ମୋତେ ସମସ୍ତେ ଟଙ୍କାଏ ଲେଖାଏ ଭିକ ଦିଅନ୍ତୁ ,ମୋ ପିଣ୍ଟୁ ଭାଇ ବଞ୍ଚିଯାନ୍ତୁ

ଗୁରୁତର ଅସୁସ୍ଥ ଥିବା ଅଭିନେତା ପିଣ୍ଟୁ ନନ୍ଦଙ୍କୁ ଅଧିକ ଚିକିତ୍ସା ପାଇଁ ଦିଲ୍ଲୀ ନିଆଯାଇଛି। ଲିଭର ସିରୋସିସ୍ ରୋଗରେ ଆ-କ୍ରାନ୍ତ ହୋଇଛନ୍ତି ଅଭିନେତା ପିଣ୍ଟୁ ନନ୍ଦ। ଦିଲ୍ଲୀର ଆଇଏଲବିଏସ୍ ହସ୍ପିଟାଲରେ ପିଣ୍ଟୁଙ୍କ ଚିକିତ୍ସା କରାଯିବ।ସେଠାରେ ତାଙ୍କର ଯକୃତ ପ୍ରତିରୋପଣ କରାଯିବ ବୋଲି ଜଣାପଡ଼ିଛି।

ସେପଟେ ପିଣ୍ଟୁଙ୍କ ସାଥୀ କଳାକାରଙ୍କ ଆର୍ଥିକ ସହାୟତା ପାଇଁ ଯାହା ସମ୍ଭବ ତାହା କରିବାରେ ଲାଗିପଡ଼ିଛନ୍ତି। ସମସ୍ତେ କିଛି ନା କିଛି ଟଙ୍କା ତାଙ୍କ ଅପରେସନ ପାଇଁ ଦାନ କରୁଛନ୍ତି। କିନ୍ତୁ ପିଣ୍ଟୁଙ୍କ ପାଇଁ ଯାତ୍ରା ହିରୋଇନ ରାଣୀ ଯାହା କରିଛନ୍ତି ଆପଣ ବିଶ୍ୱାସ କରିପାରିବେ ନାହିଁ।

ପିଣ୍ଟୁ ନନ୍ଦଙ୍କ ପାଇଁ ଯାତ୍ରାରେ ଭିକ ମାଗିବା ପରେ ଆଜି ସକାଳେ ସେ ଭୁବନେଶ୍ବରର ଏୟାରପୋର୍ଟରେ ବି ଭିକ ମାଗିଥିଲେ। ଏହାସହ ସେ କହିଥିଲେ ଯେ, ”ମୁଁ ଓଡ଼ିଶାବାସୀଙ୍କୁ ଗୋଟିଏ ଗୋଟିଏ ଟଙ୍କା ମାଗୁଛି। ଅଧିକ ନୁହେଁ ଟଙ୍କାଏଁ ଟଙ୍କାଏଁ ଦେଲେ ସାଢ଼େ ଚାରି କୋଟି ଟଙ୍କା ହେବ। ଆଉ ଏହି ଟଙ୍କାରେ ମୋ ପିଣ୍ଟୁ ଭାଇଙ୍କର ଅପରେସନ ହୋଇପାରିବ।

ଯାହା ଦ୍ବାରା ମୋ ଭାଇ ସୁସ୍ଥ ହୋଇ ପୁଣି ଥରେ ଆମ ପାଖକୁ ଆସିପାରିବେ। ଯେମେତି ଆମକୁ ଏଣ୍ଟରଟେନ କରୁଥିଲେ ସେମିତି ପୁଣି କରିବେ। ହସାଇବେ, କନ୍ଦା-ଇବେ, ରଗାଇବେ ଆମ ପିଣ୍ଟୁ ଭାଇ।”

ପୂର୍ବ ପରିସ୍ଥିତିକୁ କହିବାକୁ ଗଲେ ଅଭିନେତା ପିଣ୍ଟୁ ନନ୍ଦ ଲିଭର ସିରିଓସିସ ରୋଗରେ ପୀ-ଡିତ ଅଛନ୍ତି। ଅଧିକ ଚିକିତ୍ସା ପାଇଁ ସେ ଦିଲ୍ଲୀ ସ୍ଥିତ ଆଇଏଲ୍ ବିଏସ୍ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି। ଭୁବନେଶ୍ୱର ବିମାନବନ୍ଦରରୁ ସେ ଦିଲ୍ଲୀ ଯାଇଛନ୍ତି। ସେପଟେ ପିଣ୍ଟୁ ନନ୍ଦଙ୍କୁ ବିଭିନ୍ନ ଆଡୁ ଆର୍ଥିକ ସହାୟତା ମିଳୁଛି। ଏପିରିକି ଅଭିନେତା ପିଣ୍ଟ ନନ୍ଦ ମଧ୍ୟ ମେଡିକାଲ ଯାଇ ପିଣ୍ଟୁ ନନ୍ଦଙ୍କ ସ୍ୱାସ୍ଥ୍ୟବସ୍ଥା ସଂପ-ର୍କରେ ବୁଝୁଛନ୍ତି।

Leave a Reply

Your email address will not be published. Required fields are marked *