ମୁଁ ଖାଲି ରାଣୀ ପଣ୍ଡାକୁ ଦେଖିବାକୁ ଆସିଛି ..ଆଗକୁ ଚାଲ ସବୁ ଖୋଲି ଖାଲି କହିବି ନିଶା ମହାରଣା ସହ ମୁଁ …

ଖଣ୍ଡଗିରି ଯାତ୍ରାରେ ମଞ୍ଚ ଦୋହଲାଉଛନ୍ତି ରାଣୀ ପଣ୍ଡା। ଆଇଟମ ଗୀତରେ ପୁଣି ଝୁମିଛନ୍ତି ଦର୍ଶକ। କେବଳ ମେଲୋଡିରେ ନୁହେଁ ନାଟକରେ ଦେଖିଲେ ରାଣୀ ପଣ୍ଡାଙ୍କ ଆଇଟମ ଡାନ୍ସ।

ରାଣୀ ପଣ୍ଡାଙ୍କ ଜୀବନିକୁ ନେଇ ପ୍ରସ୍ତୁତ ଘୋଡା ହାତୀ ଗଣ୍ଡାକୁ ଗଣ୍ଡା ଏକ ଲ-ଢିବ ରାଣୀ ପଣ୍ଡାର ନାଟକର ଏ ହେଉଛି ଦୃ-ଶ୍ୟ। ଆଉ ନାଟକରେ ନିଜେ ରାଣୀ ପଣ୍ଡା ମୁଖ୍ୟ ଅଭିନେତ୍ରୀ ଭୂମିକାରେ ଅଭିନୟ କରିଛନ୍ତି ।କେବଳ ଡ୍ୟାନ୍ସ ନୁହେଁ ଚରିତ୍ର ଅଭିନୟରେ ଦର୍ଶକଙ୍କ ଆଖିରେ ଲୁହ ଆଣିଦେଇଥିଲେ ରାଣୀ ପଣ୍ଡା।

ରାଣୀ ପଣ୍ଡାଙ୍କ ନାଚ ଏବଂ ଅଭିନୟରେ ପ୍ରଥମଦିନ ହାଉସଫୁଲ ହେଲା ସ୍ୱର୍ଣ୍ଣମନ୍ଦିରର ଅନୁସନ୍ଧାନମୂଳକ ନାଟକ। ଯେଉଁ ଦର୍ଶକ ରାଣୀ ପଣ୍ଡାଙ୍କ ନାଚରେ ସିଟି ମା-ରୁଥିଲେ, ଏବେ ସେହି ଦର୍ଶକ ରାଣୀ ପଣ୍ଡାଙ୍କ ଚମକ୍ରାର ଅଭିନୟ ଦେଖି ତାଳି ମାରି ପ୍ରଶଂସା ମଧ୍ୟ କରିଛନ୍ତି।

ଏହି ଘୋଡା ହାତୀ ଗଣ୍ଡାକୁ ଗଣ୍ଡା ଏକ ଲ-ଢିବ ରାଣୀପଣ୍ଡା ନାଟକରେ ଅନ୍ୟତମ ଆକର୍ଷଣ ଥିଲେ ଖଳନାୟକ ସାଙ୍ଗା। ତାଙ୍କ ଦମଦାର ଡାଏଲଗ ଏବଂ ଉଚ୍ଚକୋଟୀର ଅଭିନୟ ଦର୍ଶକଙ୍କ ମନକୁ ଛୁଇଁଛି। ଅତିତୀତରେ ଖଣ୍ଡଗିରି ଯାତ୍ରାରେ ରାଣୀ ପଣ୍ଡାଙ୍କ ଆଇଟମ ଡ୍ୟାନ୍ସକୁ ନେଇ ବଡ ବି-ବାଦ ଦେଖା ଦେଇଥିଲା।

ତେଣୁ ଏଥର ଆଇଟମ ଡ୍ୟାନ୍ସ ନୁହେଁ ବଂର ନିଜର ଅଭିନୟର ଯାଦୁ ଦେଖାଇବା ପାଇଁ ଚିନ୍ତା କରିଥିଲେ ରାଣୀ ପଣ୍ଡା। ଆଉ ତାଙ୍କ ନିଜ ଜୀବନୀକୁ ନେଇ ପ୍ରସ୍ତୁତ ନାଟକ ଦେଖିବା ପାଇଁ ଯାତ୍ରା ପ୍ରେମୀ ଏବଂ ରାଣୀ ପଣ୍ଡାଙ୍କ ପ୍ରଶଂସକଙ୍କ ପ୍ରବଳ ଗହଳି ଜମିଥିଲା

ପ୍ରତିକ୍ରିୟା ଦେଇ ଜଣେ ବ୍ୟକ୍ତି କହିଛନ୍ତି ଯେ,” ମୁଁ କେବଳ ରାଣୀ ପଣ୍ଡାକୁ ଟିକେ ଦେଖିବାକୁ ଆସିଛି। ଆଉ କିଛି ନୁହଁ। ମତେ ରାଣୀ ପଣ୍ଡା ବହୁତ ଭଲ ଲାଗେ। କେବଳ ରାଣୀ ପଣ୍ଡା ନୁହେଁ ମତେ ନିଶା ମହାରଣା ମଧ୍ୟ ପସନ୍ଦ। ଯାତ୍ରା ସାରିଯାଉ ସବୁ ଖୋଲିକି କହିବି। “

Leave a Reply

Your email address will not be published. Required fields are marked *