ମୁଁ ପ୍ରଥମ ଥର ଯେତେବେଳେ ଦେଖା ହେଇଥିଲି ମି କହିଥିଲେ ଭାଇ ନମସ୍କାର…

ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣମାନେ ଦେଖିବାକୁ ପାଉଥିବେ । ତେବେ ବର୍ତ୍ତମାନ ଯେଉଁ ଭିଡ଼ିଓଟି ବେଶ ଭାଇରାଲ ହେବାରେ ଲାଗିଛି ଓ ଚର୍ଚ୍ଚାର ବିଷୟ ପାଲଟିଛି ତାହା ହେଉଛି ମି ପୁଚ ପୁଚଙ୍କର ବାହାଘରକୁ ନେଇକି କିଛି କଥା । ଆଉ ଯେଉଁଠି ଦେଖିବାକୁ ମିକିଥିଲା କି ମି ପୁଚ ପୁଚ ତାଙ୍କର ବାହାଘରକୁ ନେଇକି ବେଶ ଖୁସି ଓ ଏକ୍ସାଇଟେଡ ମଧ୍ୟ ଅଛନ୍ତି । ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା।

ଆପଣମାନେ ଜାଣିଥିବେ ନିଜର ଜବ-ରଦସ୍ତ କମେଡିର ଅଭିନୟ ମାଧ୍ୟମରେ ଓଡ଼ିଶାର ଘରେ ଘରେ ଦର୍ଶକ ମାନଙ୍କର ଓଠରେ ହସ ଫୁଟାଇ ପାରିଥିବା ଆମ ସମସ୍ତଙ୍କର ପ୍ରିୟ ଝିଅ ମି ପୁଚ ପୁଚଙ୍କ ବିଷୟରେ । ତେବେ ଯାହା ଶୁଣିବାକୁ ମିଳିଛି କି ମି ପୁଚ ପୁଚ ବର୍ତ୍ତମାନ ହାତକୁ ଦୁଇ ହାତ ହୋଇ ଯାଇଛନ୍ତି । ଆଉ ସାତ କଳସ ଆଠ ଦୀପକୁ ସାକ୍ଷୀ ରଖି ଷଡ଼ଙ୍ଗୀ ବାବୁଙ୍କ ହାତକୁ ହାତ ଛନ୍ଦି ମଥାରେ ସିନ୍ଦୁର ଲଗାଇ ଶାଶୂ ଘରକୁ ଚାଲି ଯାଉଛନ୍ତି ସେ ବୋଲି କୁହାଯାଉଛି । ଆଉ ସେଥିପାଇଁ ମଧ୍ୟ ମି ପୁଚ ପୁଚ ମଧ୍ୟ ବେଶ ଖୁସି ଅଛନ୍ତି ବୋଲି ଦେଖାଯାଉଛି ।

ତେବେ ଗଲା କାଲି ଥିଲା ତାଙ୍କର ରେସେପ୍ସନ୍ ପାର୍ଟି । ଯେଉଁଠି ସେ ଏକ ଲାଲ୍ ରଙ୍ଗର ଶାଢ଼ୀ ପିନ୍ଧି ନାଲି ଟୁକୁ ଟୁକୁ ସାଧବ ବୋହୂ ଭଳିଆ ବେଶ୍ ସୁନ୍ଦର ଦିଶୁଥିଲେ । ତେବେ ତାଙ୍କର ଏବଂ ତାଙ୍କ ଭାବି ସ୍ଵାମୀଙ୍କ ସାଙ୍ଗରେ ଏକ ସାକ୍ଷତକାରରେ ପୁଚ୍ ପୁଚଙ୍କ ସ୍ବାମୀ କହିଥିଲେ କି, “ଆରମ୍ଭରୁ ତୋ ଭାଇ ଦେଖାରୁ ଷ୍ଟାର୍ଟ ହୋଇଥିଲୁ । ପ୍ରଥମ ଥର ଯେବେ ଦେଖିଥିଲି ଭାଇ ନମସ୍କାର ବୋଲି ମି ପୁଚ ପୁଚ ବୋଲି କହିଥିଲେ । ୟା ପରେ ଯେଉଁ ସମୟରେ ଯେଉଁ କ୍ୟାରେକ୍ଟର ଦରକାର ପଡିବ ତାକୁ ପ୍ଲେ କରିବାକୁ ପଡିବ ଆଉ । ସେଇଭଳି ବଡ଼ ସାନ ସବୁ ହେବାକୁ ପଡ଼ିବ ।

ବାହା ହେଲା ପରେ ତୋ ସବୁ ସମ୍ପ-ର୍କକୁ ଧରି ଆଗକୁ ବଢ଼ିବାକୁ ପଡିବ । ପାଞ୍ଚ ଜଣଙ୍କୁ ନେଇକି ଚାଲିବାକୁ ପଡିବ” । ମ୍ୟାଡାମଙ୍କୁ କା-ନ୍ଦିବାର କେବେ ଦେଖିଥିଲେ ବୋଲି ପ୍ରଶ୍ନରେ ମି ପୁଚ ପୁଚଙ୍କ ସ୍ବାମୀ କହିଥିଲେ, “ମୁଁ ଆଗରୁ ମଧ୍ଯ ତାକୁ କାନ୍ଦିବାର ଦେଖିଛି । ସେ ବହୁତ ଇମୋସ୍ନାଲ । ଝିଅ ବାପଘର ଛାଡ଼ିକି ଆସିଲେ କାନ୍ଦିବାଟା ସ୍ଵାଭାବିକ” । ଏହା ଶେଷରେ ମି ପୁଚ ପୁଚ ସ୍ଵାମୀଙ୍କ ଉଦ୍ଦେଶ୍ୟରେ “ମୋତେ ମିଳିଗଲା ମୋ ଜୀବନ ସାଥୀ” ଗୀତ ଗାଇଥିବା ବେଳେ ଷଡ଼ଙ୍ଗୀ ବାବୁ ମଧ୍ଯ ପତ୍ନୀଙ୍କ ସହ ଗୀତ ଦୋହରାଇଥିଲେ” ।

Leave a Reply

Your email address will not be published. Required fields are marked *