ସେଦିନ OYO ରୁମ ଗୋଟେ ଖୋଜିଲେ ମିଳିବନି ,ଆଗ ହଗ ଡେ ,କିସ ଡେ ..ତାପରେ ପାଳିବେ ପେଟରେ ଛୁଆ ଦେ

ପାଠକ ବନ୍ଧୁ ଆଗକୁ ଭାଲେଣ୍ଟାଇନ୍ ଡେ ଆସୁଛି ବୋଲି ଆପଣମାନେ ଜାଣିଥିବେ ନିଶ୍ଚୟ।ଏହି ଦିନକୁ ଲଭର୍ସ୍ ସେମାନଙ୍କର ଦିନ ବୋଲି ଭାବିଥାନ୍ତି।କିନ୍ତୁ ଆଜିକାଲି ଲଭର୍ସ୍ ମାନେ ପ୍ରେମକୁ ଏକ ଖେଳ ଘର କରିସାରିଲେଣି। ପ୍ରେମର ଅର୍ଥକୁ ବଦଳେଇ ସାରିଲେଣି। ସେମାନଙ୍କ ପାଇଁ ପ୍ରେମ ହେଉଛି ଏକ ସମୟ ବିତାଇବାର ଜରିଆ।ତେବେ ଏହି ଭାଲେଣ୍ଟାଇନ୍ ଡେରେ ପ୍ରେମିକ ପ୍ରେମିକା ମାନଙ୍କର କାର୍ଯ୍ୟକଳାପ ସମ୍ପ-ର୍କରେ ନିଜର ମତ ରଖିଛନ୍ତି ମିଷ୍ଟର୍ ଗଜପତି ଆସନ୍ତୁ ଜାଣିବା ସେହି ବିଷୟରେ।

ସେ କହିଥିଲେ କି କୁଆଡେ ଭାଲେଣ୍ଟାଇନ୍ ଡେ କୁ ଲଭର୍ସ୍ ଏବଂ କପଲ୍ସ୍ ମାନେ ପାଳନ୍ତି କିନ୍ତୁ ଯେଉଁମାନେ କପଲ୍ସ୍ ସେମାନେ ସେଦିନ ତାଙ୍କର ଘରେ ରହିକି ତାଙ୍କର ଯାହା କରିବା କଥା କରିବେ।କିନ୍ତୁ ଯେଉଁମାନେ ଲଭର୍ସ୍ ସେମାନେ କଥା ରଙ୍ଗ ଢଙ୍ଗ ସେହିଦିନ ଅଲଗା। ଭାଲେଣ୍ଟାଇନ ଡେ କେବଳ ନାମକୁ ମାତ୍ର ସେମାନଙ୍କୁ ଏହି ଦିନ ବିଷୟରେ ପଚାରିଲେ ସେମାନେ କହିପାରିବେ ନାହିଁ,ଖାଲି ପାଳିବେ।ସେ ଆହୁରି କହିଥିଲେ କି ଭାଲେଣ୍ଟାଇନ୍ ଡେ ଗୋଟେ ଥିଲା କିନ୍ତୁ ଏହି ସବୁ ଲଭର୍ସ୍ ମାନେ ହଗ୍ ଡେ କିସ୍ ଡେ ଏମିତି ସବୁ ଫାଲତୁ ଡେ କରିକି ପାଲା କରୁଛନ୍ତି।

ଏହି ସବୁ ହଗ୍ କିସ୍ ତ ବର୍ଷ ସାରା କରୁଛନ୍ତି କୋଉ ପାର୍କରେ କୋଉ ମନ୍ଦିର ପଛପଟେ ତଥାପି ଏହାର ଦିନ ରଖିଦେଇଛନ୍ତି।ପୁଅ ମାନଙ୍କ ପାଖରେ ପଇସା ନଥାଉ କିନ୍ତୁ ଝିଅ ମାନଙ୍କୁ ଟେଡି ଡେ ରେ ବଡ଼ ଟେଡି ଆଣିକି ଦେବେ। ଆଉ ଭାଲେଣ୍ଟାଇନ୍ ଡେ ରେ ଭୁବନେଶ୍ୱରରେ ଯେତେ ସବୁ OYO ରହିଛି ସବୁ ଫୁଲ୍ ହୋଇଯିବ ଗୋଟେ ବି ଫାଙ୍କା ନଥିବ।ବର୍ଷର ସବୁଦିନ OYO ଫୁଲ୍ ଥାଏ। ଲେଭର୍ସ ମାନେ ୨-୩ ଘଣ୍ଟା ପାଇଁ ବୁକ୍ କରିଥାନ୍ତି କିନ୍ତୁ ଭାଲେଣ୍ଟାଇନ୍ ଡେ ରେ ସେମାନେ ୧୨ ଘଣ୍ଟା ପାଇଁ ବୁକ୍ କରିଥିବେ।ଆଉ ସେଦିନ ଗୋଲାପ ଫୁଲର ଦାମ୍ ୩୦ ଟଙ୍କା ହୋଇଯିବ।

ସେହିଦିନ ଆମର ଭାରତରେ ବ୍ଲାକ୍ ଡେ ପାଳନ ହୁଏ ସେଟା କେହି ଜାଣିବେନି ଆଉ ପଳିବେନି କିନ୍ତୁ ଭାଲେଣ୍ଟାଇନ୍ ଡେ କୁ ପାଳିବେ।ସେ ଆହୁରି କହିଛନ୍ତି ଯେ ୧୪ ରେ ଭାଲେଣ୍ଟାଇନ୍ ଡେ ଆଉ ୧୮ରେ ଶିବରାତ୍ରି। ଶିବରାତ୍ରି ଦିନ ପରିବାର ସହିତ ମନ୍ଦିର ଯିବ ଗୋଟେ ଭକ୍ତିର ଦିନ ସେହି ଭିତରେ ବି କିଛି ପୁଅ ଝିଅ ଅଛନ୍ତି କା-ଣ୍ଡ କରିଦେଇଥିବେ।ଝିଅମାନେ ଯିବେ ଦୀପ ଜଳେଇବା ପାଇଁ ଆଉ କହିବେ ଯେ ଶିବ ଆମକୁ ଆମର ପ୍ରେମିକକୁ ଦିଅ।ଏମିତି ସବୁ ଭୁଲ୍ କଥା।ସେ ଆହୁରି କହିଛନ୍ତି ଯେ ବଜରଙ୍ଗି ଦଳ ଯାହା କରୁଛନ୍ତି ଠିକ୍ କରୁଛନ୍ତି, ମୁଁ ସେମାନଙ୍କୁ ସ-ପୋର୍ଟ କରୁଛି।

Leave a Reply

Your email address will not be published. Required fields are marked *