ପିଣ୍ଟୁ ଙ୍କ ଦିହ ରେ ଲାଗିବ ଜ୍ୟୋତି ଙ୍କ ଲିଭର୍

ଲୋକପ୍ରିୟ ଅଭିନେତା ପିଣ୍ଟୁ ନନ୍ଦଙ୍କୁ ଲିଭର ସିରୋସିସ ହେବାପରେ ସେ ଦିଲ୍ଲୀରେ ଚିକିତ୍ସିତ ହେଉଛନ୍ତି। ଏହାରି ଭିତରେ ଓଲିଉଡ ଅଭିନେତା ଜ୍ୟୋତି ପିଣ୍ଟୁଙ୍କ ସହ ବିତାଇଥିବା କିଛି ମୁହୂର୍ତ୍ତ ମିଡିଆ ଆଗରେ ପ୍ରକାଶ କରିଛନ୍ତି। ଜ୍ୟୋତି କହିଛନ୍ତି ଯେ, “ମୁଁ ଜାଣିଛି ପିଣ୍ଟୁ ଦାଦାଙ୍କର ମନୋବଳ ଖୁବ ଅଧିକ।

କିନ୍ତୁ ନିକଟରେ ବହୁତ ବଡ଼ ବଡ଼ କଳାକାରଙ୍କୁ ହରାଇଛି ଓଲିଉଡ୍। ପିଣ୍ଟୁ ଦାଦାଙ୍କର କିଛି ହୋଇଗଲେ ଆମ ଇଣ୍ଡଷ୍ଟ୍ରୀ ଭାଙ୍ଗିଯିବ। କାରଣ ପିଣ୍ଟୁ ଦାଦାଙ୍କ ସ୍ଥାନ ନେବାପାଇଁ ଆଉ କେହି ନାହାନ୍ତି। ଖୁବ ସୁନ୍ଦର ଅଭିନୟ କରନ୍ତି ପିଣ୍ଟୁ ଦାଦା।

ମୁଁ ତାଙ୍କ ସାଥିରେ 7ଟି ସିନେମା କରିଛି। ଅଭିନୟ ଦୁନିଆରେ ପାଦ ରଖିବାକୁ ଚାହୁଁଥିବା ନୂଆ ପିଲାଙ୍କୁ ସେ ସବୁବେଳେ ପ୍ରେରଣା ଦିଅନ୍ତି। ମୋର ଆଶା ସେ ଖୁବ ଶୀଘ୍ର ସୁସ୍ଥ ହୋଇ ଫେରିବେ।ମୁଁ ଦୁଇଥର ହସ୍ପିଟାଲ ଯାଇ ତାଙ୍କୁ ଦେଖା କରି ଆସିଛି। ସେ ଅସୁସ୍ଥ ଥାଇ ମଧ୍ୟ ହସୁଛନ୍ତି।

କଳାକାର ଯେଉଁଠି ରହିବ ସେଠାରେ ହସ ଫୁଟାଇବ। ମତେ କାଇଁ ଲାଗୁନି ଦାଦାଙ୍କର କିଛି ହୋଇଛି। ଦାଦା ଡାକ୍ତରଙ୍କ ସାମ୍ନାରେ ମତେ କହିଲେ ତୁ ଲିଭର ଦେଇଦେ ମୁଁ କାଲି ଫେରିଆସିବି।ମୁଁ କହିଲି ଦାଦା ଲିଭରଟା ତ ଦେଇଦେବି କିନ୍ତୁ ପରେ ସେ ଲିଭରଟାକୁ ଦୟାକରି ଖରାପ କରିବେନି।”

Leave a Reply

Your email address will not be published. Required fields are marked *