ବିଫଳ ହେଲା ଭୁବନେଶ୍ୱର ଡାକ୍ତରଙ୍କ ପ୍ରୟାସ ,ଲିଭର ଚିକତ୍ସା ପାଇଁ ଦିଲ୍ଲୀ ଯିବେ ପିଣ୍ଟୁ ନନ୍ଦ

ଅପରେସନ ପାଇଁ ଆସନ୍ତାକାଲି ଦିଲ୍ଲୀ ବାହାରିବେ ଓଲିଉଡ୍‌ ଅଭିନେତା ପିଣ୍ଟୁ ନନ୍ଦ। ଦିଲ୍ଲୀର ILVS ହସ୍ପିଟାଲରେ ଅପରେସନ କରାଯିବ ବୋଲି ମିଳିଛି ସୂଚନା। ବର୍ତ୍ତମାନ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଥିବା ନେଇ ବରିଷ୍ଠ ଅଭିନେତା ଶ୍ରୀତମ ଦାସ ସୂଚନା ଦେଇଛନ୍ତି।

ଏହା ସହ ପିଣ୍ଟୁଙ୍କ ପାଇଁ ଦୁଇ ଜଣ ଲିଭର ଡୋନର ମଧ୍ୟ ସ୍ଥିର ହୋଇଛି। ଦିଲ୍ଲୀରେ ଆସନ୍ତାକାଲି ପହଂଚିବା ପରେ ସେଠାରେ ଚିକିତ୍ସା ଆରମ୍ଭ କରାଯିବ। ତେବେ ପୂର୍ବ ଘଟ-ଣାକୁ କହିବାକୁ ଗଲେ ଲିଭର ସିରୋସିସ୍‌ ରୋଗରେ ଗୁରୁ-ତର ହୋଇ ପଡ଼ିଥିବା ପିଣ୍ଟୁଙ୍କର ଲିଭର ଟ୍ରାନ୍ସପ୍ଲାଣ୍ଟ କରାଯିବ।

ଏଥିପାଇଁ ପ୍ରାୟ 50 ଲକ୍ଷ ଟଙ୍କା ଆବଶ୍ୟକ। ଯାହାକୁ ଯୋଗାଡ଼ କରିବା ତାଙ୍କ ପରିବାର ପକ୍ଷେ ସମ୍ଭବ ନଥିଲା। ତେଣୁ ସେ ସହାୟତା ପାଇଁ ନିବେଦନ କରିଥିଲେ। ବହୁ ପ୍ରଶଂସକ ଏବଂ ସମାଜସେବୀ ତାଙ୍କୁ ସହଯୋଗର ହାତ ବଢ଼ାଇଛନ୍ତି।

କିନ୍ତୁ ଆହୁରି ଅଧିକ ଅର୍ଥର ଆବଶ୍ୟକତା ରହିଛି। ଏଣୁ ଅଧିକ ସହାୟତା ପାଇଁ ଶ୍ରୀତମ ଜନସାଧାରଣଙ୍କୁ ନିବେଦନ କରିଛନ୍ତି। ଦିଲ୍ଲୀକୁ ପିଣ୍ଟୁ ନନ୍ଦଙ୍କ ସହିତ ପିଣ୍ଟୁଙ୍କ ଭାଇ ଏବଂ ଦୁଇ ଜଣ ଡୋନର ଯିବେ ବୋଲି ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *