ନବ ଦାସଙ୍କ ହ-ତ୍ୟାର ମିଳିଲା ପ୍ରମାଣ ,ଧୀରେ ଧୀରେ କ୍ରାଇମବ୍ରାଞ୍ଚକୁ ସବୁ ସତକଥା ଖୋଲି କହୁଛି ଗୋପାଳ!

ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ହ-ତ୍ୟାର 7 ଦିନ ପରେ ବି ଖୋଲିନି ଗୁମର। ଅଭି-ଯୁକ୍ତ ଏଏସ୍ଆଇ ଗୋପାଳ ଦାସକୁ କ୍ରାଇମବ୍ରାଞ୍ଚ ଦ୍ୱିତୀୟ ପର୍ଯ୍ୟାୟ ରିମା-ଣ୍ଡରେ ନେଇ ତ-ଦନ୍ତ କରୁଛି। ଗୋପାଳର ମାନସିକ ସ୍ଥିତି ଏବଂ ଲେୟାର୍ଡ ଭଏସ୍ ଆନାଲିସିସ୍ ଟେଷ୍ଟ କରୁଛନ୍ତି ଦିଲ୍ଲୀରୁ ଆସିଥିବା କେନ୍ଦ୍ରୀୟ ଫରେନ୍ସିକ ସାଇନ୍ସ ଲାବୋରେଟୋରୀ ଟିମ୍।

ଏଥିସହ ଗୋପାଳର ମାନସିକ ସ୍ଥିତିର ଅଧ୍ୟୟନ କରୁଛନ୍ତି ମାନସିକ ରୋଗ ବିଶେଷଜ୍ଞ। କ୍ରାଇମବ୍ରାଞ୍ଚ ପ୍ରଶ୍ନ ପଚାରିବା ବେଳେ ଏବଂ ତା’ ପରେ ଗୋପାଳର ମସ୍ତିଷ୍କରେ କଣ ଚାଲିଛି ? ମାନସିକ ସ୍ଥିତିର ଅଧ୍ୟୟନ କରାଯାଇଥିବା ବେଳେ ଅପେକ୍ଷା କରାଯାଇଛି।ଦ୍ୱିତୀୟ ପର୍ଯ୍ୟାୟରେ କ୍ରାଇମବ୍ରାଞ୍ଚ ଗୋପାଳକୁ 4 ଦିନିଆ ରିମା-ଣ୍ଡରେ ଆଣିଥିବା ବେଳେ ଆଜି ଝାରସୁଗୁ଼ଡ଼ାରେ ଜେ-ରା କରାଯାଇଛି ।

ଗୋପାଳର ବ-ୟାନ ଆଧାରରେ ଅନେକ ତଥ୍ୟ ପ୍ରମାଣ ଯୋଗାଡ଼ ଚାଲିଛି। 3ଟି ଟିମ୍‌ ଖୋଳତାଡ ଜାରି ରଖିଛନ୍ତି। ବ୍ରହ୍ମପୁରରେ 6 ଦିନ ତନାଘନା ତ-ଦନ୍ତ ପରେ ଫେରିଛି ତଦ-ନ୍ତକାରୀ ଟିମ୍‌। ଆବଶ୍ୟକ ହେଲେ ପୁଣି ଆସିବ ବୋଲି ଶୁଣିବାକୁ ମିଳିଛି।

ବ୍ରହ୍ମପୁରରେ ଗୋପାଳର ପରିବାର ଲୋକ, ଅନ୍ୟ ସମ୍ପର୍କୀୟଙ୍କ ସମେତ ତାକୁ ଚିକିତ୍ସା କରିଥିବା ଡାକ୍ତର ଏବଂ ଔଷଧ ପଠାଯାଉଥିବା ବସ୍‌ କର୍ମଚାରୀଙ୍କୁ ପଚ-ରାଉ-ଚରା କରାଯାଇଛି। ଗୋପାଳ ଓ ପରିବାର ଲୋକଙ୍କର ବ୍ୟାଙ୍କ ଆକାଉଣ୍ଟ ଯା-ଞ୍ଚ ହୋଇଛି।

ସାଇଣ୍ଟିଫିକ୍‌ ଟିମ୍‌ ମଧ୍ୟ ତଥ୍ୟ ସଂଗ୍ରହ କରୁଛନ୍ତି। ଫାରୋ 3D ସ୍କାନର ଆଧାରରେ ଗୁ-ଳିକା-ଣ୍ଡ ସ୍ଥଳରୁ ପ୍ରସ୍ତୁତ ହେଉଛି ରି-ପୋର୍ଟ। ତେବେ ଦ୍ଵିତୀୟ ରିମା-ଣ୍ଡରେ ଆହୁରି ଅଧିକ ତଥ୍ୟ ପ୍ରମାଣ ହାସଲ କରିବା ଲକ୍ଷ୍ୟରେ ଅଛନ୍ତି ଅଧିକାରୀ।ତେବେ ଲୋକଙ୍କ କହିବା ଅନୁସାରେ ପ୍ରଥମ ରିମା-ଣ୍ଡରେ ହିଁ ସବୁ ସତ କଥା ଆସିସାରିଛି।

ପୋ-ଲିସ ସତ ଲୁଚା-ଇବା ପାଇଁ ଖାଲି ଦିନ ଗଡାଉଛି। କାରଣ ଗୋପାଳ କହିବା ଅନୁସାରେ ଏହି ହ-ତ୍ୟା ଘଟ-ଣାରେ ଅନେକ ବଡ ବଡ ଲୋକ ମଧ୍ୟ ସାମିଲ ଅଛନ୍ତି। ଯାହାର ନାମ ନେବା ପୂର୍ବରୁ ଚିନ୍ତାରେ ପଡିଛି ପୋ-ଲିସ। ତେବେ ଦେଖିବାକୁ ବାକି ରହିଲା ଆଗକୁ କଣ ଘଟୁଛି।

Leave a Reply

Your email address will not be published. Required fields are marked *