ଯେତେ ବଡ଼ ବାଉଁଶ ସେତେବଡ଼ ପୋଲ ,ଯିଏ ଯେଉଁ ଲେବଲରେ ରହିବ ତାର ସେତେ ପଇସା ଦରକାର

ଅଭିନୟର ଯାଦୁରେ ଦର୍ଶକଙ୍କୁ ବାନ୍ଧି ରଖୁଥିବା ପିଣ୍ଟୁ ନନ୍ଦଙ୍କ ବର୍ତ୍ତମାନ ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ତାଙ୍କୁ ସାହାଯ୍ୟ କରିବା ପାଇଁ ଚାରୁଆଡୁ ସହାୟତାର ହାତ ବଢୁଛି। ସାଧାରଣ ଲେକଙ୍କ ଠାରୁ ଆରମ୍ଭ କରି ସିନେ ପ୍ରେମୀ ମଧ୍ୟ ନିଜ ସାମର୍ଥ୍ୟ ଅନୁସାରେ ସହଯୋଗ କରୁଛନ୍ତି।

ତେବେ ସାଧାରଣ ଲୋକଙ୍କୁ ମଧ୍ୟ ସାହାଯ୍ୟ କରିବା ପାଇଁ ଅନୁରୋଧ କରିଛନ୍ତି ପିଣ୍ଟୁ ନନ୍ଦଙ୍କ ଭାଇ। ଶନିବାର ମହାବୀର ବ୍ୟବସାୟୀ ସଂଘ ଏକ ନମ୍ୱର୍ ହାଟରେ ଦାନ ବାକ୍ସ ଧରି ସହାୟତା ମାଗିଛି। ଓଡ଼ିଆ ଚଳଚ୍ଚିତ୍ରରେ କମେଡି ଏବଂ ଖଳନାୟକ ଭୂମିକାରେ ଅଭିନୟ କରି ଦର୍ଶକଙ୍କ ହୃଦୟ ଜିତିଥିବା ପିଣ୍ଟୁ ଲିଭର୍‌ ସିରୋସିସ୍‌ ରୋଗରେ ପୀଡ଼ିତ ଅଛନ୍ତି।

ଆକ୍ୟୁଟ୍‌ ହେପାଟାଇଟିସ୍‌ ଯୋଗୁଁ ଲିଭର୍‌ ସିରୋସିସ୍‌ ରୋଗରେ ପୀ-ଡ଼ିତ ଥିବାରୁ ସେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ହେଉଛନ୍ତି। ଚିକିତ୍ସା ହେଉଥିବା ବେଳେ ତାଙ୍କର ଲିଭର ଟ୍ରାନ୍ସପ୍ଲାଣ୍ଟ ହେବ ବୋଲି ଡାକ୍ତର ପରାମର୍ଶ ଦେଇଥିବା ବେଳେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ୍‌ରେ ପିଣ୍ଟୁଙ୍କ ଚିକିତ୍ସା ଚାଲିଛି।

ତେଣୁ ଆସନ୍ତା 6 ମାସ ମଧ୍ୟରେ ତାଙ୍କର ଲିଭର ଟ୍ରାନ୍ସପ୍ଲାଣ୍ଟ କରେଇବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି। ଯଦି ଲିଭର ଟ୍ରାନ୍ସପ୍ଲାଣ୍ଟ ନହୁଏ ତା’ହେଲେ ପିଣ୍ଟୁଙ୍କ ଅବସ୍ଥା ଆହୁରି ସଙ୍କ-ଟାପନ୍ନ ହୋଇପାରେ ବୋଲି ଜଣାପଡ଼ିଛି।

ସେହିଦିନ ଠାରୁ ଓଡ଼ିଆ ସିନେ ଜଗତର କଳାକାର ଏବଂ ତାଙ୍କ ପରିବାର ଲୋକେ ତାଙ୍କର ଚିକିତ୍ସା ପାଇଁ ଅର୍ଥର ଆବଶ୍ୟକତାକୁ ନେଇ ସହାୟତା ପାଇଁ ଇଚ୍ଛାକୃତ୍ୟ ଭାବେ ହାତ ବଢାଇବା ପାଇଁ ନିବେଦନ କରୁଛନ୍ତି। ତେବେ ଏହାକୁ ନେଇ ଏବେ ମିଡିଆ ଆଗରେ ପ୍ରତିକ୍ରିୟା ରଖିଛନ୍ତି ଜଣେ ୟୁଟ୍ୟୁବର କମେଡିଆନ ଗଜପତି।

ସେ କହିଛନ୍ତି ଯେ,” ପିଣ୍ଟୁ ନନ୍ଦ ଜଣେ ଭଲ ଲୋକ ଅଟନ୍ତି। ତାଙ୍କ ପରି ସ୍ୱଚ୍ଛ ମନ ଵାଲା ମଣିଷ ମୁଁ ଆଜି ଯାଏଁ ଦେଖିନାହିଁ। ଅଭିନୟ ଯେପରି କରନ୍ତି ତାଙ୍କ ପରି ଅଭିନେତା ମଧ୍ୟ ମିଳିବା କଷ୍ଟ। ନିଜର କ୍ୟାରିଅର ପାଇଁ ସେ ବହୁତ ପରିଶ୍ରମ କରିଛନ୍ତି। ଏତେ ବଡ କଳାକାର ଆଜି ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ସବୁଠାରୁ ବଡ ଦୁଃ-ଖର କଥା ଅଟେ।

ସରକାର ବାହାରୁ ଲୋକଙ୍କୁ ଡାକି ସେମାନଙ୍କୁ ଷ୍ଟେଜରେ ନଚାଇ କୋଟି କୋଟି ଟଙ୍କା ଖର୍ଚ କରୁଛନ୍ତି। କିନ୍ତୁ ନିଜ ଓଡ଼ିଶାର କଳାକାରଙ୍କ ଅବସ୍ଥା ବଗିଡିଲାଣି, ସେ ସବୁ କିଛି ଦେଖା ଯାଉନି। ଏତେ ବଡ କଳାକାର ପାଇଁ ଘର ଘର ବୁଲି ଟଙ୍କା ମାଗିବା ଟା ଭିକ ମାଗିଲା ପରି ମନେ ହେଉଛି। ତଥାପି ଆଉ କଣ ବି କରା ଯାଇପାରିବ ଯଦି ସରକାର ଆଖି ବନ୍ଦ କରିଦେଉଛନ୍ତି ଆମେ ବା କଣ କରି ପାରିବୁ।”

Leave a Reply

Your email address will not be published. Required fields are marked *