ମୁଁ ଜାଣିଥିଲି ଏମିତି ହେବ ବୋଲି , ସେଥିପାଇଁ ନାଲି କାଗଜରେ ଲେଖିଥିଲି ମୁଁ ,ଏମିତି କହିଲା ଗୋପାଳ

ମନ୍ତ୍ରୀ ନବ ଦାସଙ୍କୁ ଗୁ-ଳି କରି ହ-ତ୍ୟା କରିବା ଘଟ-ଣାରେ ହ-ତ୍ୟାର 9 ଦିନ ପରେ ମଧ୍ୟ କାରଣ ଅସ୍ପଷ୍ଟ ରହିଥିବା ବେଳେ ଜେରା ବେଳେ ଗୋପାଳ କ୍ରାଇମବ୍ରାଞ୍ଚକୁ କିଛି ତଥ୍ୟ ଦେଇଥିବା କୁହାଯାଉଛି। ଜେରା ବେଳେ କ୍ରାଇମବ୍ରାଞ୍ଚକୁ ହ-ତ୍ୟାର କାରଣ କହିଛି।

“ନବ ଦାସଙ୍କୁ ଦେଖିଲା ମାତ୍ରେ ମତେ କିଛି ଭଲ ଲାଗୁ ନଥିଲା। ମୁଣ୍ଡକୁ ଗୁ-ଳି ମା-ରୁଥିଲି କିନ୍ତୁ ଛାତିରେ ବାଜିଲା। ରାଜ୍ୟ ସରକାରଙ୍କୁ କିଛି ନେତା ବଦ-ନାମ କରୁଛନ୍ତି। ଲୋକଙ୍କ ଦୁଃ-ଖ ବୁଝିବା ବଦଳରେ ଏହି ନେତାମାନେ ସେମାନଙ୍କ ଦୁଃ-ଖ ପାଲଟି ଯାଉଛନ୍ତି।

ଲୋକଙ୍କୁ ଆତ-ଙ୍କିତ କରିବା ସହ ନିର୍ଯା-ତନା ଦେଉଛନ୍ତି। ଏମାନଙ୍କ ମଧ୍ୟରେ ମନ୍ତ୍ରୀ ନବ ଦାସ ମଧ୍ୟ ଜଣେ ଥିଲେ। ସେଥିପାଇଁ ମୁଁ ନବ ଦାସଙ୍କୁ ହ-ତ୍ୟା କଲି। ଆଉ ହ-ତ୍ୟା କଲା ପରେ ତାଙ୍କ ପକ୍ଷ ଲୋକ କାଳେ ମତେ ମା-ରିଦେବେ ସେଥିପାଇଁ ମୁଁ ନିଜ ପଟୁ ହିଁ ଆଗ ହାତ ଟେକିଦେଲି ଏବଂ ସରେ-ଣ୍ଡର କରିନେଲି।

ଏହିପରି କିଛି ହେବ ବୋଲି ମୁଁ ପୂର୍ବରୁ ମଧ୍ୟ ଅନୁମାନ କରିଥିଲି। ଆଉ ଏ ସବୁକୁ ଏକ କାଗଜରେ ନାଲି ଅକ୍ଷରରେ ଲେଖିଥିଲି।” ଗୋପାଳଙ୍କ ପକେଟରେ ଯେଉଁ କାଗଜ ରହିଥିଲା, ସେଥିରେ ସେ ଏସବୁ କଥା ଲେଖିଥିବା କ୍ରାଇମବ୍ରାଞ୍ଚକୁ କହିଥିବା ସୂଚନା ମିଳିଛି।

ନବ ଦାସଙ୍କ ସହିତ ତାଙ୍କର କୌଣସି ଶ-ତ୍ରୁତା ନଥିଲା, କିନ୍ତୁ ସେ ତାଙ୍କୁ ଭଲ ପାଉନଥିବା କ୍ରାଇମବ୍ରାଞ୍ଚକୁ କହିଥିବା କୁହାଯାଉଛି। ନବ ଦାସଙ୍କୁ ହ-ତ୍ୟା କରିବା ପାଇଁ ଗତ 4 ମାସ ଧରି ସୁଯୋଗ ଅପେକ୍ଷାରେ ଥିଲା ଗୋପାଳ। ଶେଷରେ ଗତ 29 ତାରିଖ ରବିବାର ଦିନ ସେ ନବ ଦାସଙ୍କୁ ହ-ତ୍ୟା କରିଥିଲା।

Leave a Reply

Your email address will not be published. Required fields are marked *