଲେ।

ତେବେ ତାଙ୍କର ମାନସିକ ସ୍ଥିତି ଖରାପ ଥିବା ସମ୍ପ-ର୍କରେ କିଛି ମତ ରଖିଛନ୍ତି ମନସ୍ତତ୍ତ୍ୱବିତ୍ ପ୍ରତାପ ରଥ।ଆସନ୍ତୁ ଜାଣିବା ଏହି ଖବର ସମ୍ପ-ର୍କରେ।ମନସ୍ତତ୍ତ୍ୱବିତ୍ ପ୍ରତାପ ରଥଙ୍କୁ ଏହି ହସିବା ପଛର ରହସ୍ୟ ବିଷୟରେ ପଚାରିବାରୁ ସେ କହିଲେ କି ଜଣେ ଭୁଲ୍ କାମ କରି ହସିଦେଲେ ଯେ ତାର ମାନସିକ ସ୍ଥିତି ଠିକ୍ ନାହିଁ ବୋଲି ଆମ୍ଭେ କହିପାରିବା ନାହିଁ।କାରଣ ସମସ୍ତେ ସମାନ ନୁହନ୍ତି।ଆଉ ଗୋଟେ ଲୋକକୁ ତା’ର କାର୍ଯ୍ୟକଳାପରୁ ଆମ୍ଭେ ସେ କିପରି ଜାଣିପାରିବ ନାହିଁ।

ଗୋଟେ ଲୋକକୁ ଜାଣିବା ପାଇଁ ହେଲେ ସେହି ଲୋକ ସହ ଭଲ କରି ମିଶିବା ପାଇଁ ପଡିବ।ତେବେ ଯାଇ ଆମ୍ଭେ କହିପାରିବା କି ସେହି ଲୋକ କିପରି।ଆଉ ଯେତେପର୍ଯ୍ୟନ୍ତ ନ୍ୟା-ୟାଳୟରେ ସେ ଦୋ-ଷୀ ସାବ୍ୟସ୍ତ ହୋଇନାହିଁ ସେତେ ପର୍ଯ୍ୟନ୍ତ ଆମ୍ଭେ ତାକୁ ଦୋଷୀ କହିପାରିବା ନାହିଁ।ଗୋପାଳ କ’ଣ ପାଇଁ ଏମିତି କାମ କରିଲେ ଏବଂ ହସିଲେ କାହିଁକି ଏହି କଥା ଖାଲି ସେ ନିଜେ ହିଁ କହିପାରିବେ।

ଆଉ ସେହି ସମୟର ଭିଡିଓକୁ ପୁଣି ଥରେ ଦୋ-ଷୀକୁ ଦେଖେଇଲେ କିଛି ଲାଭ ନାହିଁ।ଏହା ଫଳପ୍ରଦ ଆଗରୁ ହେଉଥିଲା ଏବେ ଆଉ ହେଉନାହିଁ।ସେହି ଲୋକ ଯଦି ନିଜ ଇଚ୍ଛା ବିରୁ-ଦ୍ଧରେ କିଛି କାମ କରିଥିବ ତେବେ ସେ ଅନୁତାପ କରିବ।ଯଦି ଯଦି ନିଜ ଇଚ୍ଛା ଅନୁସାରେ କରିଥିବ ତେବେ ଅନୁତାପ କରିବ ନାହିଁ।ଏମିତି ବି ହୋଇପାରେ ଯେ ନବ ଦାସଙ୍କ ଉପରେ ତାର କିଛି ପାଇଁ ରା-ଗ ଥିବ ସେଥିପାଇଁ ସେ ତାଙ୍କୁ ମା-ରିଦେଲା ଏବଂ ସେଠାରେ ହସିଥିବ।

Leave a Reply

Your email address will not be published. Required fields are marked *