ଏକାଠି ଖାଇଲେ ଓ କଥାହେଲେ ଅପରାଜିତା ଓ ରାଣୀ ପଣ୍ଡା ..ଏକା ସଙ୍ଗେ ଫିଲ୍ମ କରିବା ନେଇ ହେଉଛି ଚର୍ଚ୍ଚା

ଆପଣମାନେ ତ ଜାଣିଥିବେ ୟୁଟ୍ୟୁବର କମେଡିଆନ ମି ପୁଚ ପୁଚଙ୍କର ବିବାହ ଏବେ ଶେଷ ହୋଇସାରିଛି। କେବଳ ବିବାହ ନୁହେଁ ବରଂ ରିସେପ୍ସନ କାର୍ଯ୍ୟକ୍ରମ ମଧ୍ୟ ଶେଷ ହୋଇଯାଇଛି।

ତେବେ ରିସେପସନରେ ଏହି ନୂଆ ଦମ୍ପତିଙ୍କୁ ଶୁଭେଚ୍ଛା ଜଣାଇବା ପାଇଁ ଅନେକ ବଡ ବଡ ଲୋକ ସାମିଲ ହୋଇଥିଲେ। ଏପରିକି ଅଭିନେତା ଶ୍ରୀତମ ସାର ମଧ୍ୟ ଏହି ରିସେପସନରେ ଯୋଗ ଦେଇଥିଲେ ଏବଂ ଉଭୟଙ୍କୁ ଉପହାର ଦେଇ ଶୁଭେଚ୍ଛା ଜଣାଇଥିଲେ।

ଦେଖିବାକୁ ମିଳିଥିଲା ଯେ ଏହି ରିସେପସନରେ କମେଡିଆନ ରାଜୁ ଦାସ, ଯାତ୍ରା ହିରୋଇନ ରାଣୀ ପଣ୍ଡା ଏବଂ ଅପରାଜିତା ମହାନ୍ତି ପରି ଆହୁରି ଅନେକ ପ୍ରସିଦ୍ଧ ଲୋକ ଆସିଥିଲେ।

ତେବେ ଶୁଣିବାକୁ ମିଳିଛି ଯେ ଅପରାଜିତା ଏବଂ ରାଣୀ ପଣ୍ଡା ଏକାଠି ହୋଇ ଏକ ଫିଲ୍ମ କରିବାକୁ ଯାଉଛନ୍ତି।ଛୋଟ ପରଦାରୁ ଏବେ ବଡ ପରଦାକୁ ଆସିବେ ରାଣୀ ପଣ୍ଡା। ନିଜର ଜବ-ରଦସ୍ତ ଅଭିନୟ କାରଣରୁ ଆଜି ବଡ ବଡ କଳାକାର ତାଙ୍କୁ ବଡ ପରଦାକୁ ଆଣିବାକୁ ଚାହୁଁଛନ୍ତି।

ଯଦି ଫିଲ୍ମ କରିବା କଥା ସତ ହୁଏ ତେବେ ରାଣୀ ଆହୁରି ପ୍ରସିଦ୍ଧ ହେବାକୁ ଯାଉଛନ୍ତି। ଅପରାଜିତା ଏବଂ ରାଣୀ ପଣ୍ଡା ଉଭୟ କଥାବାର୍ତା ହେଉଥିବାର ଏକ ଭିଡ଼ିଓ ମଧ୍ୟ ଦେଖିବାକୁ ମିଳିଛି। ମି ପୁଚ ପୁଚଙ୍କୁ ଉପହାର ଦେଇ ଫଟୋ ଉଠାଇ ଶୁଭେଚ୍ଛା ଜଣାଇବା ସହ ଖାଇପିଇ ଖୁସିରେ ଫେରିଛନ୍ତି ରାଣୀ।

Leave a Reply

Your email address will not be published. Required fields are marked *