5 ମାସ ହାଇଦ୍ରାବାଦରେ ମୋ ସହ ଶାରୀ-ରିକ ସ-ମ୍ପର୍କ ରଖିଲା ,ମୁଁ ଗର୍ଭ-ବତୀ ହେଲାପରେ ମୋତେ ଛାଡିଦେଲା

ବାଲେଶ୍ୱର ଜିଲ୍ଲା ସୋର ଅଞ୍ଚଳରୁ ଶୁଣିବାକୁ ମିଳିଛି ଏକ ଅଭା-ବନୀୟ ମାମ-ଲା। ବିହାରର ଝିଅକୁ ବାଲେଶ୍ୱର ଜିଲ୍ଲାର ଜଣେ ପୁଅ ଠକି ଦେଇଥିବା ଅଭି-ଯୋଗ ହୋଇଛି। ହାଇଦ୍ରାବାଦରେ ବିବାହ କରିବା ପରେ ସୋର ଅଞ୍ଚଳର ଏହି ଯୁବକ ସେହି ଯୁବତୀକୁ ଛାଡି ଚାଲିଆସିଥିବା ଅଭି-ଯୋଗ ହୋଇଛି।

ତେବେ ସୂଚନା ଅନୁସାରେ ଏହି ଯୁବତୀ ଜଣକ ହାଇଦ୍ରାବାଦର ଏକ ରେଷ୍ଟୁରାଣ୍ଟରେ କାମ କରୁଥିବା ବେଳେ ଗତ ବର୍ଷ ଅବିନାଶ ପରିଡା ନାମକ ଜଣେ ଯୁବକ ସେହି ହୋଟେଲରେ କର୍ମଚାରୀ ଭାବେ ଯୋଗ ଦେଇଥିଲେ। ଯୁବକ ଜଣଙ୍କ ସୋର ଥା-ନା ଅନ୍ତର୍ଗତ ସବିରା ଗ୍ରାମର ବାସିନ୍ଦା ଅଟନ୍ତି।

ତେବେ ଧୀରେ ଧୀରେ ଦୁହିଁଙ୍କ ଭିତରେ ପ୍ରେମ ସମ୍ପ-ର୍କ ଗଢି ଉଠିବା ପରେ ଉଭୟ ପ୍ରେମ ବିବାହ କରିଥିଲେ। ଗତବର୍ଷ ଡିସେମ୍ବରରେ ସେମାନେ ଏକ ମନ୍ଦିରରେ ବିବାହ କରିଥିଲେ ଏବଂ ପରେ କୋର୍ଟରେ ବିବାହ ପଞ୍ଜିକରଣ ମଧ୍ୟ କରିଥିଲେ। ପରବର୍ତ୍ତୀ ସମୟରେ ମହିଳା ଜଣକ ଗର୍ଭ-ବତୀ ହୋଇଯାଇଥିଲେ।

କିଛି ଦିନ ତଳେ ଅବିନାଶ ତାଙ୍କୁ ନ ଜଣାଇ ହାଇଦ୍ରାବାଦରେ ରହୁଥିବା ଘରୁ ପଳାଇଆସିଥିଲେ। ଏହାପରେ ଯୁବତୀ ଜଣଙ୍କ ବାରମ୍ବାର ଚେଷ୍ଟା କରିବା ପରେ ମଧ୍ୟ ସେ ଅବିନାଶଙ୍କ ସହିତ ଫୋନରେ ଯୋଗାଯୋଗ କରିବାରେ ବିଫଳ ହୋଇଥିଲେ।

ଏମିତିକି ଅବିନାଶ ତାଙ୍କୁ ଘରୁ ପଳାଇଆସିବା ପରଠୁ କେବେ ଫୋନ୍ କରିନଥିଲେ ବୋଲି ଯୁବତୀ ଜଣଙ୍କ ଏତ-ଲାରେ କହିଛନ୍ତି। ହାଇଦ୍ରାବାଦରୁ ଆସିବା ବେଳେ ଅବିନାଶ ଯୁବତୀଙ୍କ ଲାପଟପ୍, ମୋବାଇଲ୍ ଫୋନ୍, ସୁନା ଗହଣା ଏବଂ ନଗଦ 60 ହଜାର ଟଙ୍କା ନେଇ ଯାଇଥିଲେ ବୋଲି ମଧ୍ୟ ଅଭି-ଯୋଗରେ ଦର୍ଶାଇଛନ୍ତି।

ଯେହେତୁ ସେ ଜାଣିଥିଲେ ଯେ ତାଙ୍କ ସ୍ୱାମୀ ସୋରର ତେଣୁ ସେ ତାଙ୍କୁ ଖୋଜିବା ପାଇଁ ପୁଲି-ସର ସହାୟତା ନେବାକୁ ସୋର ଆସିଥିବା କହିଛନ୍ତି। ପୋଲିସ ଏବେ ଏକ ମାମ-ଲା ରୁଜୁ କରି ଅବିନାଶଙ୍କୁ ଅଟକ ରଖି ପଚ-ରାଉ-ଚରା କରୁଛି। ମହିଳାଙ୍କୁ ସୁଧାର ଗୃହକୁ ପଠାଇ ଦେଇଥିବା ପୁ-ଲିସ ସୂତ୍ରରୁ ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *