ନବ ଦାସଙ୍କୁ ହ-ତ୍ୟା କରି ବି ଗୋପାଳର ନାହିଁ ପ-ଶ୍ଚାତା-ପ ,ଖିଲି ଖିଲି ହେଇ ହସୁଛି ଗୋପାଳ

ହସୁଛି ଗୋପାଳ ଦାସ। ମନରେ ନାହିଁ ପ-ଶ୍ଚାତା-ପ। ରାଜ୍ୟର ଜଣେ କ୍ୟାବିନେଟ୍‌ ମନ୍ତ୍ରୀଙ୍କୁ ହ-ତ୍ୟା କରିବା ପରେ ମଧ୍ୟ ସେ ଅନୁତାପ ତଥା ଚିନ୍ତିତ ଥିଲା ପରି ଆଦୌ ଲାଗୁ ନାହାନ୍ତି। ବିମାନ ବନ୍ଦରରେ ବସିଥିବା ବେଳେ ତାଙ୍କର ଅଚିନ୍ତା ହସକୁ ନେଇ ଏପରି କଳ୍ପନା ଲାଗି ରହିଛି।

ସୂଚନା ଅନୁସାରେ ଅଭି-ଯୁକ୍ତ ଗୋପାଳ ଦାସଙ୍କର ନାର୍କୋ ଟେଷ୍ଟ ହେବ। ସେଥିପାଇଁ ତାଙ୍କୁ କ୍ରାଇମବ୍ରାଞ୍ଚ ଗୁଜରାଟର ଗାନ୍ଧି ନଗର ନେଉଛି। ତେଣୁ ତାଙ୍କୁ କଡ଼ା ସୁର-କ୍ଷା ବ୍ୟବସ୍ଥା ମଧ୍ୟରେ ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରକୁ ନେଇଥିଲା କ୍ରାଇମବ୍ରାଞ୍ଚ। ସେ ବିମାନ ବନ୍ଦରର ଲବି ବସିଥିଲେ।

ଠିକ୍‌ ସେତିକି ବେଳେ ସେଠାରେ ଥିବା ଟେବୁଲ ଉପରେ ଗୋଟିଏ ଖବର କାଗଜ ଉପରେ ତାଙ୍କର ଆଖି ପଡ଼ିଲା। ଆଉ ସେଥିରେ ବାହାରିଥିବା ନିଜ ସମ୍ପ-ର୍କିତ ଖବର ପଢ଼ି ହସି ପକାଇ ଥିଲେ ଗୋପାଳ ଦାସ। ଯାହା କ୍ୟାମେରାରେ ରେ-କର୍ଡ ହୋଇଛି।

ତେବେ ଏଠି ପ୍ରଶ୍ନ ଉଠୁଛି ଯେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ହ-ତ୍ୟା କରିଥିବା ଅଭି-ଯୁକ୍ତ ଗୋପାଳ ଦାସଙ୍କ ଏ ହସ ପଛର ପ୍ରକୃତ ରହ-ସ୍ୟ କଣ? ତାଙ୍କ ମୁଣ୍ଡ ଉପରେ ଆଉ କେଉଁ ବଡ଼ ନେତାଙ୍କ ହାତ ନାହିଁ ତ? ଗୋପାଳଙ୍କ ହସକୁ ନେଇ ଏବେ ଲୋକଙ୍କ ମନରେ ଏହିପରି ଅନେକ ପ୍ରଶ୍ନ ଉଙ୍କି ମା-ରୁଛି।

ତେବେ ପୂର୍ବ ଘଟ-ଣାକୁ କହିବାକୁ ଗଲେ ବ୍ରଜରାଜନଗରରେ ଆୟୋଜିତ କାର୍ଯ୍ୟକ୍ରମକୁ ଯାଉଥିବା ବେଳେ ଗାନ୍ଧି ଛକ ନିକଟରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଉପରେ ଫା-ୟାରିଂ କରିଥିଲା ସୁର-କ୍ଷା ଦାୟିତ୍ୱରେ ଥିବା ଏଏସ୍‌ଆଇ ଗୋପାଳ ଦାସ।

ଗୁରୁ-ତର ଅବସ୍ଥାରେ ତାଙ୍କୁ ଉ-ଦ୍ଧାର କରାଯାଇ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁ-ତର ହେବାରୁ ଭୁବନେଶ୍ୱରର ଆପୋଲୋ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ମାତ୍ର ଡାକ୍ତର ତାଙ୍କୁ ସେହିଠାରେ ହିଁ ମୃ-ତ ଘୋଷଣା କରିଥିଲେ।

Leave a Reply

Your email address will not be published. Required fields are marked *