ଲିଭର ଡୋନର ମିଳିଛି କିନ୍ତୁ ଏ ପର୍ଯ୍ୟନ୍ତ ପଇସା କଲେକ୍ସନ ହୋଇପାରିନି ,ଆପଣଙ୍କର କିଛିଟା ସହଯୋଗରେ ସେ ଭଲ ହୋଇଯିବେ

ଅଧିକ ଚିକିତ୍ସା ପାଇଁ ଏବେ ଦିଲ୍ଲୀ ଚାଲିଯାଇଛନ୍ତି ଅଭିନେତା ପିଣ୍ଟୁ ନନ୍ଦ।ଆଇଏଲଭିଏସ ହସ୍ପିଟାଲରେ ପିଣ୍ଟୁଙ୍କର ଅପରେସନ କରାଯିବ। ବର୍ତ୍ତମାନ ତାଙ୍କର ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଥିବା ନେଇ ସୂଚନା ମିଳିଛି। ବର୍ତ୍ତମାନ ସୁଦ୍ଧା ଦୁଇ ଜଣ ଲିଭର ଡୋନର ସ୍ଥିର ହୋଇଛନ୍ତି।

ଦିଲ୍ଲୀରେ ପହଞ୍ଚିବା ପରେ ଚିକିତ୍ସା ଆରମ୍ଭ ହୋଇଯିବ। ବ୍ୟୟବହୁଳ ଚିକିତ୍ସା ପାଇଁ ବହୁ ଅର୍ଥର ଆବଶ୍ୟକତା ଥିବା ବେଳେ କିଛି ପ୍ରଶଂସକ ଏବଂ କଳାକାରମାନେ ସହାୟତାର ହାତ ବଢାଇଛନ୍ତି। ସମସ୍ତେ ପିଣ୍ଟୁଙ୍କ ଆଶୁ ଆ-ରୋଗ୍ୟ କାମନା କରିଛନ୍ତି। ତେବେ ବର୍ତ୍ତମାନ ସୁଦ୍ଧା ପିଣ୍ଟୁ ନନ୍ଦଙ୍କ ପାଇଁ କେବଳ ଦୁଇ ଜଣ କିଡନୀ ଡୋନର ସ୍ଥିର ହୋଇଛନ୍ତି।

କିନ୍ତୁ ଏପର୍ୟ୍ଯନ୍ତ ସମ୍ପୂର୍ଣ୍ଣ ଟଙ୍କା କଲେକ୍ସନ ହୋଇନାହିଁ।50 ଲକ୍ଷ ଟଙ୍କାର କେବଳ 25 ପ୍ରତିଶତ କଲେକ୍ସନ ହୋଇଛି। ଯଦି ସିଦ୍ଧାନ୍ତ ମହାପାତ୍ର ଏବଂ ଶ୍ରୀତମ ରାଜ୍ୟ ସରକାରଙ୍କୁ ଟଙ୍କା ପାଇଁ ଆବେଦନ କରନ୍ତି ତେବେ ହୁଏତ ରାଜ୍ୟ ସରକାର କିଛି ସାହାଯ୍ୟ କରିପାରିବେ ବୋଲି ଲୋକେ କହିଛନ୍ତି।

ପିଣ୍ଟୁ ନନ୍ଦଙ୍କ ସହିତ ତାଙ୍କ ଭିଣୋଇ ଯିବାକୁ ଥିବା ବେଳେ ତା ପରଦିନ ପିଣ୍ଟୁଙ୍କ ଭାଇ ଏବଂ ଦୁଇ ଜଣ ଡୋନର ଯିବେ। ପୂର୍ବ ଘଟ-ଣାକୁ କହିବାକୁ ଗଲେ ଲିଭର ସିରୋସିସ୍‌ ରୋଗରେ ପୀ-ଡିତ ଅଛନ୍ତି ଓଲିଉଡ୍‌ର ବରିଷ୍ଠ ଅଭିନେତା ପିଣ୍ଟୁ ନନ୍ଦ। ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିଲା। ଉଚ୍ଚତର ଚିକିତ୍ସା ପାଇଁ ଦିଲ୍ଲୀ ନେଇଯିବାକୁ ପରାମର୍ଶ ଦେଇଥିଲେ ଡାକ୍ତର। ଚିକିତ୍ସା ପାଇଁ 50 ଲକ୍ଷ ଟଙ୍କାର ଆବଶ୍ୟକ ରହିଛି।

Leave a Reply

Your email address will not be published. Required fields are marked *