ମୋ ପାଖରେ ଯଦି କୋଟିଏ ଟଙ୍କାର ଗାଡିଥାନ୍ତା ,ପିଣ୍ଟୁ ଭାଇପାଇଁ ତାକୁ ବି ବିକିଦେଇଥାନ୍ତି

ବନ୍ଧୁଗଣ ଆପଣମାନେ ଜାଣିଥିବେ ନିଶ୍ଚୟ ଯେ ଓଲିଉଡ ଅଭିନେତା ପିଣ୍ଟୁ ନନ୍ଦ ଲିଭର ସିରୋସିସ୍ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି । ଉନ୍ନତ ମାନର ଚିକିତ୍ସା ପାଇଁ ତାଙ୍କୁ ଦିଲ୍ଲୀ ନିଆଯାଇଛି । ପିଣ୍ଟୁଙ୍କ ପାଇଁ ନିଜ ପରିବାରରୁ ଡୋନର ମିଳିଛନ୍ତି । ଟେଷ୍ଟ୍ କରାଯିବା ପରେ ଚିକିତ୍ସା ଆରମ୍ଭ ହେବ । ଚିକିତ୍ସା ବ୍ୟୟବହୁଳ ହୋଇଥିବାରୁ ସବୁ ଦିଗରୁ ସାହାଯ୍ୟ କରିବା ପାଇଁ ଚେଷ୍ଟା କରାଯାଉଛି । ପିଣ୍ଟୁଙ୍କୁ ସହଯୋଗ କରିବା ପାଇଁ ଓଲିଉଡ ମଧ୍ୟ ସବୁ ଦିଗରୁ ଚେଷ୍ଟା କରୁଛି ବୋଲି ବୈଠକରେ କଳାକାରମାନେ ମତ ଦେଇଥିଲେ।

ସୂଚନାଯୋଗ୍ୟ ପୂର୍ବରୁ ଯାତ୍ରା ଅଭିନେତ୍ରୀ ନିଶା ମହାରଣା ମଧ୍ଯ ଅଭିନେତା ପିଣ୍ଟୁ ନନ୍ଦଙ୍କୁ ହସପିଟାଲରେ ଭେଟିବା ସହ ନିଜ ପକେଟରୁ ୧୦ ହଜାର ଟଙ୍କା ସହାୟତା ପ୍ରଦାନ କରିଥିଲେ । ନିଶାଙ୍କ ଏପରି କାର୍ଯ୍ୟକୁ ତାଙ୍କ ପ୍ରଶଂସକ ଖୁବ ପ୍ରଶଂସା କରିଥିଲେ । ଏପରିକି ଯାତ୍ରାରେ ମେଲୋଡି କରିବା ପୂର୍ବରୁ ଦର୍ଶକଙ୍କ ଆଗରେ ହାତ ଯୋଡି ନେହୁରା ହେଇ ନିଶା ମହାରଣା ଆହୁରି ମଧ୍ୟ କହିଥିଲେ କି ଆମ ଓଡ଼ିଶାରେ ସାଢେ ଚାରି କୋଟି ଲୋକ ଅଛନ୍ତି । ସମସ୍ତେ ଯଦି ପିଣ୍ଟୁ ଭାଇଙ୍କୁ ସାହାଯ୍ୟ କରିବେ ତେବେ ସେ ଭଲ ହୋଇ ଫେରିବେ ।

ତେବେ ନିକଟରେ ଏକ ସାକ୍ଷାତକାର ଦେଇ ନିଶା ମହାରଣା ପିଣ୍ଟୁ ନନ୍ଦଙ୍କ ଚିକିତ୍ସାଙ୍କୁ ନେଇ ଏପରି କିଛି ମନ୍ତବ୍ୟ ଦେଇଛନ୍ତି ଯାହା ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ନିଶା କହିଛନ୍ତି ଯେ, “ମୁଁ ଗୋଟେ କଳାକାର ଆଉ ପିଣ୍ଟୁ ଭାଇ ମଧ୍ଯ ଜଣେ ବହୁତ ବଡ଼ କଳାକାର । ସେ ବହୁତ ଆଗରୁ ଇଣ୍ଡଷ୍ଟ୍ରିରେ ଅଛନ୍ତି । ମୁଁ ତାଙ୍କୁ ବହୁତ ସମ୍ମାନ କରେ । ମୁଁ କହୁଛି ଯଦି ମୋ ପାଖରେ କୋଟିଏ ଟଙ୍କାର ଗାଡ଼ି ଥାନ୍ତା ମୁଁ ତାକୁ ବିକି ଦେଇକି ପିଣ୍ଟୁ ଭାଇଙ୍କୁ ଦେଇ ଦେଇଥାନ୍ତି ।

ସେଦିନ ପିଣ୍ଟୁ ଭାଇଙ୍କ ସହିତ ଦେଖା ହେଇଥିଲି ସେ ଥାଙ୍କ ୟୁ କହିବା ସହିତ ଭଲ ହେଲେ ଦେଖା କରିବେ ବୋଲି କହିଛନ୍ତି । ତେବେ ମୁଁ ପଇସା କମାଉଛି କାହା ପାଇଁ । କାରଣ ଯେଉଁଠି ଯାହା ପାଖରେ କେହି ନଥିବ ତା ପାଖରେ ନିଶା ମହାରଣା ଅଛି । ମୁଁ ବିବାଦରେ ଆସିବା ପରେ ଯେ ଏସବୁ କରୁଛି ତାହା ନୁହେଁ ଯେବେ ଲକ୍ଡାଉନ୍ ଥିଲା ସେବେ ଠାରୁ ମୋର ଗୋଟେ ଭଲପାଇବା ହେଇ ଯାଇଛି ଅସହାୟ ଲୋକଙ୍କ ପ୍ରତି । ଆମେ ଖାଉଛେ ଆମେ ବଞ୍ଚୁଛେ ସେମାନ ମଧ୍ଯ ବଞ୍ଚିବା ଦରକାର । ଏବେ ସିନା ଲୋକଲୋଚନକୁ ଆସିଲି ବୋଲି ଲୋକେ ଜାଣୁଛନ୍ତି ମୁଁ ହେଲ୍ପ କରୁଛି ବୋଲିକି କିନ୍ତୁ ମୁଁ ପୁର୍ବରୁ ମଧ୍ଯ ଏମିତି କାମ କରିଛି” ।

Leave a Reply

Your email address will not be published. Required fields are marked *