ମୁଁ ବାହାଘର ପରେ ପ୍ରଥମ ରୋଜ ଡେ ରେ ରୋଜ ଦେଲିନି ବୋଲି ମୁହଁ ଫୁଲେଇ ବସିଥିଲା

ପ୍ରେମ ପାଇଁ ସବୁ ଆଡେ ଏବେ ଏକ ସପ୍ତାହ ପର୍ଯ୍ୟନ୍ତ ପାଳନ ହେବ ଭାଲେଣ୍ଟାଇନ୍ସ ଡେ। ଫେବ୍ରୁଆରୀ 14 ତାରିଖକୁ ଭାଲେଣ୍ଟାଇନ୍ସ ଦିବସ ଭାବେ ପାଳନ କରାଯାଉଛି। କୁହାଯାଏ ପ୍ରେମ ନିଃସ୍ବାର୍ଥ, ଶାଶ୍ୱତ ଓ ଚିରନ୍ତନ। ପ୍ରେମ ପୂର୍ବରୁ ଥିଲା, ଏବେ ବି ଅଛି ଆଉ ଆଗକୁ ବି ରହିବ।

ଏହି ବାର୍ତ୍ତା ନେଇ ପ୍ରତିବର୍ଷ ଫେବ୍ରୁଆରୀ 14 ରେ ପାଳନ କରାଯାଇଥାଏ ଭାଲେଣ୍ଟାଇନ୍ସ ଡେ’ ବା ପ୍ରେମ ଦିବସ।ଫେବ୍ରୁଆରୀ 7 ତାରିଖ ରୋଜ ଡେ ରୁ 14 ତାରିଖ ଭାଲେଣ୍ଟାଇନ ଡେ ପର୍ଯ୍ଯନ୍ତ ପ୍ରେମ ସପ୍ତାହର ବିଭିନ୍ନ ଦିନ ପାଳନ କରାଯାଏ।

ତେବେ ଏହି ଦିବସ ଅବସରରେ ଆଜି ମିଡିଆ ଆଗରେ ନିଜର ଭାଲେଣ୍ଟାଇନ ଡେ କୁ ନେଇ କିଛି କଥା ପ୍ରକାଶ କରିଛନ୍ତି ୟୁଟ୍ୟୁବର କମେଡିଆନ ରାଜୁ ଦାସ। ସେ କହିଛନ୍ତି ଯେ,” ଏହି ଭାଲେଣ୍ଟାଇନ ଡେ ମୋର ବିବାହର ପ୍ରଥମ ଭାଲେଣ୍ଟାଇନ ଡେ। କିନ୍ତୁ ଏଥିରେ ମୋର ବଡ଼ ଭୁଲ ହୋଇଗଲା ଯେ ମୁଁ ଭାଲେଣ୍ଟାଇନର ପ୍ରଥମ ଦିନ ଅର୍ଥାତ ରୋଜ ଡେ ଦିନ ମୁଁ ମୋ ସ୍ତ୍ରୀକୁ ଗୋଲାପ ଦେଇନଥିଲି।

ମୁଁ ଏକ କାମ ପାଇଁ ବାହାରକୁ ଯାଇଥିଲି। ଘରକୁ ଯେତେବେଳେ ମୁଁ ବିଳମ୍ବ ରାତିରେ ଫେରିଲି ମୋ ସ୍ତ୍ରୀ ମତେ ଦେଖି ମୁହଁ ଫୁଲାଇ ବସିଲା। କଣ ହେଇଛି ପଚାରିଲାରୁ କହିଲା କି ମୁଁ ତାକୁ ଆଜି ଭଳି ଦିନରେ ଗୋଲାପ କାହିଁକି ଦେଲିନି।

ସେଦିନ ଠାରୁ 2 ଦିନ ବିତିଗଲାଣି ମୋ ଉପରେ ରାଗିକି ଅଛି ମୋ ସ୍ତ୍ରୀ। ସେଥିପାଇଁ ଆଜି ମୁଁ ତାକୁ ବୁଲେଇବାକୁ ଆଣିଛି। ଭୁବନେଶ୍ୱର ବୁଲି ଖାଇପିଇ ଆମେ ଏବେ ଘରକୁ ଯିବୁ। “

Leave a Reply

Your email address will not be published. Required fields are marked *