ମୋତେ ଏଠି ମା-ରିଦେବେ, ବହୁତ ଡ-ର ଲାଗୁଛି, ମୋତେ ଏହି ଜେ-ଲରୁ ନେଇଯାଅ

ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ହ-ତ୍ୟା ଘଟ-ଣାର ତ-ଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ଆଜି ହ-ତ୍ୟାକା-ଣ୍ଡର ସିନ୍ ରିକ୍ରିଏସନ୍ କରିଛି। ବ୍ରଜରାଜନଗରର ଗାନ୍ଧୀଛକର ଯେଉଁ ସ୍ଥାନରେ ଗୋପାଳ, ନବ ଦାସଙ୍କୁ ଗୁଳି କରିଥିଲା ସେଠାରେ ସେ ଡେମୋ ଦେଖାଇଛି।

କ୍ରାଇମବ୍ରାଞ୍ଚ ରିମା-ଣ୍ଡରେ ଥିବା ଗୋପାଳ ଗୋଟି ଗୋଟି କରି ସବୁକିଛିର ଡେ-ମୋ ଦେଖାଇଛି। ମନ୍ତ୍ରୀ କେତେବେଳେ ପହଞ୍ଚିଲେ, ସେ କେଉଁଠୁ କିଭଳି ଭାବେ ଗୁ-ଳିମା-ଡ଼ କରି କେଉଁ ଆଡ଼େ ଦୌଡ଼ିଥିଲେ।

ସବୁକିଛି କ୍ରାଇମବ୍ରାଞ୍ଚ ଆଗରେ ସିନ୍ ରିକ୍ରିଏସନ୍ କରିଛି।ଘଟ-ଣାସ୍ଥଳରେ ଦୁଇ ଥର କ୍ରାଇମ୍ ସିନ୍ ରିକ୍ରିଏସନ୍ କରିଛି କ୍ରାଇମବ୍ରାଞ୍ଚ। ହାତରେ ଡେମୋ ବ-ନ୍ଧୁକ ଧରି ଗୋପାଳ ସବୁ କିଛି ବର୍ଣ୍ଣନା କରିଛି।

ସିନ୍ ରିକ୍ରିଏସନର ଭିଡିଓଗ୍ରାଫି କ୍ରାଇମବ୍ରାଞ୍ଚ ପକ୍ଷରୁ କରାଯାଇଛି। ଦ୍ୱିତୀୟ ପର୍ଯ୍ୟାୟରେ ଗୋପାଳକୁ 4 ଦିନିଆ ରିମା-ଣ୍ଡରେ ନେଇ କ୍ରାଇମବ୍ରାଞ୍ଚ ପଚ-ରାଉ-ଚରା କରୁଥିବା ବେଳେ ଆଜି ସିନ୍ ରିକ୍ରିଏସନ୍ କରାଯାଇଛି।

ତେବେ ଏହାରି ଭିତରେ ଶୁଣିବାକୁ ମିଳିଛି ଯେ ଗୋପାଳକୁ ରିମା-ଣ୍ଡରେ ନେଇ ପଚ-ରାଉ-ଚରା କରାଯାଉଥିବା ବେଳେ ଗୋପାଳ କହିଛି ଯେ,” ମତେ ଏଠାରୁ ନେଇଯାଅ ମୁଁ ଏହି ଜେ-ଲରେ ରହିବାକୁ ଚାହୁଁନି। ମତେ ଏଠାର କିଛି ଲୋକ ମା-ରିବାକୁ ଚାହୁଁଛନ୍ତି। ମତେ ଅନ୍ୟତ୍ର ଜେ-ଲକୁ ସ୍ଥାନାନ୍ତରିତ କରିଦିଅନ୍ତୁ।

ମୁଁ ହ-ତ୍ୟା କରିବା ପରେ ମତେ ସେହି ସ୍ଥାନରେ ହିଁ କିଛି ଲୋକ ମା-ରିଦେଇଥାନ୍ତେ କିନ୍ତୁ ମୁଁ ସରେ-ଣ୍ଡର କରିନେବାରୁ ଆଜି ବଂଚିଗଲି। ମତେ ଦୟା କରି ଅନ୍ୟତ୍ର ଜେ-ଲକୁ ନେଇ ଯାଆନ୍ତୁ।”

Leave a Reply

Your email address will not be published. Required fields are marked *