ସରିଗଲା ଅକ୍ଲାନ୍ତଙ୍କ ଦିନ, ଭାଇର ଅସ୍ତିକୁ ଶ୍ୱେତଗଙ୍ଗାରେ ବିସର୍ଜନ କରି ଆସିଲେ ବଡଭାଇ ଅମ୍ଳାନ

ଗତ 24 ତାରିଖ 12.03 ରାତିରେ ଅଭିନେତା ଅମ୍ଳାନ ଫିଲ୍ମ ସୁଟିଂରେ ବ୍ୟସ୍ତ ଥିବାବେଳେ ହଠାତ୍ ଅମ୍ଳାନ ନିକଟକୁ ଏକ ଫୋନ୍ କଲ ଆସିଲା। ଆଉ ସେପଟୁ ଶୁଭିଲା ଅକ୍ଲାନ୍ତ ଆଉ ନାହିଁ। ତେବେ ହଠାତ୍ ଭାଇର ମୃ-ତ୍ୟୁ ଖବର ଶୁଣି ଅମ୍ଳାନ କିଛି ସମୟ ପାଇଁ ଅବାକ ହୋଇଗଲେ ଆଉ କଥାଟିକୁ ସହଜରେ ବିଶ୍ୱାସ ମଧ୍ୟ କରିପାରିଲେ ନାହିଁ।

ତେବେ ସତରେ କଣ ଅକ୍ଲାନ୍ତ ମୋତେ ଛାଡିକି ଚାଲିଗଲା। ଏପରି କହି ଭୋ ଭୋ ହୋଇ କା-ନ୍ଦି ପକାଇଲେ ଅମ୍ଲାନ। ଅକ୍ଳାନ୍ତ ମୃ-ତ୍ୟୁକୁ 15 ଦିନ ବିତିଗଲାଣି। ବାପା ମାଆଙ୍କ ପରେ ଭାଇ ହିଁ ଥିଲା ତାଙ୍କର ଏକମାତ୍ର ସାହାରା। ଏବେ ଭାଇର ଅସ୍ତିକୁ ଶ୍ୱେତ ଗଙ୍ଗାରେ ବିସର୍ଜନ କରି ଆସିଲେ ଅମ୍ଳାନ।

ତେବେ ଆଜି ଭାଇର ଅସ୍ତିକୁ ଗଙ୍ଗାରେ ଭସାଇ ଆସିବା ପୂର୍ବରୁ ଭାଇ ଅମର ଆତ୍ମାର ସଦଗତି ପାଇଁ ପୂଜାରେ ବସିଥିଲେ ଅମ୍ଳାନ। ତେବେ ଅମ୍ଳାନ ନିଶ୍ଚିତ ଭାବୁଥିବେ ଯେ ,” ଭଗବାନ ତୋତେ ମୋ ପାଖରୁ ସବୁଦିନ ପାଇଁ ଛଡେଇ ନେଲେ। ମୋ ଭାଇ କଣ ତୁମର ଦୋ-ଷ କରିଥିଲା ଭଗବାନ ଏତେ ଜଲଦି ତାକୁ ଏତେବଡ ଶାସ୍ତି ଦେଲ।

ବାପା ଗଲେ ମାଆ ଗଲେ ଆଉ ଶେଷରେ ଭାଇ ମଧ୍ୟ ଛାଡି ଚାଲିଗଲା। ଏକୁଟିଆ କରିଦେଇ ସମସ୍ତେ ମୋତେ ଛାଡି ଆରପାରିକୁ ଚାଲିଗଲେ। ମୋ କଥା ଟିକେ ବି କେହି ଭାବିଲେନି। ମିସ୍ ୟୁ ରିକି … ତୁ ମୋର ସବୁବେଳେ ମନେ ପଡିବୁ। ମୁଁ ତୋବିନା ରହି ପାରିବି ନାହିଁ, ଯେତେଦିନ ବି ବଞ୍ଚିବି ତୋର ଏହି ଫଟୋକୁ ଦେଖି ବଞ୍ଚିବି।” ଏହିପରି କିଛି କହି ସାନ ଭାଇକୁ ଝୁରି ହୋଇ କା-ନ୍ଦୁଛନ୍ତି ଅଭିନେତା ଅମ୍ଲାନ।

Leave a Reply

Your email address will not be published. Required fields are marked *