ଷ୍ଟେଜ ଉପରେ ନାଚୁଥିଲେ ,ହଠାତ କାନି ପତାଇ ଭାଇ ପିଣ୍ଟୁ ନନ୍ଦଙ୍କ ପାଇଁ ସାହାଯ୍ୟ ମାଗୁଛନ୍ତି ରାଣୀ ପ୍ରିୟଦର୍ଶନୀ

ଗୁରୁ-ତର ଅସୁସ୍ଥ ଥିବା ଅଭିନେତା ପିଣ୍ଟୁ ନନ୍ଦଙ୍କୁ ଅଧିକ ଚିକିତ୍ସା ପାଇଁ ଦିଲ୍ଲୀ ନିଆଯାଇଛି। ଲିଭର ସିରୋସିସ୍ ରୋଗରେ ଆ-କ୍ରାନ୍ତ ହୋଇଛନ୍ତି ଅଭିନେତା ପିଣ୍ଟୁ ନନ୍ଦ। ଦିଲ୍ଲୀର ଆଇଏଲବିଏସ୍ ହସ୍ପିଟାଲରେ ପିଣ୍ଟୁଙ୍କ ଚିକିତ୍ସା କରାଯିବ।ସେଠାରେ ତାଙ୍କର ଯକୃତ ପ୍ରତିରୋପଣ କରାଯିବ ବୋଲି ଜଣାପଡ଼ିଛି।

ସେପଟେ ପିଣ୍ଟୁଙ୍କ ସାଥୀ କଳାକାରଙ୍କ ଆର୍ଥିକ ସହାୟତା ପାଇଁ ଯାହା ସମ୍ଭବ ତାହା କରିବାରେ ଲାଗିପଡ଼ିଛନ୍ତି। ସମସ୍ତେ କିଛି ନା କିଛି ଟଙ୍କା ତାଙ୍କ ଅପରେସନ ପାଇଁ ଦାନ କରୁଛନ୍ତି। ଏହାଭିତରେ ପିଣ୍ଟୁଙ୍କ ପାଇଁ ସବୁଠୁ ବଡ଼ କାମ କରି ଦେଖାଇଛନ୍ତି ଯାତ୍ରା ଅଭିନେତ୍ରୀ ରାଣୀ ପ୍ରିୟଦର୍ଶିନୀ।

ପିଣ୍ଟୁ ନନ୍ଦଙ୍କ ପାଇଁ ଯାତ୍ରାରେ ଭିକ ମାଗିବା ପରେ ଆଜି ସକାଳେ ସେ ଭୁବନେଶ୍ବରର ଏୟାରପୋର୍ଟରେ ମଧ୍ୟ ଭିକ ମାଗିଥିଲେ। ଅସୁସ୍ଥ ପିଣ୍ଟୁ ଭାଇଙ୍କ ପାଇଁ ଯିଏ ଯାହା ପାରୁଛ ସାହାଯ୍ୟ କର ବୋଲି କହିଥିଲେ ଅଭିନେତ୍ରୀ।

ଏହାସହ ଯେତେକି ଟଙ୍କା ସଂଗ୍ରହ କରିଥିଲେ ତାହା ପିଣ୍ଟୁଙ୍କୁ ଦାନ ମଧ୍ୟ କରିଥିଲେ।ଏହାପରେ ସେ କହିଥିଲେ, ”ମୁଁ ଓଡ଼ିଶାବାସୀଙ୍କୁ ଗୋଟିଏ ଗୋଟିଏ ଟଙ୍କା ମାଗୁଛି। ଅଧିକ ନୁହେଁ ଟଙ୍କାଏଁ ଟଙ୍କାଏଁ ଦେଲେ ସାଢ଼େ ଚାରି କୋଟି ଟଙ୍କା ହେବ।

ଆଉ ଏହି ଟଙ୍କାରେ ମୋ ପିଣ୍ଟୁ ଭାଇଙ୍କର ଅପରେସନ ହୋଇପାରିବ। ଯାହା ଦ୍ବାରା ମୋ ଭାଇ ସୁସ୍ଥ ହୋଇ ପୁଣି ଥରେ ଆମ ପାଖକୁ ଆସିପାରିବେ। ଯେମେତି ଆମକୁ ଏଣ୍ଟରଟେନ କରୁଥିଲେ ସେମିତି ପୁଣି କରିବେ। ଦୟାକରି ସାହାଯ୍ୟ କରନ୍ତୁ।”

Leave a Reply

Your email address will not be published. Required fields are marked *