ମି ପୁଚ ପୁଚଙ୍କୁ ସରପ୍ରାଇଜ ଗିଫ୍ଟ ଦେଲେ ଅଭିନେତା ଶ୍ରୀତମ ଓ ଫ୍ୟାମିଲି

ମି ପୁଚ୍ ପୁଚ୍ କୁ ତ ଆପଣ ସମସ୍ତେ ଜାଣିଥିବେ। ଯିଏ ନିଜ କମେଡି ଭିଡ଼ିଓ ପାଇଁ ଖୁବ ପରିଚିତ। ଯେତେବେଳେ ସେ ଅରବିନ୍ଦ ଷଡ଼ଙ୍ଗୀ ଙ୍କ ଘର କୁ ଇଣ୍ଟରଭିଉ ନେବାକୁ ଯାଇଥିଲେ।ଇଣ୍ଟରଭିଉ ନେଇ ସରିବା ପରେ ଅରବିନ୍ଦ ସାର ଙ୍କ ସ୍ତ୍ରୀ ଯେତେବେଳେ ଇତିକା ପ୍ରିୟଦର୍ଶିନୀ ଅର୍ଥାତ ମି ପୁଚ ପୁଚଙ୍କୁ ଦେଖିଲେ ସେତେବେଳେ ତାଙ୍କୁ ଇତିକା ପସନ୍ଦ ଆସିଥିଲେ।

ତା ପରେ ମି ପୁଚ୍ ପୁଚ୍ ର ବ୍ୟବହାର ଆଉ ତାଙ୍କ କଥା ବାର୍ତା ବହୁତ ଭଲ ଥିଲା ଯାହା ପାଇଁ ଅରବିନ୍ଦଙ୍କ ସ୍ତ୍ରୀ ତାଙ୍କୁ ବହୁତ ପସନ୍ଦ କରିବାକୁ ଲାଗି ଥିଲେ। ତାପରେ ସେହି ଝିଅ ଗଲା ପରେ ସେ ଯାଇ ତାଙ୍କ ସ୍ବାମି ଅରବିନ୍ଦ ଙ୍କୁ ଜଣାଇଲେ କି ତାଙ୍କ ପୁଅ ର ବାହାଘର କରିବାକୁ ଚାହୁଁଛନ୍ତି ମି ପୁଚ୍ ପୁଚ୍ ଙ୍କ ସହିତ।

ପ୍ରଥମେ ଅରବିନ୍ଦ ସାର ରାଜି ନଥିଲେ କିନ୍ତୁ ତାପରେ ତାଙ୍କ ସ୍ତ୍ରୀ ବୁଝାଇବା ପରେ ସେ ରାଜି ହୋଇଥିଲେ। ଆଉ ଏମିତିରେ ବୁ ମି ପୁଚ୍ ପୁଚ୍ ଙ୍କର କାହା ସହ ପ୍ରେମ ନଥିଲା ଆଉ ଏବେ ସେ ଅରବିନ୍ଦଙ୍କ ଘରର ବୋହୁ ହେବାକୁ ଯାଉଛନ୍ତି।

ତେବେ ଉଭୟ ପୁଅ ଝିଅଙ୍କର ଡିସେମ୍ବର ମାସରେ ନିର୍ବନ୍ଧ ମଧ୍ୟ ସରି ଯାଇଥିଲା।ପୂର୍ବରୁ ହଳଦୀ ରସମ ମଧ୍ୟ ସରିଯାଇଛି। ଆଉ ନିଜ ହଳଦୀ ରସମରେ ମି ପୁଚ ପୁଚ ଏପରି ନାଚିଥିଲେ ଯେ ଆପଣ ଦେଖି ହସି ହସି ଗଡିଯିବେ।

ନାଚର ଭିଡ଼ିଓ ମଧ୍ୟ ଭାଇରାଲ ହୋଇଥିଲା। ନିଜେ ଧୁମ ନାଚିବା ସହ ନିଜ ପରିବାର ଲୋକଙ୍କୁ ମଧ୍ୟ ନେଇ ସେ ଖୁସିରେ ନାଚିଥିଲେ। ତେବେ ହଳଦୀ ରସମ ପରେ ଏବେ ତାଙ୍କର ବାହାଘର ମଧ୍ୟ ଖୁବ ଖୁସିର ସହ ଶେଷ ହୋଇଯାଇଛି। ତେବେ ରିସେପସନ ପାର୍ଟି ମଧ୍ୟ ଗତ କାଲି ଶେଷ ହୋଇଯାଇଛି।

ତେବେ ରିସେପସନରେ ଏହି ନୂଆ ଦମ୍ପତିଙ୍କୁ ଶୁଭେଚ୍ଛା ଜଣାଇବା ପାଇଁ ଅନେକ ବଡ ବଡ ଲୋକ ସାମିଲ ହୋଇଥିଲେ। ଏପରିକି ଅଭିନେତା ଶ୍ରୀତମ ସାର ମଧ୍ୟ ଏହି ରିସେପସନରେ ଯୋଗ ଦେଇଥିଲେ ଏବଂ ଉଭୟଙ୍କୁ ଉପହାର ଦେଇ ଶୁଭେଚ୍ଛା ଜଣାଇଥିଲେ। ଦେଖିବାକୁ ମିଳିଥିଲା ଯେ ଏହି ରିସେପସନରେ କମେଡିଆନ ରାଜୁ ଦାସ ମଧ୍ୟ ଆସିଥିଲେ।

Leave a Reply

Your email address will not be published. Required fields are marked *