ଆମର ଫୁଲ ଦିଆନିଆ ନଥିଲା , ମୁଁ ଟିକେ ପୁରୁଣା ଷ୍ଟାଇଲର ଲୋକ :ସିଦ୍ଧାନ୍ତ ମହାପାତ୍ର

ବନ୍ଧୁଗଣ ବର୍ତ୍ତମାନ ସ୍ପେସିଆଲ୍ ଡେ ଗୁଡ଼ିକର ସିଜନ୍ ଚାଲିଛି । ଫେବୃଆରୀ ୭ରୁ ଆରମ୍ଭ କରି ୧୪ ତାରିଖ ପର୍ଯ୍ୟନ୍ତ ଏହି ଡେ ଗୁଡ଼ିକୁ ଲଭର୍ସ୍ ମାନେ ପାଳନ କରିଥାନ୍ତି । ତେବେ ପ୍ରୋପୋଜ୍ ଡେ ଅବସରରେ ଓଲିଉଡ଼ର ରୋମାଣ୍ଟିକ ହିରୋ ସିଦ୍ଧାନ୍ତ ମହାପାତ୍ରଙ୍କର ଗଣ ମାଧ୍ୟମ ଜରିଆରେ ପ୍ରତିକ୍ରିୟା ନିଆ ଯାଇଛି । ସୁପରଷ୍ଟାର ସିଦ୍ଧାନ୍ତ ମହାପାତ୍ରଙ୍କର ଅନେକ ସୁପରହିଟ ଫିଲ୍ମ ରହିଛି ।

ଜଣେ ରୋମାଣ୍ଟିକ ହିରୋ ଭାବରେ ସେ ବେସ୍ ପରିଚିତ । ଏବଂ ଦର୍ଶକମାନେ ତାଙ୍କୁ ବହୁତ୍ ପସନ୍ଦ କରନ୍ତି ଏବଂ ବହୁତ୍ ଭଲ ପାଆନ୍ତି । ସିଦ୍ଧାନ୍ତ ମହାପାତ୍ରଙ୍କ ପତ୍ନୀ ହେଉଛନ୍ତି ଓଲିଉଡ଼ ସିନେମା ଜଗତର ଅଭିନେତ୍ରୀ ମାମା ମିଶ୍ର । ସୁପରଷ୍ଟାର ସିଦ୍ଧାନ୍ତ ମହାପାତ୍ରଙ୍କୁ ପଚରା ଯାଇଥିଲା ଯେ ସେ ତାଙ୍କ ସ୍ତ୍ରୀ ମାମା ମିଶ୍ରଙ୍କୁ ବିବାହ ପୂର୍ବରୁ କୋଉ ଷ୍ଟାଇଲରେ ପ୍ରୋପୋଜ୍ କରିଥିଲେ । ସିଦ୍ଧାନ୍ତ ମହାପାତ୍ର କହିଥିଲେ ଯେ ତାଙ୍କ ସମୟରେ ସେ ସେମିତି କିଛି ଷ୍ଟାଇଲରେ ପ୍ରୋପୋଜ୍ କରି ନାହାନ୍ତି । ସେ ତାଙ୍କ ସ୍ତ୍ରୀ ମାମା ମିଶ୍ରଙ୍କୁ ବହୁତ୍ ଭଲ ପାଆନ୍ତି । ସେ ବିବାହ ପୂର୍ବରୁ ତାଙ୍କୁ ପସନ୍ଦ କରୁଛନ୍ତି ଆଉ ବିବାହ କରିବାକୁ ଚାହୁଁଛନ୍ତି ବୋଲି ଜଣାଇଥିଲେ ।

ଆଉ ତାପରେ ତାଙ୍କ ଘର ଲୋକଙ୍କୁ ଜଣାଇଥିଲେ । ଅଭିନେତ୍ରୀ ମାମା ମିଶ୍ର ମଧ୍ୟ ପ୍ରସ୍ତାବ ବିଷୟରେ ଘରେ ଜଣାଇ ଥିଲେ । ଆଉ ତାପରେ ଘର ଲୋକଙ୍କ ଇଚ୍ଛାରେ ତାଙ୍କ ଦୁଇ ଜଣଙ୍କର ବିବାହ ହୋଇଥିଲା । ସିଦ୍ଧାନ୍ତ ମହାପାତ୍ର କହିଛନ୍ତି ଯେ ସେ ନିଜକୁ ଭାବନ୍ତି ଯେ ସେ ଟିକେ ପୁରୁଣା ଯୁଗର ମଣିଷ । ସେଥିପାଇଁ ସେ ସେମିତି କିଛି ଷ୍ଟାଇଲରେ ପ୍ରୋପୋଜ୍ କରି ନାହାନ୍ତି । ହେଲେ ସେ କହିଛନ୍ତି ଯେ ସମ୍ପର୍କର ଆରମ୍ଭଟା ଯେମିତି ବି କର ନା କାହିଁକି ତାର ଶେଷଟି ସୁନ୍ଦର୍ ହେବା ଦରକାର ।

ଯାହା ବି ଡେ ପାଳନ କରୁଛ କର ଯେଉଁ ଷ୍ଟାଇଲରେ ପ୍ରୋପୋଜ୍ କରୁଚ ବି କର ହେଲେ ସମ୍ପର୍କର ଶେଷ ମୁହୂର୍ତ୍ତଟି ସୁନ୍ଦର୍ ଭାବରେ ସଫଳ ହେବା ଦରକାର । ସୂଚନାଯୋଗ୍ୟ ସିଦ୍ଧାନ୍ତ ମହାପାତ୍ରଙ୍କର ଆଗକୁ ଏକ ସିନେମା ରିଲିଜ୍ ହେବାକୁ ଯାଉଛି । ସିନେମା ର ନାଁ ହେଉଛି “ଜହ୍ନ ରାତିର ସାଥୀ” । ସିନେମାରେ ସିଦ୍ଧାନ୍ତ ମହାପାତ୍ରଙ୍କ ସହିତ ଅଭିନେତ୍ରୀ ନୈନା ଦାସ୍ ଅଭିନୟ କରିଛନ୍ତି । ଏବଂ ସିନେମାରେ ସିଦ୍ଧାନ୍ତ ମହାପାତ୍ର ଜଣେ ଜମିଦାରର ଚରିତ୍ରରେ ନଜର ଆସିବେ । ତେବେ ସିନେମାଟି କଳା ଯାଦୁ ଉପରେ ଆଧାରିତ ହୋଇଛି ।ସିନେମାର କାହାଣୀଟି ବହୁତ୍ ସୁନ୍ଦର ହୋଇଛି । ଏବଂ ସିନେମାରେ ସିଦ୍ଧାନ୍ତ ମହାପାତ୍ର ପ୍ରଥମଥର ପାଇଁ ଜେଜେ ଭୂମିକାରେ ଅଭିନୟ କରିଛନ୍ତି ବୋଲି ସେ ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *