ସିଦ୍ଧାନ୍ତଙ୍କ ସହିତ ତାଙ୍କର କେମେଷ୍ଟ୍ରିର ସିକ୍ରେଟ କହିଲେ ଅନୁ ଚୌଧୁରୀ

ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଓଡ଼ିଆ ଇଣ୍ଡଷ୍ଟ୍ରିର ଅନୁ ଚୌଧୁରିଙ୍କ ବିଷୟରେ । ସେ ବହୁତ ଜଣା ଶୁଣା ଅଭିନେତ୍ରୀ ହେବା ସହିତ ବହୁତ ଲୋକପ୍ରିୟ ଅଭିନେତ୍ରୀ ମଧ୍ୟ । ସେ ବହୁତ ସାରା ଓଡ଼ିଆ ସିନେମା କରିବା ସହିତ ସିରିଏଲରେ ମଧ୍ୟ ଅଭିନୟ କରିଥିବାର ନଜର ଅସିଛନ୍ତି । ଆପଣ ମାନେ ଜାଣିଥିବେ ଅନୁ ଚୌଧୁରିଙ୍କ ସବୁ ସିନେମା ବହୁତ ସୁପରହିଟ ମଧ୍ୟ ହୋଇ ସାରିଛି । ତେବେ ବର୍ତ୍ତମାନ ସମୟରେ ଅନୁ ଚୌଧୁରିଙ୍କ ସାକ୍ଷାତକାର ବେଳର ଏକ ଭିଡିଓ ବହୁତ ଭାଇରାଲ ହେବାରେ ଲାଗୁଛି । ଯେଉଁଠି ଅନୁ ଚୌଧୁରୀ କେଉଁ ଭଳି ଭାବରେ ଫ୍ଲିମ ଜଗତରେ ପାଦ ଦେଇଥିଲେ ଆଉ ସାଉଥରେ ମଧ୍ୟ କାମ କରିଥିଲେ ସେ ବିଷୟରେ କହିବାକୁ ଲାଗିଛନ୍ତି ।

ବନ୍ଧୁଗଣ ଅନୁ ଚୌଧୁରି ବହୁତ ପିଲା ବେଳୁ ଅଭିନୟ କରୁଥିଲେ । ତାଙ୍କ ବାପା ଜଣେ ମେକଅପ ଆଟିର୍ଷ୍ଟ ଥିଲେ । ତାଙ୍କର ପ୍ରଥମ ସିନେମା ଥିଲା ବଧୂ ନିରୁପମା । ସେଥିରେ ସେ ଗୋଟିଏ ଶିଶୁ କଳାକାର ଭାବରେ ଅଭିନୟ କରିଥିବାର ନଜରରେ ଆସିଥିଲେ । ଆଉ ତାଙ୍କର କହିବା କଥା ଅନୁସାରେ ଫ୍ଲିମ ଜଗତକୁ ଆସିବା ପାଇଁ ଅନୁ ଚୌଧୁରୀ ବହୁତ ଷ୍ଟ୍ରଗଲ କରିଛନ୍ତି । ଆଉ ତାହା ସହିତ କୁହାଯାଉଛି କି ଅନୁ ଚୌଧୁରୀ କଲେଜରେ ପଢ଼ୁଥିବା ସମୟରେ ଓଡ଼ିଆ ଫ୍ଲିମ ଜଗତରେ ପାଦ ଦେଇଥିଲେ ଆଉ ଅଭିନୟ ମଧ୍ୟ କରିଥିଲେ।

ଆଉ ତାହା କରି ସାରିବା ପରେ ତାଙ୍କୁ ସାଉଥ ଫ୍ଲିମରେ ଅଭିନୟ ମଧ୍ୟ କରିଥିଲେ। ଆଉ ସାଉଥ ଫ୍ଲିମ କରିବା ପାଇଁ ତାଙ୍କ ପାଖକୁ ଅଡିସନର ଅଫର ମଧ୍ୟ ଆସିଥିଲା । ଆଉ ସେଠାରେ ସିଲେକ୍ଟ ମଧ୍ୟ ହୋଇଥିଲେ । ତେବେ ଅନୁ ଚୌଧୁରୀଙ୍କର କହିବା କଥା କି ଫ୍ଲିମ ଜଗତରେ ଅଭିନୟ କରିବା ସହିତ ଆପଣଙ୍କୁ ମାନ ଦେଇକି କାମ କରିବା ଆବଶ୍ୟକ ହୋଇଥାଏ । ଆଉ ଚେଷ୍ଟା ହିଁ ମଣିଷକୁ ଆଗକୁ ନେଇଥାଏ ବୋଲି କୁହାଯାଉଛି । ଆଉ ଅନୁ କହିଛନ୍ତି କି ସେ ଚେଷ୍ଟା କରିଛନ୍ତି ଆଉ ଯାହା ଫଳରେ ଆଜି ଏହି ସ୍ଥାନରେ ପହଞ୍ଚି ପାରିଛନ୍ତି ।

ଆହୁରି ମଧ୍ୟ ତା ସହିତ ଫିଲ୍ମରେ ରୋମାଣ୍ଟିକ ସିନ୍ ଏବଂ ସିଦ୍ଧାନ୍ତ ମହାପାତ୍ରଙ୍କ ଶହ ତାଙ୍କ କେମେଷ୍ଟ୍ରୀ ବିଷୟରେ ମଧ୍ଯ ମୁହଁ ଖୋଲି ଅନୁ ଚୌଧୁରୀ କହିଥିଲେ ଯେ, ସିଦ୍ଧାନ୍ତ ମହାପାତ୍ରଙ୍କ ସହିତ ତାଙ୍କର ବହୁତ ଭଲ ବଣ୍ଡିଂ ଅଛି । ତାଙ୍କୁ ସମସ୍ତେ ମୁନ୍ନା ଭାଇ ବୋଲି ଡାକନ୍ତି । ପ୍ରଥମେ ଡବିଂ କରିବା ବେଳେ ସିଦ୍ଧାନ୍ତଙ୍କ ସହିତ ଅନୁଙ୍କ ଦେଖା ହେଇଥିଲା । ତାପରେ ତାଙ୍କ ସହ ସୁଯୋଗ ମିଳିବା ପରେ ଅନୁ ବହୁତ ଖୁସି ହୋଇଯାଇଥିଲେ । କାରଣ ସିଦ୍ଧାନ୍ତ ଜଣେ ସିନିୟର୍ ଆଉ ବହୁତ ଭଲ କଳାକାର ମଧ୍ଯ ତେଣୁ ତାଙ୍କ ଠାରୁ ବହୁତ କିଛି ଶିଖିବାକୁ ମିଳିଛି ବହୁତ ଜିନିଷ । ଆଜି ଭି ସିଦ୍ଧାନ୍ତଙ୍କ ସହ କାମ କଲେ ସେମିତି ଭଲ କରିବାକୁ ଚେଷ୍ଟା କରନ୍ତି ବୋଲି ଅନୁ ପୁଣି କହିଥିଲେ ।

Leave a Reply

Your email address will not be published. Required fields are marked *